କୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ ୧୪ ଜାନୁଆରୀ ୧୯୧୧(1911-01-14)
ଭୀମପୁର,ଖୋର୍ଦ୍ଧା[୧]
ମୃତ୍ୟୁ ୧୯ ଜାନୁଆରୀ, ୧୯୯୭ (୮୬ ବର୍ଷ)
ଜୀବିକା ଶିକ୍ଷକତା
ଜୀବନସାଥି ରେବତୀ ଦେବୀ
ବାପା ମା ବିଦ୍ୟାଧର ତ୍ରିପାଠୀ, ନିର୍ମଳା ଦେବୀ

କୃଷ୍ଣଚନ୍ଦ୍ର ତ୍ରିପାଠୀ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ କବି ଥିଲେ ।[୨] ଜାତୀୟ ଚେତନା ମୂଳକ କବିତା ତଥା ପାଇକମାନଙ୍କ ବୀରତ୍ୱ ବ୍ୟଞ୍ଜକ କବିତା ରଚନା କରିଥିବାରୁ ତାଙ୍କୁ 'ପାଇକ କବି' ଆଖ୍ୟା ଦିଆଯାଇଛି।

ଜୀବନୀ[ସମ୍ପାଦନା]

କୃଷ୍ଣଚନ୍ଦ୍ର ଖୋର୍ଦ୍ଧା ଜିଲ୍ଲାର ବାଣପୁର[୩] ନିକଟସ୍ଥ ଭୀମପୁରଠରେ ୧୯୧୧ ମସିହା ଜାନୁଆରୀ ୧୪ (ପୌଷ ପୂର୍ଣ୍ଣିମା/ମକର ସଂକ୍ରାନ୍ତି)ରେ ଜନ୍ମ ଗ୍ର‌ହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ତ୍ରିପାଠୀ ଓ ମାତାଙ୍କ ନାମ୍ ନିର୍ମଳା ଦେବୀ । ସେ ରେବତୀ ଦେବୀଙ୍କୁ ବିବାହ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷକ । ତାଙ୍କର ୧୯୯୭ ମସିହା ଜାନୁଆରୀ ୧୯ (ପୌଷ ଶୁକ୍ଳ ଏକାଦଶୀ)ରେ ଦେହାନ୍ତ ହୋଇଥିଲା ।[୪]

ସାହିତ୍ୟ ସର୍ଜନା[ସମ୍ପାଦନା]

କୃଷ୍ଣଚନ୍ଦ୍ରଙ୍କ କବିତାରୁ କିଛି ଉଦ୍ଧୃତ କରାଗଲା :

କବିତାଂଶ ୧ –

ସବୁ ଗରଳରୁ ମଣିଷ ଗରଳ ଅତି ଉକ୍ରଟତର
ହେ ମୋର ମଣିଷ! ହେ ମୋର ମଣିଷ! ହୃଦ ନିର୍ମଳ କର।

କବିତାଂଶ ୨ –

କଥା କହ ହେ ବନ ପ୍ରାନ୍ତର କଥା କହ ସମର ପ୍ରାଙ୍ଗଣ
କଥା କହ ଭଗ୍ନ ଦୁର୍ଗଶିଳା କଥା କହ ଶଇଳ କାନନ!

କେମନ୍ତେ ସେ ଖଣ୍ଡାୟତ ବଧୂ ରଣଶିଙ୍ଗା ବଜାଇ ବଜାଇ
ବୀରବେଶେ ସମର ପ୍ରାଙ୍ଗଣେ ଆଣିଲା ତା ସ୍ୱାମୀରେ ସଜାଇ,

କରେ ଦେଲା ତୀକ୍ଷ୍ଣ ତଲବାର, ଭାଲେ ଦେଲା ବିଜୟ ସିନ୍ଦୂର
ଶରମୁଣା ବାନ୍ଧିଲା ଚରମେ, ଆର କରେ ଦୀପ୍ତ ଧନୁଶର ।

କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଟୁ ଦେଲା ହୁଳହୁଳି
ବଜାଇଲା ସ୍ୱାମୀରେ ସେହାଗେ ଯାଅ ଦର୍ପେ ଯୁଦ୍ଧ କର ବୋଲି,

ମନ୍ଦାରର ମାଳା ବକ୍ଷ ପଟେ ଲମ୍ବାଇଲା ଆଦର ଯତନେ
ଗାଇଲା ସେ ସମର ସଙ୍ଗୀତ ମେଘ ମନ୍ଦ୍ରେ କୁଟୀର ପ୍ରାଙ୍ଗଣେ![୫]

କବିତାଗ୍ରନ୍ଥ[ସମ୍ପାଦନା]

  • ଦୀପ୍ତି
  • ଦିଗ୍‌ବଳୟ
  • ଆହୁତି
  • ଆତ୍ମଲିପି
  • ରୂପାୟନ
  • ମାଟିଦୀପ
  • ଉତ୍ସ
  • ଅଗ୍ନିଶଙ୍ଖ
  • ସଙ୍କେତ
  • ସାଧକର ସ୍ୱପ୍ନ
  • ବେଳା ଓ ବୀଚି
  • ଗୋଧୂଳି
  • କୁଟୀରବଂଶୀ
  • ପାଇକମାଟିର ଗାଥା
  • ତରୁ ଓ ତୃଣ

କାବ୍ୟ ନାଟିକା[ସମ୍ପାଦନା]

  • ନିଃଶବ୍ଦର ଡାକ

ଆତ୍ମଜୀବନୀ[ସମ୍ପାଦନା]

  • ନୀରବ କବିଟିଏ(ବୁକ୍ସ ଏଣ୍ଡ ବୁକ୍ସ, କଟକ)- ୧୯୮୭

ଅନ୍ୟାନ୍ୟ[ସମ୍ପାଦନା]

  • ଗ୍ରନ୍ଥାବଳୀ - ୧ମ ଖଣ୍ଡ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]