ବାଲାମଣି ଆମ୍ମା

ଉଇକିପିଡ଼ିଆ ରୁ
Jump to navigation Jump to search
ବାଲାମଣି ଆମ୍ମା
Balamaniamma.jpg
ଜନ୍ମ ଓ ଜନ୍ମସ୍ଥାନ୧୯ ଜୁଲାଇ ୧୯୦୯(1909-07-19)
ପୁନ୍ନାୟୁରକୁଳମ, ମାଲାବାର, ମାନ୍ଦ୍ରାଜ
ମୃତ୍ୟୁ୨୯ ସେପ୍ଟେମ୍ବର ୨୦୦୪(2004-09-29) (ବୟସ ୯୫)
କୋଚି, କେରଳ
ବୃତ୍ତିକବି
ଶୈଳୀକବିତା
ପୁରସ୍କାରପଦ୍ମ ଭୂଷଣ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ, ସରସ୍ୱତୀ ସମ୍ମାନ, ଆସନ ପୁରସ୍କାର,
ଜୀବନ ସାଥିଭି ଏମ ନାୟାର
ସନ୍ତାନକମଳା ସୁରୈୟା, ସୁଲୋଚନା, ମୋହନଦାସ, ଶ୍ୟାମସୁନ୍ଦର

ନାଲାପତ ବାଲାମଣି ଆମ୍ମା (୧୯ ଜୁଲାଇ ୧୯୦୯ - ୨୯ ସେପ୍ଟେମ୍ବର ୨୦୦୪) ଜଣେ ମାଲାୟଲମ କବି ଥିଲେ । ତାଙ୍କୁ ମାଲାୟଲମ ଭାଷାର "ମାତୃତ୍ୱର କବି" କୁହାଯାଏ । ''ଆମ୍ମା'', ମୁଥାସ୍ସି, "ମଝୁଭିଣ୍ଟେ କଥା" ଆଦି ତାଙ୍କର ପ୍ରମୁଖ ରଚନା ।[୧] ନାଲାପତ ବାଲାମଣି ଆମାଙ୍କୁ ପଦ୍ମ ଭୂଷଣ, ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଫେଲୋସିପ ଆଦି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ଝିଅ କମଳା ସୁରୈୟା ମଧ୍ୟ ମାଲାୟଲମ ଭାଷାର ଜଣେ ଜଣାଶୁଣା କବି ।[୨]

ଜୀବନୀ[ସମ୍ପାଦନା]

ବାଲାମଣି ଆମ୍ମା ୧୯୦୯ ମସିହା ଜୁଲାଇ ୧୯ ତାରିଖରେ କେରଳର ତ୍ରିଶୁର ଅନ୍ତର୍ଗତ ପୁଣ୍ୟାୟୁରକୂଳମଠାରେ ଥିବା ତାଙ୍କ ପୈତୃକ ଘର ନାଲାପତଠାରେ ଜନ୍ମଗ୍ରହଣ କରିଥିଲେ । ସେ କୌଣସି ବିଧିବଦ୍ଧ ଶିକ୍ଷାଲାଭ କରିନଥିଲେ ମଧ୍ୟ ମାମୁଁ ନାଲାପତ ନାରାୟଣ ମେନନଙ୍କ ତତ୍ତ୍ୱାବଧାନରେ ଓ ତାଙ୍କ ବହି ପଢ଼ି ପଢ଼ି ଜଣେ କବି ହୋଇ ପାରିଥିଲେ । ନାଲାପତ ନାରାୟଣ ମେନନ ଓ କବି ଭଲ୍ଲାଥଲ ନାରାୟଣ ମେନନଙ୍କଦ୍ୱାରା ସେ ପ୍ରଭାବିତ ହୋଇଥିଲେ ।

