ତ୍ରିଲୋଚନ ପ୍ରଧାନ
ତ୍ରିଲୋଚନ ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩ ଜାନୁଆରୀ ୧୯୨୯ ଘଣାଶାଳିଆ,ନୟାଗଡ଼ |
ସମାଧି ସ୍ଥଳ | ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ଶିକ୍ଷା | ପି.ଏଚ.ଡି (ଚିକାଗୋ ବିଶ୍ୱବିଦ୍ୟାଳୟ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, |
ପ୍ରସିଦ୍ଧି | ବୈଜ୍ଞାନିକ |
ପୁରସ୍କାର | ପଦ୍ମ ଭୂଷଣ, କଳିଙ୍ଗ ପୁରସ୍କାର |
ତ୍ରିଲୋଚନ ପ୍ରଧାନ, ଭାରତର ଜଣେ ବୈଜ୍ଞାନିକ ଓ ବିଜ୍ଞାନ ପୁସ୍ତକ ଲେଖକ ଅଟନ୍ତି । ସେ ଭୁବନେଶ୍ୱରସ୍ଥିତ ଭୌତିକୀ ସଂସ୍ଥାନର (Institute of Physics) ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଟନ୍ତି ।
ଜୀବନୀ[ସମ୍ପାଦନା]
ତ୍ରିଲୋଚନ ପ୍ରଧାନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ନୟାଗଡ଼ ଜିଲ୍ଲାର ଘଣାଶାଳିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତକରି, ଚିକାଗୋ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଛନ୍ତି । ରେଭେନ୍ସା ମହାବିଦ୍ୟାଳୟରୁ ହିଁ ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ,ସେ କଲିକତାସ୍ଥିତ ସାହା ଆଣବିକ ଭୌତିକ ବିଜ୍ଞାନ ସଂସ୍ଥାନରେ (Saha Institute of Nuclear Physics) ଜଣେ ସହାୟକ ପ୍ରାଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ସମୟ କ୍ରମେ, ସେ ସେହି ଅନୁଷ୍ଠାନରେ ଆଣବିକ ଭୌତିକ ବିଜ୍ଞାନ(Nuclear Physics) ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ୧୯୭୨ ମସିହାରେ ଭୁବନେଶ୍ୱରରେ ଭୌତିକୀ ସଂସ୍ଥାନ ପ୍ରତିଷ୍ଠା କରାଗଲା ଓ ଶ୍ରୀ ପ୍ରଧାନ ଏହି ଅନୁଷ୍ଠାନରେ ପ୍ରଥମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟଭାରେ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୧] ସେ, ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଏନରିକୋ ଫର୍ମୀଙ୍କଠାରୁ କ୍ୱାଣ୍ଟମ ଯାନ୍ତ୍ରୀକି (Quantum Mechanics) ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି ଓ ଏସ୍. ଚନ୍ଦ୍ରଶେଖରଙ୍କ ସହ ଜଣେ ଅନୁସନ୍ଧାନ ସହଯୋଗୀ ହିସାବରେ କାମ କରିବାର ସୁଯୋଗ ପାଇଛନ୍ତି । ସେ ଭାରତୀୟ ବିଜ୍ଞାନ ଅକାଦେମୀ, ବାଙ୍ଗାଲୋର ସହିତ ମଧ୍ୟ ସଂଶ୍ଲିଷ୍ଟ ଅଛନ୍ତି । [୨]
ଲିଖିତ ପୁସ୍ତକ[ସମ୍ପାଦନା]
- ଦି ଫୋଟୋନ (ନୋଭା ସାଇନ୍ସ ପବ୍ଳିସରସ, ନ୍ୟୁୟର୍କ) - ୨୦୦୧[୩]
- କ୍ୱାଣ୍ଟମ ମେକାନିକ୍ସ (ୟୁନିଭରସିଟି ପ୍ରେସ ହାଇଦରାବାଦ) [୪]
- ଇଲେକଟ୍ରୋନ କ୍ୟାପଚର ବାୟ ପ୍ରୋଟୋନସ ପାସିଙ୍ଗ ଥ୍ରୁ ହାଇଡ୍ରୋଜେନ[୫]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- କଳିଙ୍ଗ ପୁରସ୍କାର, ୨୦୧୪[୬]
- ମେଘନାଦ ସାହା ପୁରସ୍କାର, ୧୯୮୦
- ପଦ୍ମ ଭୂଷଣ, ଭାରତର ୩ୟ ସର୍ବୋଚ୍ଚ ବେସାମରିକ ସମ୍ମାନ - ୧୯୯୦[୭]
ଆଧାର[ସମ୍ପାଦନା]
- ↑ Jagannath Mohanty; Sudhansu Mohanty (1 January 2006). In Quest of Quality Education and Literature: An Autobiography. Deep & Deep Publications. pp. 190–. ISBN 978-81-7629-764-6.
- ↑ ODISHA Reference Year Book 2014. B.K.PUBLICATIONS PVT. LTD. pp. 776–777. ISBN 9789380422541.
- ↑ Trilochan Pradhan (1 January 2001). The Photon. Nova Publishers. ISBN 978-1-56072-928-0.
- ↑ Trilochan Pradhan (2009). Quantum Mechanics. Anshan. ISBN 978-1-84829-038-9.
- ↑ Trilochan Pradhan (1956). Electron Capture by Protons Passing Through Hydrogen. University of Chicago, Department of Physics.
- ↑ "Physicist Trilochan Pradhan gets Kalinga Samman". Business Standard. Retrieved 26 November 2015.
- ↑ http://archive.india.gov.in/myindia/padmabhushan_awards_list1.php?start=500