ଦିଲୀପ ତିର୍କୀ

ଉଇକିପିଡ଼ିଆ‌ରୁ
ଦିଲୀପ ତିର୍କି
Born (1977-11-25) ୨୫ ନଭେମ୍ବର ୧୯୭୭ (ବୟସ ୪୬)
Height170 cm (5 ft 7 in)

ଦିଲୀପ ତିର୍କି (ଜନ୍ମ: ୨୫ ନଭେମ୍ବର ୧୯୭୭) ଜଣେ ଭାରତୀୟ ହକି ଖେଳାଳୀ ଏବଂ ରାଜନେତା । ସେ ଓଡ଼ିଶାସୁନ୍ଦରଗଡଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଆନ୍ତର୍ଜାତୀୟ ହକି ଦଳର ଅଧିନାୟକ ଭାବରେ ଖେଳିଥିଲେ ଓ ଜଣେ ଡିଫେଣ୍ଡର ଥିଲେ । ୨୦୧୦ ମସିହାରେ ଦିଲୀପ ଭାରତୀୟ ହକି ଦଳରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଦିଲୀପ ଓଡ଼ିଶାର ରାଜନୈତିକ ଦଳ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୨ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ଯାଏଁ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ ।[୧] ୨୦୧୯ ମସିହାରେ ଗଠିତ "ଓଡ଼ିଶା ହକି ପ୍ରମୋଶନ କାଉନସିଲ"ର ଅଧକ୍ଷ ଭାବରେ ତାଙ୍କୁ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।[୨] ଏଥି ପୂର୍ବରୁ ୨୦୧୮ ମସିହାରେ ସେ ଓଡ଼ିଶା ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।[୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦିଲୀପ ତିର୍କି ୨୫ ନଭେମ୍ବର ୧୯୭୭ ମସିହାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସୁନାମରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହେଉଛନ୍ତି ଭିନସେନ୍ଟ ତିର୍କି । ତାଙ୍କର ଦୁଇ ଭାଇ ଅନୁପ ତିର୍କି ଓ ଅଜିତ ତିର୍କି ରେଳବାଇ ପାଇଁ ହକି ଖେଳନ୍ତି ।[୪] ଦିଲୀପ ମିରା ତିର୍କିଙ୍କୁ ୬ ଫେବ୍ରୁଆରୀ ୨୦୦୬ରେ ବିବାହ କରିଥିଲେ ।[୫] ସେ ଏୟାର ଇଣ୍ଡିଆରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଖେଳ ଜୀବନ[ସମ୍ପାଦନା]

ଦିଲୀପ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହାପରେ ସେ ଭାରତ ପକ୍ଷରୁ ୧୯୯୬ ଆଟଲାଣ୍ଟା ଅଲମ୍ପିକ, ୨୦୦୦ ସିଡିନୀ ଅଲମ୍ପିକ, ୨୦୦୪ ଏଥେନସ୍ ଅଲମ୍ପିକରେ ଭାଗନେଇଥିଲେ । ସେ ଭାରତ ପାଇଁ ସର୍ବମୋଟ ୪୧୨ଟି ମ୍ୟ୍ୟଚ୍ ଖେଳିଥିଲେ । ୨୦୧୦ ମସିହା ମଇ ୨ ତାରିଖରେ ସେ ହକିରୁ ଅବସର ନେଇଥିଲେ ।[୬]

କୃତିତ୍ୱ[ସମ୍ପାଦନା]

  • ୧୯୯୭: ଜୁନିୟର ବିଶ୍ୱ ହକି ଦଳରେ ସ୍ଥାନ
  • ୨୦୦୨: ଏସୀୟ ଦଳରେ ସ୍ଥାନ
  • ୨୦୦୬: ବିଶ୍ୱ ହକି ଦଳରେ ସ୍ଥାନ
  • ୨୦୦୭: ବିଶ୍ୱ ହକି ଦଳରେ ସ୍ଥାନ
  • ଜୁଲାଇ୧୫, ୨୦୧୦: ସମ୍ବଲପୁର ବିଶ୍ବବିଦ୍ୟାଳୟଦ୍ୱାରା ଡକ୍ଟରେଟ୍ ସମ୍ମାନ
  • ଭାରତୀୟ ହକି ଦଳ ପାଇଁ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି (୪୧୨ ମ୍ୟଚ୍) (ବିଶ୍ୱରେ ତୃତୀୟ ସର୍ବାଧିକ)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Detailed Profile: Shri Dilip Kumar Tirkey". archive.india.gov.in. ଭାରତ ସରକାର. Retrieved 17 August 2019.[permanent dead link]
  2. "New role for several BJD leaders in govt departments Read more at: timesofindia.indiatimes.com/articleshow/70707215.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 17 August 2019.
  3. "Hockey legend Dilip Tirkey to head OTDC Read more at: timesofindia.indiatimes.com/articleshow/64225265.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 17 August 2019.
  4. "Personalities". orisports.com. orisports. Retrieved 17 August 2019.
  5. "Skipper first, husband later - Dilip tirkey ties knot, but no honeymoon". www.telegraphindia.com. telegraph. Retrieved 17 August 2019.
  6. "It was a very sad end to my career: Dilip Tirkey Read more at: timesofindia.indiatimes.com/articleshow/5893918.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 17 August 2019.
  7. Orissa General Knowledge. Bright Publications. pp. 122–. ISBN 978-81-7199-574-5.

ଅଧିକ ତଥ୍ୟ[ସମ୍ପାଦନା]