ବାଲାମଣି ଆମ୍ମା ୧୯ ବର୍ଷ ବୟସରେ ଭି ଏମ ନାୟାରଙ୍କୁ ବିବାହ କରିଥିଲେ । ଭି ଏମ ନାୟାର ପରବର୍ତ୍ତୀ ସମୟରେ ବହୁଳ ପ୍ରକାଶିତ ମାଲାୟଲମ ଖବରକାଗଜ "ମାତୃଭୂମି"ର ପ୍ରବନ୍ଧ ସଂଚାଳକ ହୋଇଥିଲେ । ବିବାହ ପରେ ବାଲାମଣି ପତିଙ୍କ ସହ କଲିକତା ଚାଲି ଯାଇଥିଲେ । ନାୟାର ସେତେବେଳେ ବେଣ୍ଟଲେ ଓ ରୋଲ୍ସ ରୟେସ ବିକୁଥିବା ୱାଲଫର୍ଡ଼ ଟ୍ରାନ୍ସପୋର୍ଟରେ କାର୍ଯ୍ୟକରୁଥିଲେ । ନାୟାର ୧୯୭୭ ମସିହାରେ ଦେହତ୍ୟାଗ କରିଥିଲେ ।

ସାହିତ୍ୟିକା କମଳା ସୁରୈୟା ବାଲମଣିଙ୍କର ଝିଅ ଓ ସେ ବାଲମଣିଙ୍କର ଗୋଟିଏ କବିତା "ଦ ପେନ"କୁ ଇଂରାଜୀରେ ଅନୁବାଦ କରିଥିଲେ । ଏହି କବିତାରେ ଜଣେ ମାଆର ଏକାକୀତ୍ୱ ଦର୍ଶା ଯାଇଥିଲା । ବାଲାମଣିଙ୍କର ଅନ୍ୟାନ୍ୟ ସନ୍ତାନ ଥିଲେ ମୋହନଦାସ, ଶ୍ୟାମ ସୁନ୍ଦର ଓ ସୁଲୋଚନା ।

ବାଲାମଣି ୨୦୦୪ ମସିହା ସେପ୍ଟେମ୍ବର ୨୯ ତାରିଖରେ ଦେହତ୍ୟାଗ କରିଥିଲେ । ମୃତ୍ୟୁ ପୂର୍ବରୁ ୫ ବର୍ଷ ଧରି ସେ ଆଲଜିମର ରୋଗରେ ପିଡ଼ିତ ଥିଲେ[୩]

କବିତା[ସମ୍ପାଦନା]

ବାଲାମଣିଙ୍କର ପ୍ରାୟ ୨୦ଟି କବିତା ସଂକଳନ, ଅନେକ ଗଳ୍ପ ଓ ଅନୁବାଦ ପୁସ୍ତକ ପ୍ରକାଶିତ ହୋଇଛି । ସେ କମ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ କବିତା "କୁପ୍ପୁକାଇ" ୧୯୩୦ ମସିହାରେ ପ୍ରକାଶିତ ହୋଇଥିଲା । କୋଚିନର ରାଜାଙ୍କଠାରୁ "ସାହିତ୍ୟ ନିପୁଣ ପୁରସ୍କାର" ପାଇବା ପରେ, ତାଙ୍କର ଜନାଦୃତି ବଢିଥିଲା । ୧୯୫୯ରୁ ୧୯୮୬ ମଧ୍ୟରେ ଲେଖା ଯାଇଥିବା ତାଙ୍କ କବିତାକୁ ନେଇ "ନିବେଦ୍ୟମ" ନାମରେ ଏକ କବିତା ସଂକଳନ ପ୍ରକାଶ ପାଇଥିଲା । ନାଲାପତ ନାରାୟନ ମେନନଙ୍କୁ ତାଙ୍କର ଶୋକାଞ୍ଜଳୀ "ଲୋକାନନ୍ତରାଙ୍ଗଳି" ନାମକ ପୁସ୍ତକ ମାଧ୍ୟମରେ ପ୍ରକାଶିତ ହୋଇଥିଲା ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ବାଲାମଣି ନିଜ ଲିଖିତ ଶିଶୁ କବିତା ଯୋଗୁ ମାଲାୟଲମ କବିତାର "ଆମ୍ମା" ଓ "ମୁଥାସ୍ସି" ଭାବେ ପରିଚିତ ଥିଲେ । ଅକ୍କିତମ ଅଚ୍ୟୁନ୍ତମ ନାମୁଥିରୀ ତାଙ୍କୁ "ପ୍ରଫେଟ ଅଫ ହ୍ୟୁମାନ ଗ୍ଲୋରୀ" ବା ମାନବ ଗୌରବର ଦେବୀ ବୋଲି ସମ୍ବୋଧନ କରିଥିଲେ ।[୫]

