ଶାନ୍ତି ଦେବୀ
ଶାନ୍ତି ଦେବୀ | |
---|---|
ଜନ୍ମ | ଗୋପାଳ ଗାଁ, ବାଲେଶ୍ୱର ଜିଲ୍ଲା | ୧୮ ଅପ୍ରେଲ ୧୯୩୪
ମୃତ୍ୟୁ | ୧୬ ଜାନୁଆରୀ ୨୦୨୨ | (ବୟସ ୮୭)
ବୃତ୍ତି | ସମାଜ ସେବୀ |
ପ୍ରସିଦ୍ଧି | ସେବା ସମାଜ ପ୍ରତିଷ୍ଠାତ୍ରୀ[୧] |
ବୈବାହିକ-ସାଥୀ | ରତନ ଦାସ[୨] |
ପିତାମାତା(s) | ରାଜେନ୍ଦ୍ର ମୋହନ ଦାସ, ନେତ୍ରମଣି ଦେବୀ |
ପୁରସ୍କାର | ପଦ୍ମଶ୍ରୀ, ୨୦୨୧ |
ଶାନ୍ତି ଦେବୀ (୧୮ ଅପ୍ରେଲ ୧୯୩୪-୧୬ ଜାନୁଆରୀ ୨୦୨୨) ଜଣେ ଭାରତୀୟ ଗାନ୍ଧିବାଦୀ ସମାଜସେବୀ ଥିଲେ । ସେ ଗୁଣପୁରଠାରେ ସେବା ସମାଜ ନାମକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।[୩] ବିନୋବା ଭାବେଙ୍କ "ଅହିଂସାର ଅନ୍ୱେଷଣ" ପୁସ୍ତକର ସେ ଓଡ଼ିଆ ଅନୁବାଦ କରିଥିଲେ । ତାଙ୍କର ସମାଜସେବା ନିମନ୍ତେ ସେ ପଦ୍ମଶ୍ରୀ ଏବଂ ଯମୁନାଲାଲ ବଜାଜ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
୨୦୨୨ ମସିହା ଜାନୁଆରୀ ୧୬ ତାରିଖରେ ଗୁଣୁପୁରୁଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୪]
ପ୍ରାଥମିକ ଜୀବନ
[ସମ୍ପାଦନା]ଶାନ୍ତି ଦେବୀ, ୧୮ ଅପ୍ରେଲ ୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଗୋପାଳ ଗାଁରେ ଜନ୍ମଗ୍ରହଣ କରିଥିଲେ ।[୫] ପିତାଙ୍କ ନାମ ଥିଲା ରାଜେନ୍ଦ୍ର ମୋହନ ଦାସ ଓ ମା'ଙ୍କ ନାମ ନେତ୍ରମଣି ଦେବୀ । ଦାଦା ରବୀନ୍ଦ୍ର ମୋହନ ଦାସ ଓ ଖୁଡ଼ି ଗୋଦାବରୀ ଦେବୀ ସମାଜସେବାରେ ବ୍ରତୀ ଥିଲେ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକାଳରେ ଖୁଡ଼ି ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ପଢ଼ାଉଥିଲେ ।[୬] ପିଲାଟି ଦିନରୁ ଶାନ୍ତି ଦେବୀ ଗାନ୍ଧିଜୀ ଏବଂ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଶାନ୍ତି ଦେବୀ ଇଣ୍ଟରମିଡିଏଟ ପାସ କଲାପରେ କଲେଜ ଛାଡ଼ି ସମାଜ ସେବା ନିମିତ୍ତ ସ୍ୱାମୀ ରତନ ଦାସଙ୍କ[୭] ସହ କୋରାପୁଟ ଜିଲ୍ଲାକୁ ଚାଲିଆସିଥିଲେ । ୧୯୫୩ ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲାର ସଂଖଳାପଦର ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରି ଗ୍ରାମର ଦୁଃସ୍ଥ ତଥା ଅଶିକ୍ଷିତ ଆଦିବାସୀଙ୍କ ସେବା କରି ନିଜର ସମାଜ ସେବା ଆରମ୍ଭ କରିଥିଲେ ।
ସମାଜସେବା
[ସମ୍ପାଦନା]ସଂଖଳାପଦର ଗ୍ରାମରେ ଶାନ୍ତିଦେବୀଙ୍କ ପ୍ରୟାସରେ ଆଦିବାସୀଙ୍କ ଜୀବନ ଧାରାରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେବାର ଦେଖି ସେ ୧୯୬୪ ମସିହାରେ ରାୟଗଡ଼ାଠାରେ ମାତ୍ର ସାତ ଜଣ ଆଦିବାସୀ ଝିଅଙ୍କୁ ନେଇ ସେବା ସମାଜ ନାମକ ଏକ ସେମାଜସେବୀ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।[୮] ୧୯୭୫ ମସିହାରେ ୨୫ଜଣ ଆଦିବାସୀ ପିଲାଙ୍କୁ ନେଇ ସେ ପୁଣି ଆଉ ଏକ ଆଶ୍ରମ ଗୁଣପୁରଠାରେ ପ୍ରତିଷ୍ଠା କରିଥିଲେ । ପୁଣି ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ବାତ୍ୟା ପ୍ରପୀଡିତ ଆଦିବାସୀ ପିଲାଙ୍କ ସେବା ନିମିତ୍ତ ଜବରଗୁଡାଠାରେ ଅନ୍ୟ ଏକ ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ ।
