ନୃସିଂହ ଚରଣ ପଣ୍ଡା

ଉଇକିପିଡ଼ିଆ‌ରୁ
ନୃସିଂହ ଚରଣ ପଣ୍ଡା
Born(1929-04-20)୨୦ ଅପ୍ରେଲ ୧୯୨୯
ତାଳବେରେଣା, ପରଜଙ୍ଗ, ଢେଙ୍କାନାଳ
Died୩୦ ଡିସେମ୍ବର ୨୦୧୫(2015-12-30) (ବୟସ ୮୬)
ଭୁବନେଶ୍ୱର
Nationalityଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ, ମିସୌରୀ ବିଶ୍ୱବିଦ୍ୟାଳୟ
Known forବୈଜ୍ଞାନିକ, ଦାର୍ଶନିକ ଓ ଲେଖକ
Awardsଶାରଳା ପୁରସ୍କାର
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
Websitescientistcumphilosopher.com

ନୃସିଂହ ଚରଣ ପଣ୍ଡା (୨୦ ଅପ୍ରେଲ ୧୯୨୯ - ୩୦ ଡିସେମ୍ବର ୨୦୧୫[୧]) ଜଣେ ଓଡ଼ିଆ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ[୨] ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଥିଲେ । ବିଜ୍ଞାନ ଓ ସାହିତ୍ୟରେ ପାରଦର୍ଶିତା ଲାଭ କରିଥିବା, ନୃସିଂହ ଚରଣ ଉଭୟ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ବହୁବାର ପୁରସ୍କୃତ ହେଇଥିଲେ । କରୁଣା ନାମକ ଅନୁଷ୍ଠାନ ପ୍ରତିଷ୍ଠା କରି, ସେ ବିଜ୍ଞାନ ଓ ଦର୍ଶନର ପ୍ରଚାର ପ୍ରସାର କରିବାର ଚେଷ୍ଟା କରିଥିଲେ । ବେଦ ପାଠ, ସମୀକ୍ଷା ଓ ବୈଜ୍ଞାନିକ ଦୃଷ୍ଟିକୋଣ ସହିତ ତର୍ଜମା କରିବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ନୃସିଂହ ଚରଣ, ୧୯୨୯ ଅପ୍ରେଲ ୨୦ ତାରିଖରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ଅନ୍ତର୍ଗତ ତାଳବେରେଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] ପିଲାଦିନରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ୧୯୪୯ମସିହାରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ଏହି ପରୀକ୍ଷାରେ ସେ ସମଗ୍ର ଓଡ଼ିଶାର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରୁ ଜଣେ ଥିଲେ । ୧୯୫୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଆଇ.ଏସ୍.ସି ପାସ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ନୃସିଂହ ଚରଣ, ୧୯୫୫ ମସିହାରେ ଆଗ୍ରା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୟୁ.ପି. ପଶୁଚିକିତ୍ସା ବିଦ୍ୟାଳୟରୁ ପଶୁଚିକିତ୍ସା କ୍ଷେତ୍ରରେ ସ୍ନାତକ ପାସ କରିଥିଲେ । ଏଠାରେ ସେ ସ୍ୱର୍ଣ୍ଣପଦକ ଓ କୁଳପତି ପଦକ ହାସଲ କରିଥିଲେ । ସେ ୧୯୬୨ ମସିହାରେ ଆମେରିକାର ମିସୌରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୧୯୬୯ମସିହାରେ ପି.ଏଚ୍.ଡି ହାସଲ କରିଥିଲେ । ୨୦୧୦ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ପ୍ରଦାନ କରିଥିଲା । ଡ଼ ପଣ୍ଡା ୧୯୫୮ ମସିହାରୁ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ରହି ଶିକ୍ଷାଦାନ ଓ ଗବେଷଣାରେ ବ୍ରତୀ ଥିଲେ । ବାୟୋକେମେଷ୍ଟ୍ରୀ ଓ ନ୍ୟୁଟ୍ରିସନ ବିଭାଗରେ ତାଙ୍କର ଦକ୍ଷତା ରହିଥିଲା ।[୪] ବାୟୋକେମେଷ୍ଟ୍ରୀ ଓ ନ୍ୟୁଟ୍ରିସନରେ ତାଙ୍କର ପ୍ରାୟ ୬୬ଟି ଶୋଧ ପତ୍ର ପ୍ରକାଶ ପାଇସାରିଛି । ତାଙ୍କ ଅଧିନରେ ୪ଜଣ ଛାତ୍ର ପି.ଏଚ୍.ଡି ମଧ୍ୟ ଲାଭ କରିଛନ୍ତି ।[୫]

