ବସନ୍ତ କୁମାର ଶତପଥୀ
Jump to navigation
Jump to search
ବସନ୍ତ କୁମାର ଶତପଥୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୬ ଜୁନ ୧୯୧୩ ପାନ୍ଧଡା, ବାଙ୍ଗିରିପୋଷି, ମୟୂରଭଞ୍ଜ ଜିଲ୍ଲା |
ମୃତ୍ୟୁ | ୨୦ ଫେବୃଆରୀ ୧୯୯୪ | (ବୟସ ୮୦)
ବିଷୟ | ନାଟକ, ଗପ, ଏକାଙ୍କିକା, ରମ୍ୟ ରଚନା, ସମାଲୋଚନା, ଅନୁବାଦନ |
ସାହିତ୍ୟ କୃତି | ଆଣ୍ଟି ରୋମାଣ୍ଟିକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୮ |
ସନ୍ତାନ | ଶାନ୍ତନୁ ଶତପଥୀ, ସଞ୍ଜୟ ଶତପଥୀ |
ବସନ୍ତ କୁମାର ଶତପଥୀ (୨୬ ଜୁନ ୧୯୧୩ - ୨୦ ଫେବୃଆରୀ ୧୯୯୪)[୧] ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ଜନ୍ମିତ ଜଣେ ଓଡ଼ିଆ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ ।[୨] ବସନ୍ତ କୁମାର ଶତପଥୀ, ଜଣେ ଇଂରାଜୀ ଅଧ୍ୟାପକ ଭାବରେ ଶିକ୍ଷାଦାନ କରି, ଫକୀର ମୋହନ କଲେଜର ଇଂରାଜୀ ଭାଷା ବିଭାଗର ମୁଖ୍ୟ ଭାବରେ ସେବାନିବୃତ ହୋଇଥିଲେ ।
ରଚନାବଳୀ[ସମ୍ପାଦନା]
ବସନ୍ତଙ୍କ ସାହିତ୍ୟରେ ଗାଉଁଲି ମଣିଷ ଓ ଦଳିତ ଅବହେଳିତ ମଣିଷର ଜୀବନ କାହାଣୀ ବର୍ଣ୍ଣିତ । ତାଙ୍କ ରଚନାରେ ସାଧାରଣ ଓ ସରଳ ଭାଷାର ବ୍ୟବହାର ଦେଖିବାକୁ ମିଳିଥାଏ । ବ୍ୟଙ୍ଗ ଓ କଟାକ୍ଷ ତାଙ୍କ ରଚନାର ଅନ୍ୟତମ ମୁଖ୍ୟ ବିଭବ । ଜୀବନର ଦୁଃଖ, ଯାତନା ମଧ୍ୟରୁ ସେ ତାଙ୍କ ସାହିତ୍ୟ ସର୍ଜନା ପାଇଁ ବାଟ କାଢିନେଇଛନ୍ତି । ବସନ୍ତଙ୍କର ବ୍ୟଙ୍ଗ ସାହିତ୍ୟର ପରିସରରୁ କେହି ବାଦ ପଡିନାହନ୍ତି, ଏପରିକି ସେ ନିଜେ ନିଜକୁ ମଧ୍ୟ ବ୍ୟଙ୍ଗ କରିଛନ୍ତି ନିଜ ରଚନା ମାଧ୍ୟମରେ । ତାଙ୍କର ପ୍ରଥମ ଗଳ୍ପ ସଂକଳନ ଥିଲା "ଆଣ୍ଟି ରୋମାଣ୍ଟିକ" ।
ନିଜ ରଚନା ବାବଦରେ ଶତପଥୀ କହନ୍ତି :
“ | ମୋ ସୃଷ୍ଟି ବ୍ୟାଧିଗ୍ରସ୍ତ କଳ୍ପନାବିଳାସ ଓ ପ୍ରୟୋଗବାଦ ବିରୋଧରେ ବିପ୍ଳବ । ମୁଁ କେବଳ ଯାହା ଜାଣେ, ତାହା ଲେଖେ । | ” |
କବିତା[ସମ୍ପାଦନା]
- ସଞ୍ଚୟନ[୪]
ନାଟକ[ସମ୍ପାଦନା]
- ହାଇଦ୍ରାବାଦ ଅଙ୍ଗୁର
- ଆଣ୍ଟି ରୋମାଣ୍ଟିକ, ୧୯୬୬ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)[୫]
- ପୁଅ ପାଇଁ ଝିଅ
- ନବନାଟିକା
- ଗଙ୍ଗା ଓ ଗାଙ୍ଗୀ, ୧୯୮୧
- ଚମ୍ପା
- କାଇଁ ଚିଆଁ
- ଚାଉଳ
- ମାଂସାସୀମାନଙ୍କ ପାଇଁ, ୧୯୮୨
