ବେଣୀମାଧବ ପାଢ଼ୀ
ଦେଖଣା
ବେଣୀମାଧବ ପାଢ଼ୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୬ ଜୁନ ୧୯୧୯ ଚିକିଟି, ଗଞ୍ଜାମ, ଓଡ଼ିଶା |
ମୃତ୍ୟୁ | ୨୦୦୮ |
ବୃତ୍ତି | ଅଧ୍ୟାପକ, ଲେଖକ |
ଭାଷା | ଓଡ଼ିଆ, ସଂସ୍କୃତ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଦାରୁ ଦେବତା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୫) |
ବେଣୀମାଧବ ପାଢ଼ୀ (୧୬ ଜୁନ ୧୯୧୯ - ୨୦୦୮) ଜଣେ ଓଡ଼ିଆ ଅଧ୍ୟାପକ ଓ ସାହିତ୍ୟିକ ଥିଲେ ।[୧] ସେ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ ତଥା ଆଲୋଚକ ମଧ୍ୟ ଥିଲେ ।[୨]
ଜୀବନୀ
[ସମ୍ପାଦନା]ବେଣୀମାଧବ, ୧୯୧୯ ମସିହାରେ ଗଞ୍ଜାମ ଜିଲ୍ଲାର ଚିକିଟିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ପୁରୋହିତ ଥିଲେ । ପାରଳାଖେମୁଣ୍ଡିରେ ସେ ନିଜ ଶିକ୍ଷାରମ୍ଭ କରିଥିଲେ । ସେତେବେଳେ, ପାରଳାଖେମୁଣ୍ଡିର ଶିକ୍ଷାନୁଷ୍ଠାନ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଅଧିନରେ ଥିଲା । ବେଣୀମାଧବ ଓଡ଼ିଆ ଓ ସଂସ୍କୃତ ଭାଷା ଶିକ୍ଷାକରି "ଭାଷା ପ୍ରବୀଣ" ଓ "ସାହିତ୍ୟ ପ୍ରବୀଣ" ଉପାଧି ହାସଲ କରିଥିଲେ । ପରବର୍ତ୍ତୀ ସମୟରେ କାଶୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ପାଠ୍ୟସମାପ୍ତ କରିଥିଲେ । ୧୯୩୯ରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା । ସେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସିଟି ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରିଥିଲେ ।[୩]
ରଚନାବଳୀ
[ସମ୍ପାଦନା]ପୁସ୍ତକ | ପ୍ରକାଶନ ବର୍ଷ | ପ୍ରକାଶକ |
---|---|---|
Scientific Shop | ୧୯୫୨ | |
ଅବିଶ୍ୱାସୀ | ୧୯୪୬[୪] | |
ଭଞ୍ଜୀୟ କାବ୍ୟଭାବନା | ୧୯୭୪ | |
ଦାରୁ ଦେବତା | ୧୯୬୪[୫] | |
ଓଡ଼ିଆ ଭାଷାର ରୂପତତ୍ତ୍ୱ | ୧୯୭୨ | |
ପୁରାତନ କଳିଙ୍ଗର ସାମାଜିକ ଇତିବୃତ୍ତ | ୧୯୯୨ | |
ସନ୍ଧାନ ଓ ସମୀକ୍ଷା: ଭାଷା ସାହିତ୍ୟ | ୧୯୯୭ | |
ସ୍ମୃତି ଅଶୀ ବର୍ଷର | ୨୦୦୦ | |
ଶ୍ରୀଜଗନ୍ନାଥ ତତ୍ତ୍ୱ ବିମର୍ଷ | ୧୯୮୪ | |
ଉଡ୍ରଜା ପାକୃତ | ||
ଧୀ ଓ ଧୀଷଣ | ୧୯୭୧[୬] | |
ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଧର୍ମାଧାର | ୧୯୯୫[୭] | |
କୃଷ୍ଟି ଓ ଦୃଷ୍ଟି – ସାଂସ୍କୃତିକ ଓ ଦାର୍ଶନିକ ପ୍ରବନ୍ଧ | ୧୯୯୮ | |
କୋରକବି | ୧୯୬୮ | |
ସାଧନା ଓ ସମୀକ୍ଷା – ଭାଷା ସାହିତ୍ୟ | ୧୯୯୭ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ (ପୂରାତନ କଳିଙ୍ଗର ସାମାଜିକ ଇତିବୃତ୍ତ ନିମନ୍ତେ)[୮]
- ସାହିତ୍ୟ ଭାରତୀ ସମ୍ମାନ, ୧୯୯୮ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)[୯]
ଆଧାର
[ସମ୍ପାଦନା]- ↑ R. K. Sharma; India. Ministry of Education and Social Welfare (1972). International Sanskrit Conference, New Delhi, March 26th-31st, 1972. The Ministry.
- ↑ Trilochan Dash. Story of Lord Sri Jagannatha in Srimandira at Sri Purusottam Kshetra. Trilochan Dash. pp. 164–. GGKEY:Y2TR84PZ0DD.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ୧୬/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. Archived from the original on 16 June 2020. Retrieved 16 June 2020.
- ↑ Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 536–. ISBN 978-81-7201-798-9.
- ↑ Subhakanta Behera (2002). Construction of an identity discourse: Oriya literature and the Jagannath cult (1866-1936). Munshiram Manoharlal Publishers.
- ↑ https://openlibrary.org/authors/OL4658683A/Benimadhab_Padhi
- ↑ https://www.goodreads.com/book/show/33001706-odisha-ra-sahitya-sanskruti-o-dharmadhara
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 16 June 2021.
- ↑ "ଆର୍କାଇଭ୍ କପି". Archived from the original on 2019-02-15. Retrieved 2019-02-20.
{{cite web}}
: Cite has empty unknown parameter:|1=
(help)