ସେ ୧୯୯୩ ଫେବୃଆରୀରେ ଗୁଣପୁର ନିକଟସ୍ଥ ଲିମାମେଡାଠାରେ ଆଦିବାସୀ ଝିଅଙ୍କ ନିମନ୍ତେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ଅନାଥାଶ୍ରମରେ ଶିଶୁ କନ୍ୟାଙ୍କ ସାମଗ୍ରିକ ବିକାଶ ଏବ ଛତିଶଗଡ଼ ଏବଂ ଓଡ଼ିଶାର ମାଓବାଦୀ ଅଂଚଳରେ ଶାନ୍ତି ପାଇଁ ତାଙ୍କର ମହତ୍ତ୍ୱପୂର୍ଣ୍ଣ ମହତ ଅବଦାନ ରହିଥିଲା ।[୯][୧୦]
ମୃତ୍ୟୁ
[ସମ୍ପାଦନା]୨୦୨୨ ମସିହା ଜାନୁଆରୀ ୧୬ ତାରିଖରେ ଗୁଣୁପୁରୁର ସେବା ସମାଜଠାରେ ତାଙ୍କର ପରଲୋକ ଘଟିଥିଲା ।[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଅନାଥାଶ୍ରମରେ ଶିଶୁଙ୍କ ବିକାଶ ନିମନ୍ତେ ଅବଦାନ ପାଇଁ National Award for Child Welfare-ଫେବୃଆରୀ, ୧୯୯୧
- ଯମୁନାଲାଲ ବଜାଜ ସମ୍ମାନ-୧୯୯୪[୧୧]
- ମା’ ଘର ଫାଉଣ୍ଡେସନ ତରଫରୁ ପିସ ମେକର ଆବର୍ଡ-୨୦୧୪[୧୨]
- ପଦ୍ମଶ୍ରୀ - ୨୦୨୧[୧୩]
ଆଧାର
[ସମ୍ପାଦନା]- ↑ Manorama Year Book. Manorama Publishing House. 1995.
- ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ "Recipient of Jamnalal Bajaj Award for Uplift and Welfare of Women and Children-1994" (PDF). Retrieved 23 November 2015.
- ↑ ୪.୦ ୪.୧ "ଅନାଥ ହେଇଗଲା 'ସେବା ସମାଜ'; ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ". www.zeenews.india.com. ଜି ନ୍ୟୁଜ. Archived from the original on 17 January 2022. Retrieved 17 January 2022.
- ↑ "୨୧ର ପ୍ରତିଭା". epaper.prameyanews.com. ୩୧ ଜାନୁଆରୀ ୨୦୨୧. Archived from the original on ୧୦ ଫେବୃଆରୀ ୨୦୨୧. Retrieved 10 February 2021.
{{cite web}}
: Check date values in:|date=
and|archivedate=
(help) - ↑ "ବ୍ୟକ୍ତିତ୍ୱ". ନିତିଦିନ ୧୭/୦୩/୨୦୧୮ ପୃଷ୍ଠା ୯. Retrieved 20 March 2018.[permanent dead link]
- ↑ Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
- ↑ "ସମାଜର କଲ୍ୟାଣ ଓ ଶାନ୍ତିପାଇଁ ସମର୍ପିତା : ଶାନ୍ତି ଦେବୀ". theprajatantra.org. Archived from the original on ୧୯ ଫେବୃଆରୀ ୨୦୨୧. Retrieved 19 February 2021.
{{cite web}}
: Check date values in:|archivedate=
(help) - ↑ http://odishasuntimes.com/51566/5-women-leaders-shortlisted-maa-ghara-woman-peacemaker-award/
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-11-23.
{{cite web}}
: Cite has empty unknown parameter:|1=
(help) - ↑ "Ms. Shanti Devi". jamnalalbajajawards.org. Retrieved 19 February 2021.
- ↑ "Award-2014". Retrieved 25 November 2015.[permanent dead link]
- ↑ "ପଦ୍ମଶ୍ରୀ ପାଇବେ ରାୟଗଡ଼ାର ଶାନ୍ତି ଦେବୀ". www.dharitri.com. ଧରିତ୍ରୀ. Archived from the original on 2 February 2021. Retrieved 2 February 2021.