ସାହିତ୍ୟିକ ଜୀବନ[ସମ୍ପାଦନା]

ନୃସିଂହ ଚରଣ ସାହିତ୍ୟର ବହୁ ବିଭାଗ ଯଥା ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଶିଶୁସାହିତ୍ୟ ଓ କବିତାରେ ଲେଖନି ଚାଳନା କରିଛନ୍ତି । ବିଜ୍ଞାନ ଭିତ୍ତିକ ସାହିତ୍ୟ ଲେଖକ ଭାବରେ ତାଙ୍କର ବିଶେଷ ପରିଚୟ ଅଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଲେଖନ୍ତି ।[୬]

ରଚନାବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ମେଷ ପାଳକ - ୧୯୭୭
  • ଦଗ୍ଧ ଗୋଲାପର ଚିର ବସନ୍ତ - ୧୯୮୧
  • ସପ୍ତସିନ୍ଧୁ - ୧୯୮୨
  • ଚଣ୍ଡାଶୋକ - ୧୯୮୩
  • ଖାରବେଳ - ୧୯୮୯[୭]
  • ଅଶାନ୍ତ ଅନଳ - ୧୯୯୦
  • ବିଶ୍ୱାମିତ୍ର ଉବାଚ - ୧୯୯୩

ଗଳ୍ପ ସଂକଳନ[ସମ୍ପାଦନା]

  • ସଙ୍ଗମ - ୧୯୮୯
  • ଅଷ୍ଟମ ସ୍ୱର - ୧୯୯୭

ପ୍ରବନ୍ଧ ସଂକଳନ[ସମ୍ପାଦନା]

  • ବିଜ୍ଞାନ ଓ ପ୍ରକୃତି - ୧୯୭୭
  • ବିଜ୍ଞାନ ଓ ଭଗବାନ - ୧୯୮୪
  • ଈଶ୍ୱର - ୧୯୮୭
  • ବିଜ୍ଞାନ ଓ ପ୍ରାବିଦ୍ଧିକି - ୨୦୦୧

କବିତା ସଂକଳନ[ସମ୍ପାଦନା]

  • ଋତ ଅନୃତ - ୨୦୦୦
  • ଆଦିକାବ୍ୟ - ୨୦୦୨
  • ଫେଣ ଓ ତରଙ୍ଗ - ୨୦୦୬
  • ନାଦ ବ୍ରହ୍ମ - ୨୦୦୯

ଶିଶୁସାହିତ୍ୟ[ସମ୍ପାଦନା]

  • ଅଦୃଶ୍ୟ ଜୀବ
  • ମାଙ୍କଡ଼ରୁ ମଣିଷ
  • ଭଲ ମଣିଷ
  • ଜୀବନ
  • ଗଛରୁ ପଡ଼ିଲା ଆତ

ଆତ୍ମଜୀବନୀ[ସମ୍ପାଦନା]

  • ପାଷାଣଭେଦୀ ଗୁଳ୍ମର କାହାଣୀ - ୨୦୧୩ (ପ୍ରକାଶକ : ଷ୍ଟୁଡେଣ୍ଟସ ଷ୍ଟୋର, କଟକ)

ଇଂରାଜୀ ପୁସ୍ତକ[ସମ୍ପାଦନା]

  • Maya in Physics, 1991, published by Motilal Banarsidass, Delhi.
  • The Vibrating Universe, 1995, published by Motilal Banarsidas, Delhi.
  • Mind and Supermind, 1996, Vol I & II, published by D.K. Printworld, New Delhi.
  • Cyclic Universe, Vol. I & II, 2002, published by D.K. Printworld, New Delhi.
  • Meditation, Science and Practice, 2003, published by D.K. Printworld, New Delhi.
  • Yoga-Nidra, Yogic Trance, Theory, Practice and Applications, 2003, published by D.K. Printworld, New Delhi.
  • Japa Yoga, Theory, Practice and Applications, 2007, published by D.K. Printworld, New Delhi.
  • Bhagavadgeetaa : A New Exposition in a Broader Spectrum, 2009, published by D.K. Printworld, New Delhi.
  • Hatha-Yoga
  • Integral Cosmology

