Jump to content

ସଦାଶିବ ମିଶ୍ର

ଉଇକିପିଡ଼ିଆ‌ରୁ
ସଦାଶିବ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1909-06-13)୧୩ ଜୁନ ୧୯୦୯
ବୀରନରସିଂହପୁର ଶାସନ, ପୁରୀ
ମୃତ୍ୟୁ୧୬ ଡିସେମ୍ବର ୧୯୯୪(1994-12-16) (ବୟସ ୮୫)
ବୃତ୍ତିପ୍ରାବନ୍ଧିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)
ଶିକ୍ଷାନୁଷ୍ଠାନପାଟନା ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିମାତୃପୂଜା ମଣ୍ଡପ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୧)
ପଦ୍ମଶ୍ରୀ (୧୯୭୧)
ଜୀବନସାଥୀନୀଳମଣି ଦେବୀ
ସନ୍ତାନପ୍ରଭାତ କୁମାର ମିଶ୍ର
ପିତାମାତାନୀଳକଣ୍ଠ ମିଶ୍ର, ମଣିଦେବୀ

ସଦାଶିବ ମିଶ୍ର (୧୩ ଜୁନ ୧୯୦୯ - ୧୬ ଡିସେମ୍ବର ୧୯୯୪) ଜଣେ ଓଡ଼ିଆ ପ୍ରାବନ୍ଧିକ ତଥା ଅର୍ଥନୀତିଜ୍ଞ ଥିଲେ । ତାଙ୍କର ପୁସ୍ତକ “ମାତୃପୂଜା ମଣ୍ଡପ” ପାଇଁ ସେ ୧୯୯୧ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ ।[][] ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ ।[]

ବାଲ୍ୟ ଜୀବନ

[ସମ୍ପାଦନା]

ସଦାଶିବ, ୧୯୦୯ ମସିହା ଜୁନ୍ ୧୩ ତାରିଖରେ ପୁରୀ ଜିଲ୍ଲାର ବୀରନରସିଂହପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ଗ୍ରାମ୍ୟ ଚାଟଶାଳୀରୁ ଶିକ୍ଷାରମ୍ଭ କରି ସେ ମାଇନର ସ୍କୁଲରୁ ୭ମ ଶ୍ରେଣୀ ପାସ୍ କଲେ । ତା'ପରେ ସେ ସତ୍ୟବାଦୀ ବନବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ ପଞ୍ଚସଖାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେଠାରେ ସେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କଲେ । ମାତ୍ର କଟକ ପ୍ୟାରୀମୋହନ ଏକାଡେମୀରୁ ଦଶମ ପାସ୍ କଲେ । ତତ୍ପରେ ରେଭେନସାରୁ ଅର୍ଥନୀତିରେ ସ୍ନାତକ ଓ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେଲେ ।

କର୍ମ ଜୀବନ

[ସମ୍ପାଦନା]

ପାଟନାରୁ ଫେରି କିଛିଦିନ ପାଇଁ ସେ ମୟୂରଭଞ୍ଜ ରାଜାଙ୍କ ଅଧିନରେ ଚାକିରୀ କଲେ । ପରେ ରେଭେନସାରେ ଅର୍ଥନୀତି ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଲେ । କିଛି ଦିନ ପରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ପବ୍ଲିକ୍ ଫାଇନାନ୍ସ ଉପରେ ଗବେଷଣା କରି ପିଏଚ୍.ଡ଼ି. ପାଇଲେ । ପୁନର୍ବାର ଅଧ୍ୟାପନାକୁ ଫେରି ରେଭେନସାରେ ୧୯୫୦ରୁ ୧୯୫୭ ପ୍ରଫେସର, ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କଲେ । ୧୯୬୨ ମସିହାରେ ସେ ଓଡ଼ିଶାର ଶିକ୍ଷା ବିଭାଗରେ ଡ.ପି.ଆଇ. ରୁପେ ନିଯୁକ୍ତ ହେଲେ । ୧୯୬୬ରୁ ୧୯୭୧ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ବହନ କଲେ । ସେଠାରେ ସେ ନିଜସ୍ୱ ପ୍ରଚେଷ୍ଟାରେ ବିଜ୍ଞାନ ବିଭାଗର ବିଭିନ୍ନ ବିଷୟରେ ସ୍ନାତକୋତ୍ତର ଶ୍ରେଣୀ ସହିତ କଳା ବିଭାଗର ଅନ୍ୟ କେତେକ ଶ୍ରେଣୀ ମଧ୍ୟ ଖୋଲିପାରିଥିଲେ । ତାଙ୍କ ତତ୍ତ୍ଵାବଧାନରେ ବୈଦ୍ୟନାଥ ମିଶ୍ରଙ୍କ ସମେତ ତିନି ଜଣ ଅଧ୍ୟାପକ ଅର୍ଥନୀତିରେ ଗବେଷଣା କରି ପି.ଏଚ୍.ଡି ଉପାଧି ପାଇଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ଅର୍ଥନୀତି ବିଶାରଦ ।[] ଏଥି ସହ ସଦାଶିବ ମିଶ୍ର କଟକର ରୋଟାରୀ କ୍ଳବ୍, କଳାବିକାଶ କେନ୍ଦ୍ର ସହ ସମ୍ପୃକ୍ତ ଥିଲେ । ସେ ଭାରତ ସରକାରଙ୍କ ପ୍ଳାନିଙ୍ଗ୍ କମିଶନ୍’ର ଅନ୍ୟତମ ପରାମର୍ଶଦାତା, ଭାରତୀୟ ଅର୍ଥନୀତି ଆସୋସିଏସନ ସଭ୍ୟ, ଓଡ଼ିଆ ଅର୍ଥନୀତି ସଂସଦର ପ୍ରତିଷ୍ଠାତା ଏବଂ ପ୍ରଥମ ସଭାପତି ସହ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବାଞ୍ଚଳ ନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ନିର୍ବାହ କରିଆସିଥିଲେ ।

