ସୂର୍ଯ୍ୟନାରାୟଣ ଦାଶ

ଉଇକିପିଡ଼ିଆ‌ରୁ
(ସୂର୍ଯ୍ୟନାରାୟଣ ଦାସରୁ ଲେଉଟି ଆସିଛି)
ସୂର୍ଯ୍ୟନାରାୟଣ ଦାଶ
ଜନ୍ମ ଓ ଜନ୍ମସ୍ଥାନ(1908-07-01)୧ ଜୁଲାଇ ୧୯୦୮
ଦଶରଥପୁର, ଗଞ୍ଜାମ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୧ ଜୁଲାଇ ୧୯୮୨(1982-07-11) (ବୟସ ୭୪)
ବୃତ୍ତିସାମ୍ବାଦିକ, ଐତିହାସିକ, ଗବେଷକ, ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଓଡ଼ିଆ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର

ପଣ୍ଡିତ ସୂର୍ଯନାରାୟଣ ଦାଶ (୧ ଜୁଲାଇ ୧୯୦୮[୧] - ୧୧ ଜୁଲାଇ ୧୯୮୨[୨]) ଜଣେ ସାମ୍ବାଦିକ, ଐତିହାସିକ, ଗବେଷକ ଓ ଲେଖକ ଅଟନ୍ତି । ୧୯୦୮ ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦଶରଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] ପିତା ବାଲୁକେଶ୍ୱର ଦାଶ ଓ ମାତା କ୍ଷିତି ଦେବୀ ।

ଶିକ୍ଷା[ସମ୍ପାଦନା]

ସୂର୍ଯ୍ୟନାରାୟଣ ୧୯୪୬-୪୭ରେ ଘରୋଇ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ୟୁନାଇଟେଡ଼ ପ୍ରେସ ଅଫ ଇଣ୍ଡିଆର ସ୍ୱତନ୍ତ୍ର ପ୍ରତିନିଧି ଭାବେ ୧୯୩୧ରୁ ୧୯୪୪ ଯାଏଁ କାମ କରିଥିଲେ । ସେ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠାତା ଓ ୧୯୪୫ରୁ ୧୯୬୫ ପର୍ଯ୍ୟନ୍ତ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ ।

ରଚନାବଳୀ[ସମ୍ପାଦନା]

  • ଉତ୍କଳମଣି ଗୋପବନ୍ଧୁ (୧୯୭୬)
  • ଦେଶପ୍ରାଣ ମଧୁସୂଦନ (୧୯୭୧)
  • ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ (୧୯୬୬)
  • ଓଡ଼ିଆ ସାହିତ୍ୟର ଇତିହାସ, (୪ଟି ଭାଗରେ ପ୍ରକାଶିତ- ୧୯୬୩, ୧୯୬୫ ଓ ୧୯୬୬)
  • ଓଡ଼ିଆ ସାହିତ୍ୟର ପରିଚୟ
  • ଶ୍ରୀ ଜଗନ୍ନାଥ ମନ୍ଦିର, (୧୯୬୬)
  • ପାଇକ ବିଦ୍ରୋହ
  • ଉନବିଂଶ ଶତାବ୍ଦୀର ଓଡ଼ିଶା, ୧୯୬୯
  • ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଇତିହାସ
  • କବିବର ରାଧାନାଥ ଓ ତାଙ୍କ ସାହିତ୍ୟ
  • ଓଡ଼ିଶାରେ ସିପାହୀ ବିଦ୍ରୋହର ଝଲକ
  • ରାଜା ରାମମୋହନ ରାୟ
  • ଶ୍ରୀ ରାମାନୁଜ ଚରିତ
  • ଶ୍ରୀ ନିମ୍ବାର୍କ
  • The Temple of Jagannath
  • The History of Greater Orissa

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା), ୧୯୬୭-ଓଡ଼ିଆ ସାହିତ୍ୟର ଇତିହାସ ବହି ନିମନ୍ତେ[୪]
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୮

ଆଧାର[ସମ୍ପାଦନା]

  1. ମିଶ୍ର, ଡ. ପୂର୍ଣ୍ଣଚନ୍ଦ୍ର. "ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଶ୍ରୀଜଗନ୍ନାଥପୁରାଣ". ପୌରୁଷ. p. ୪୮. Archived from the original on 4 September 2022. Retrieved 4 September 2022.
  2. ମିଶ୍ର, ଡ. ପୂର୍ଣ୍ଣଚନ୍ଦ୍ର. "ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଶ୍ରୀଜଗନ୍ନାଥପୁରାଣ". ପୌରୁଷ. p. ୫୨. Archived from the original on 4 September 2022. Retrieved 4 September 2022.
  3. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 880–. ISBN 978-81-260-1803-1.
  4. "AKADEMI AWARDS (1955-2013)". Sahitya Akademi. Retrieved 26 February 2015.

Lua error in package.lua at line 80: module 'Module:Authority control/config' not found.