Jump to content

ଗୋପୀନାଥ ମହାପାତ୍ର

ଉଇକିପିଡ଼ିଆ‌ରୁ
ଗୋପୀନାଥ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ (1944-01-01) ୧ ଜାନୁଆରୀ ୧୯୪୪ (ବୟସ ୮୦)
ବୀରନରସିଂହପୁର ଶାସନ, ପୁରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସମାଲୋଚନା ସାହିତ୍ୟ
ସାହିତ୍ୟ କୃତିଶ୍ରୀଜଗନ୍ନାଥ ତତ୍ତ୍ୱ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦

ଗୋପୀନାଥ ମହାପାତ୍ର (ଜନ୍ମ ୧ ଜାନୁଆରୀ ୧୯୪୪) ଓଡ଼ିଆ ଭାଷୀ ଗବେଷକ, ସଂସ୍କୃତଜ୍ଞ, ଅନୁବାଦକ ଓ ସମାଲୋଚକ । ସେ ୧୯୯୦ ମସିହାରେ ଶ୍ରୀଜଗନ୍ନାଥ ତତ୍ତ୍ୱ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଗୋପୀନାଥ ମହାପାତ୍ର ୧୯୪୪ ମସିହା ଜାନୁଆରୀ ୧ ତାରିଖରେ ପୁରୀ ଜିଲ୍ଲାର ବୀରନରସିଂହପୁର ଶାସନ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ସଂସ୍କୃତରେ ସ୍ନାତକୋତ୍ତର, The Land of Vishnu : a study on Jagannath cult ଶୀର୍ଷକ ଇଂରାଜୀ ନିବନ୍ଧ ଉପସ୍ଥାପନ କରି ଜବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି ଉପାଧି ଲାଭ କରିଥିଲେ । ଅଧ୍ୟାପକ ଭାବେ ସେ ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରିବା ସହ ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ସହିତ ମିଶି ଓଡ଼ିଶାରେ ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରୁ ଅବସର ନେଇ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ମଣ୍ଡନ କରିଥିଲେ ।[][]

ଗୋପୀନାଥ ଉଭୟ ସଂସ୍କୃତ, ଓଡ଼ିଆ ଓ ଇଂରାଜୀରେ ଲେଖିଛନ୍ତି । ପ୍ରକାଶିତ ପୁସ୍ତକ ବ୍ୟତୀତ ଅଭିଜ୍ଞାନ ଶାକୁନ୍ତଳଂ ଅନୁବାଦ ଗ୍ରନ୍ଥର 'ମୁଖାଳଙ୍କାର-ଶ୍ଳୋକାବଳୀ' ଓ ଓଡ଼ିଶାରେ ସଂସ୍କୃତ ଚର୍ଚ୍ଚାର ପରମ୍ପରା ଗ୍ରନ୍ଥରେ ସନ୍ନିବେଶିତ 'ଆଧୁନିକ ଓଡ଼ିଶାରେ ସଂସ୍କୃତ ଚର୍ଚ୍ଚା' (ପୃଷ୍ଠା ୧୫୯-୨୩୨) ତାଙ୍କର ଦୁଇଟି ମୂଲ୍ୟବାନ ଆଲୋଚନା । ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତି ସମ୍ପର୍କରେ ତାଙ୍କର ବ୍ୟାପକ ଆଲୋଚନା ବେଶ୍ ଉଲ୍ଲେଖନୀୟ ।[]

ରଚନାବଳୀ

[ସମ୍ପାଦନା]

ସଂସ୍କୃତ

[ସମ୍ପାଦନା]
  • କାଳିଦାସାଷ୍ଟକ
  • ଜଗନ୍ନାଥାଷ୍ଟକ
  • ଦୀନବନ୍ଧ୍ୱାଷ୍ଟକ

ସମାଲୋଚନା

[ସମ୍ପାଦନା]
  • କାଳିଦାସ କବିତାର ରସ ମାଧୁରୀ
  • ସଂସ୍କୃତ ସାହିତ୍ୟର ଇତିହାସ
  • ସଂସ୍କୃତ ଓ ଭାରତୀୟ ସଂସ୍କୃତି
  • ଶ୍ରୀଜଗନ୍ନାଥ ତତ୍ତ୍ୱ

ଅନୁବାଦ

[ସମ୍ପାଦନା]
  • ମେଘଦୂତ
  • ଅଭିଜ୍ଞାନ ଶାକୁନ୍ତଳମ୍
  • ବେତାଳ ପଞ୍ଚବିଂଶତି
  • ସ୍ୱପ୍ନବାସବଦତ୍ତମ୍
  • ଚାରୁଦତ୍ତମ୍
  • ଦଶକୁମାର ଚରିତମ୍

ଇଂରାଜୀ

[ସମ୍ପାଦନା]
  • The Land of Vishnu: a study on Jagannath cult
  • Jagannath in the History and Religious Traditions of Orissa

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଅକାଦେମି ପୁରସ୍କାର: ୧୯୯୦ ('ଶ୍ରୀଜଗନ୍ନାଥ ତତ୍ତ୍ୱ' ପାଇଁ)
  1. http://odishasahityaakademi.org/English/sahitya-award5.php
  2. ମିଶ୍ର, ସୁରେନ୍ଦ୍ର କୁମାର, ଡଃ (୨୦୨୩). ଓଡ଼ିଶାର ପାଣ୍ଡିତ୍ୟ ପରମ୍ପରା. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୧୬୬-୬୭. ISBN 978-93-92171-14-7.{{cite book}}: CS1 maint: multiple names: authors list (link)
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୦୪, ୮୭୩. ISBN 81-7400-331-2.
  4. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୫୨-୫୩. ISBN 81-903352-1-9.