ଅନୁବାଦ[ସମ୍ପାଦନା]
- ଗୋଟିଏ ଆଳୁ, ୧୯୮୨
- ରାଜା (ରବିନ୍ଦ୍ର ନାଥ ଠାକୁରଙ୍କ ମୂଳ ରଚନା)
- ଟେଲ୍ସ ଫ୍ରମ ସେକ୍ସପିଅର(ମୂଳ ରଚନା ଚାର୍ଲ ଓ ମେରି ଲାମ୍ବସ) - ୧୯୭୭[୬]
- ଆସାମୀୟ ସାହିତ୍ୟର ଇତିହାସ(ମୂଳ ଲେଖା : ବିରଞ୍ଚି କୁମାର ବରୁଆ)[୭]
ପ୍ରବନ୍ଧ[ସମ୍ପାଦନା]
- ଫକୀର ମୋହନ, ହିଜ ଲାଇଫ ଏଣ୍ଡ ଲିଟରେଚର[୮]
ସମ୍ପାଦନା[ସମ୍ପାଦନା]
- ଭଞ୍ଜ ପ୍ରଦୀପ
- ମୟୂରଭଞ୍ଜ କ୍ରୋନିକିଲ
ଆତ୍ମଜୀବନୀ[ସମ୍ପାଦନା]
- ମନେପଡ଼େ[୯]
ଗଳ୍ପ ସଂକଳନ
- ଆକାଶୀ ଫୁଲ
- କାଣିଚିଆ
- ଆଣ୍ଟି ରୋମାଣ୍ଟିକ
- ଗୋଟିଏ ଆଳୁ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ମିଶ୍ର, ଡ. ପଞ୍ଚାନନ. "ଚରାଚରର କଥାକାର". ଧରିତ୍ରୀ. Retrieved 26 June 2017.
- ↑ ସମ୍ପଦନା; ମିଶ୍ର, ଗଣେଶ୍ୱର (2007). ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ର ଗଳ୍ପ. ନୂଆ ଦିଲ୍ଲୀ -୧୧୦୦୧୬: ନ୍ୟାସନାଲ ବୁକ ଟ୍ରଷ୍ଟ , ଇଣ୍ଡିଆ. p. ୨୯୩. ISBN 978-81-237-5143-6.CS1 maint: multiple names: authors list (link) CS1 maint: location (link)
- ↑ Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 3864–. ISBN 978-81-260-1221-3.
- ↑ The Indian P.E.N. P.E.N. All-India Centre. 1975.
- ↑ ପଟ୍ଟନାୟକ, ବିଭୂତି (ସଂପାଦନା) (2000). ସମସାମୟିକ ଓଡ଼ିଆ ଗଳ୍ପମାଳା. ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ. p. ୨୪୧. ISBN 81-237-2965-0. Retrieved 27 March 2019.
- ↑ Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000)
- ↑ D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 123–. ISBN 978-81-260-2060-7.
- ↑ Fakir Mohan Senapati (1984). Phakirmohan, his life & literature. Phakirmohan Sahitya Parisad.
- ↑ "ବାସ୍ତବବାଦୀ କଥାକାର ବସନ୍ତ". ସମ୍ବାଦ ୨୬/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 26 June 2015. Retrieved 26 June 2015.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 26 June 2017.