ନୀଳ ମାଧବ ପଣ୍ଡା

ଉଇକିପିଡ଼ିଆ‌ରୁ
ନୀଳ ମାଧବ ପଣ୍ଡା
Film Maker Nila Madhab Panda.jpg
ଜନ୍ମ (1973-10-18) ୧୮ ଅକ୍ଟୋବର ୧୯୭୩ (ବୟସ ୪୯)
ଦଶରାଜପୁର, ସୋନପୁର, ଓଡ଼ିଶା
ବୃତ୍ତି(s)କଥାଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ
Years active୧୯୯୮-ଏବେଯାଏଁ

ନୀଳ ମାଧବ ପଣ୍ଡା (ଜନ୍ମ: ୧୮ ଅକ୍ଟୋବର ୧୯୭୩) ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମିତ ଜଣେ କଥାଚିତ୍ର ନିର୍ଦ୍ଦେଶକ । ତାଙ୍କର ଆଇ ଆମ୍ କାଲାମ କଥାଚିତ୍ର ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଜିତିଅଛି । [୧]

ବାଲ୍ୟ ଜୀବନ[ସମ୍ପାଦନା]

ନୀଳ ମାଧବ ପଣ୍ଡା ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ଦଶରାଜପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଆଦିତ୍ୟ ପ୍ରସାଦ ପଣ୍ଡା ଓ ମାତାଙ୍କ ନାମ ମାୟା ପଣ୍ଡା, ତାଙ୍କର ୩ ଭଉଣୀ ଅଛନ୍ତି । ସେ ତାଙ୍କ ପ୍ରାଥମିକ ଶିକ୍ଷା ତାଙ୍କ ନିଜ ଗ୍ରାମ ବିଦ୍ୟାଳୟରେ କରିଥିଲେ । ଗ୍ରାମ ବିଦ୍ୟାଳୟରେ ଉଚ୍ଚପ୍ରାଥମିକ ଶିକ୍ଷା ପାଇଁ ବ୍ୟବସ୍ଥା ନଥିବାରୁ ସେ ତାଙ୍କ ଗ୍ରାମଠାରୁ ୮ କି.ମି ଦୁର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଚାଲି ଚାଲି ଯିବା ଆସିବା କରି ପାଠ ପଢ଼ିଥିଲେ । ତା' ପରେ ସେ ଉଲୁଣ୍ଡା ଉଚ୍ଚବିଦ୍ୟାଳୟରେ ପଢ଼ିଥିଲେ ଯାହା ତାଙ୍କ ଗ୍ରାମଠାରୁ ୯ କି.ମି ଦୂରରେ ଅବସ୍ଥିତ ଥିଲା । ସେତେ ବେଳେ ସେ ସାଇକେଲ୍ରେ ଯିବା ଆସିବା କରୁଥିଲେ । ସେ ମଧ୍ୟ ଆଇ.ଆଇ.ଏମ୍ ବାଙ୍ଗାଲୋରରେ ପଢ଼ିଛନ୍ତି । [୨]

ନୀଳ ମାଧବ ପଣ୍ଡା‌ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ

ପେସାଦାର ଜୀବନ[ସମ୍ପାଦନା]

୧୯୯୮ ମସିହାରେ ସେ ମଲ୍ଟିମିଡ଼ିଆ ପ୍ରଡକ୍‌ସନ୍ ସଂସ୍ଥା "ଏଲିଆନୋରା ଇମେଜ୍‌ସ୍" ଗଠନ କଲେ । [୩]

ନିର୍ଦ୍ଦେଶନା[ସମ୍ପାଦନା]

ସମ୍ପୂର୍ଣ୍ଣ ଚଳଚ୍ଚିତ୍ର[ସମ୍ପାଦନା]

  • ଆଇ ଆମ୍ କଲାମ୍ (୨୦୧୧) [୪]
  • ଦି ଓମେନ୍ ଫ୍ରମ୍ ଜର୍ଜିଆ (ୟୁଏସ୍ଏ,ନିର୍ମାଣାଧିନ)
  • ପଜିଟିଭ୍ ନେଗେଟିଭ୍ (ଏଚ୍.ଆଇ.ଭି. ଏଡ୍‌ସ୍ ଉପରେ ଆଧାରିତ/ନିର୍ମାଣାଧିନ)
  • କୌନ କିତନା ପାନି ମେ (୨୦୧୫)[୫]
  • ଜଲ୍‌ପରୀ
  • ଲଭ୍ ଇଜ୍ ନଟ୍ ମାଥେମେଟିକ୍ସ
  • ବବ୍‌ଲୁ ହାପି ହେ
  • ବ୍ରୋକନ୍ ହିଲ୍ସ୍
  • ହାଲକା (୨୦୧୮)[୬]


ମାନ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ[୬]
  • ସମ୍ମାନସୂଚକ ଡକ୍ଟରେଟ - ୨୦୧୮(ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)[୭]
  • ୟୁନାଇଟେଡ୍ ନେସନ୍ସ୍ ଭିଜୁଆଲ୍ ମିଡିଆ ଫେଲୋସିପ୍ (୨୦୦୨)
  • ହିରୋଇଜିମ୍ ଇନ୍ ସିନେମାଟୋଗ୍ରାଫି, (୨୦୦୩) ଟିଏଚ୍‌ପି, ନ୍ୟୁୟର୍କ୍
  • ୟୁକେ ଫିଲ୍ମ୍ ଫେଲୋସିପ୍ (୨୦୦୫)
  • କ୍ରିଏଟିଭ୍ ଫ୍ୟୁଚର୍ସ୍ ଅଫ୍ ଇଣ୍ଡିଆ (୨୦୦୫), (ଲଙ୍ଗେସ୍ଟ୍ ଜର୍ଣ୍ଣି ଆବାର୍ଡ୍), ବ୍ରିଟିଶ୍ କାଉନ୍‌ସିଲ୍ [୮]
  • କନ୍ୟା ଭ୍ରୁଣ ହତ୍ୟା ବିରୁଦ୍ଧରେ ଲଢ଼ିବା ପାଇଁ ଏକ୍ସିଲେନ୍ସ୍ ଇନ୍ ମିଡିଆ (୨୦୧୦)
  • ଅରବିନ୍ଦମ୍ ପୁରସ୍କାରମ୍ (ବେଷ୍ଟ ଡେବ୍ୟୁ ଆୱାର୍ଡ) (ଆଇ ଆମ କଲାମ) (୨୦୧୦) [୯]

ଆଧାର[ସମ୍ପାଦନା]