ବାଲାମଣି ନିଜ ଜୀବନ କାଳରେ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ । ସେଥିମଧ୍ୟରୁ :

  • କେରଳ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩(ମୁଥାସ୍ସି)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୫(ମୁଥାସ୍ସି)
  • ଆସନ ପୁରସ୍କାର - ୧୯୮୯
  • ଭଲ୍ଲାଥୋଳ ପୁରସ୍କାର - ୧୯୯୩
  • ଲଳିଥାମ୍ବିକା ଅନ୍ଥର୍ଜାନମ ପୁରସ୍କାର - ୧୯୯୩
  • ସରସ୍ୱତୀ ସମ୍ମାନ - ୧୯୯୫(ନିବେଦ୍ୟମ)
  • ଏଜୁଥାଚନ ସମ୍ମାନ - ୧୯୯୫
  • ଏନ ଭି କ୍ରୀଷ୍ଣା ୱାରିୟର ସମ୍ମାନ - ୧୯୯୭[୪]
  • ପଦ୍ମ ଭୂଷଣ - ୧୯୮୭

କବିତ ସଂଗ୍ରହ[ସମ୍ପାଦନା]

  • କୁଦୁମ୍ବିନୀ (୧୯୩୬)
  • ଧର୍ମମାର୍ଗଥିଲ (୧୯୩୮)
  • ସ୍ତ୍ରୀ ହୃଦୟମ (୧୯୩୯)
  • ପ୍ରଭାନୁକୁରମ (୧୯୪୨)
  • ଭାବନୈଇଲି (୧୯୪୨)
  • ଉଞ୍ଜାମ୍ନିଲେ (୧୯୪୬)
  • କଲିକତ (୧୯୪୯)
  • ଭେଲିଚାଥିଲ (୧୯୫୧)
  • ଅବର ପାଡ୍ଡୁନୁ (୧୯୫୨)
  • ପ୍ରଣମମ (୧୯୫୪)
  • ଲୋକାନ୍ଥରାଙ୍ଗେଲିଲ (୧୯୫୫)
  • ସୋପାନମ (୧୯୫୮)
  • ମୁଥାସ୍ସି (୧୯୬୨)
  • ମଝୁଭିଣ୍ଟେ କଥା (୧୯୬୬)
  • ଅମ୍ବାଲଥିଲେକୁ (୧୯୬୭)
  • ନଗରଥିଲ (୧୯୬୮)
  • ଭେୟିଲାରୁମ୍ବୋଲ (୧୯୭୧)
  • ଅମୃତମଗମୟ (୧୯୭୮)
  • ସନ୍ଧ୍ୟା (୧୯୮୨)
  • ନିବେଦ୍ୟମ (୧୯୮୭)
  • ମଥାରୁହୃଦୟମ (୧୯୮୮)
  • To My Daughter (ମାଲାୟଲମ)
  • କୂଳକାଦବୀ

ଆଧାର[ସମ୍ପାଦନା]

  1. George, K. M. (1998). Western influence on Malayalam language and literature. Sahitya Akademi. p. 132. ISBN 978-81-260-0413-3.
  2. Weisbord, Merrily (2010). The Love Queen of Malabar: Memoir of a Friendship with Kamala Das. McGill-Queen's University Press. p. 116. ISBN 978-0-7735-3791-0. balamani amma.
  3. "Balamani Amma no more". Indian Express. 30 September 2004. Retrieved 20 November 2011.
  4. ୪.୦ ୪.୧ "A prolific writer". The Hindu. 30 September 2004. Retrieved 13 November 2011.
  5. "Balamaniyamma remembered". The Hindu. 8 October 2004. Retrieved 20 November 2011.

ବାହାର ଆଧାର[ସମ୍ପାଦନା]