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୪ (ସପ୍ତସିନ୍ଧୁ ଉପନ୍ୟାସ ନିମନ୍ତେ)
  • ଶାରଳା ପୁରସ୍କାର - ୧୯୯୩ (ଖାରବେଳ ଉପନ୍ୟାସ ନିମନ୍ତେ)
  • ଓଡ଼ିଶା ବିଜ୍ଞାନ ଏକାଡେମୀ ସମ୍ମାନ - ୨୦୧୧[୮]
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ - ୨୦୧୨
  • ଦଶମ କଳିଙ୍ଗ ପୁସ୍ତକ ମେଳା ସାରସ୍ୱତ ସମ୍ମାନ - ୨୦୦୭(ଫେଣ ଓ ତରଙ୍ଗ କବିତା ସଙ୍କଳନା ନିମନ୍ତେ)
  • ଭରତ ଚନ୍ଦ୍ର ନାୟକ ସ୍ମୃତି ପୁରସ୍କାର - ୧୯୭୮( ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ଶ୍ରେଷ୍ଠ ପ୍ରବନ୍ଧ ନିମନ୍ତେ)
  • ନନ୍ଦିଘୋଷ ସମ୍ମାନ - ୧୯୮୬
  • ପଣ୍ଡିତ ଶ୍ରୀଧର ଦାସ ସ୍ମାରକୀ ନ୍ୟାସ ସମ୍ମାନ - ୨୦୦୨( ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ)
  • ଜଗନ୍ନାଥ ସୋସାଇଟି ଅଫ୍ ଆମେରିକାସ ସମ୍ମାନ - ୧୯୯୭ (ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ)
  • କପିଳାସ ସମ୍ମାନ - ୨୦୦୨( କଳା ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ ପ୍ରଦତ୍ତ)
  • ଚିର ସାମର୍ଥ ପ୍ରତିଭା ସମ୍ମାନ - ୨୦୦୫
  • ଷଷ୍ଠ ଭାରତୀୟ ପଶୁଚିକିତ୍ସା କଂଗ୍ରେସ ସମ୍ମାନ - ୨୦୦୬
  • ଭୁବନେଶ୍ୱର ପ୍ରତିଭା ସମ୍ମାନ - ୨୦୧୩ (ମୁକ୍ତ ଚିନ୍ତନ ମଞ୍ଚଦ୍ୱାରା ପ୍ରଦତ୍ତ)[୯]

ଆଧାର[ସମ୍ପାଦନା]

  1. PrameyaNews7. "Odisha: Writer Nrusingha Charan Panda passes away". Prameya News7. Retrieved 31 December 2015.{{cite web}}: CS1 maint: numeric names: authors list (link)
  2. N.C. Panda (2003). Yoga-nidräa: Yogic Trance ;theory, Practice and Applications. D. K. Print World (P) Limited. ISBN 978-81-246-0243-0.
  3. Nr̥siṃhacaraṇa Paṇḍā (1 January 1995). The Vibrating Universe. Motilal Banarsidass Publishe. pp. 419–. ISBN 978-81-208-1291-8.
  4. Journal of Indian Psychology. Andhra University Press. 1996.
  5. "ଆର୍କାଇଭ୍ କପି". Archived from the original on 2016-04-02. Retrieved 2015-07-23. {{cite web}}: Cite has empty unknown parameter: |1= (help)
  6. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 3895–. ISBN 978-81-260-1221-3.
  7. Indian Literature. Sähitya Akademi. 1991.
  8. "ଆର୍କାଇଭ୍ କପି". Archived from the original on 2015-06-27. Retrieved 2015-07-23. {{cite web}}: Cite has empty unknown parameter: |1= (help)
  9. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-07-23. {{cite web}}: Cite has empty unknown parameter: |1= (help)