ସାହିତ୍ୟ ରଚନା

[ସମ୍ପାଦନା]

ସଦାଶିବ ମିଶ୍ର ମୁଖ୍ୟତଃ ଅର୍ଥନୀତି ସଂପର୍କରେ ଉଭୟ ଓଡ଼ିଆ ଓ ଇଂରାଜୀରେ ଗବେଷଣାତ୍ମକ ପ୍ରବନ୍ଧମାନ ରଚନା କରିଥିଲେ । ତାଙ୍କର କେତୋଟି ଇଂରାଜୀ ପ୍ରବନ୍ଧ ଯଥା "Five years of Orissa Budget" (୧୯୪୧), "Co-operative Agricultural Credit in Orissa" (୧୯୪୨), "Can India adopt Beveridge?" (୧୯୪୫), "Food Position in Orissa" (୧୯୪୬), "Federal Finance in Relation to State Mergers" (୧୯୫୧), "Inter Governmental Finance Relations" (୧୯୫୩) ଆଦି ଇଣ୍ଡିଆନ ଜର୍ଣ୍ଣାଲ ଅଫ ଇକୋନୋମିକ୍ସରେ ସ୍ଥାନୀତ । ସେ କେତେକ ପ୍ରାଚୀନ ଇଂରାଜୀ ଅଭିଧାନ ସଂଗ୍ରହ କରିଥିଲେ । ତାଙ୍କ ସଭାପତିତ୍ତ୍ୱରେ ଉତ୍କଳ ପାଠକ ସଂସଦ ଗଠନ କରାଯାଇଥିଲା ।[] ଉତ୍କଳ ସାହିତ୍ୟ ସମାଜରେ ତାଙ୍କ ପ୍ରତିକୃତି ସ୍ଥାନୀତ ।[]

ରଚନାବଳୀ

[ସମ୍ପାଦନା]
  • ଖାଇବା ଆମେ କ’ଣ (୧୯୪୭)
  • କାରେଲ୍ ଚାପେକଙ୍କ 'ମନ୍ଦଗ୍ରହ (୧୯୮୩)
  • ଅର୍ଥ ଓ ଅର୍ଥାନ୍ତର (୧୯୮୫)
  • ମାତୃପୂଜା ମଣ୍ଡପ (୧୯୮୬)
  • ଆଲୋକର ସନ୍ଧାନ (୧୯୮୮, ଗଳ୍ପ)
  • ଶେଷ ସଂଳାପ (୧୯୮୮)
  • ମାର୍କିନ ପରିକ୍ରମା (୧୯୮୯, ଭ୍ରମଣ କାହାଣୀ)

ଇଂରାଜୀ

[ସମ୍ପାଦନା]
  • The Development of Indian Public Finance during the War (୧୯୪୮)
  • Rourkela - an Economic Survey (୧୯୫୮)
  • Economic Survey of Orissa Vol. 1 & 2 (୧୯୬୧)
  • Gopabandhu, The legislator (୧୯୭୭)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ସେ ୧୯୭୧ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ତାଙ୍କ ରଚିତ ମାତୃପୂଜା ମଣ୍ଡପ ପାଇଁ ସେ ୧୯୯୧ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ସ୍ମୃତି ଉପଲକ୍ଷେ ବ୍ରଜମୋହନ ମହାନ୍ତିଙ୍କ ସଂପାଦନାରେ ସଦାଶିବ ମିଶ୍ର, ଡ., ଏକ ନଦୀ ବହୁ ଧାରା ଓ ଜନ୍ମ ଶତବାର୍ଷିକୀରେ ଭଗବାନ କର ଓ ଅନ୍ୟମାନଙ୍କ ସମ୍ପାଦନାରେ "ପଦ୍ମଶ୍ରୀ ଡ. ସଦାଶିବ ମିଶ୍ର" ଏବଂ "Economic Development of Orissa; Essays in honour of Dr. Sadasiva Mishra" ପ୍ରକାଶ ପାଇଥିଲା ।[][]

  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୬୨-୬୩, ୭୮୪, ୮୬୫. ISBN 81-7400-331-2.
  2. http://odishasahityaakademi.org/English/sahitya-award5.php
  3. https://en.wikipedia.org/wiki/List_of_Padma_Shri_award_recipients_(1970%E2%80%931979)
  4. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୬୯.
  5. https://antarangakalinga.org/%E0%AC%B8%E0%AC%A6%E0%AC%BE%E0%AC%B6%E0%AC%BF%E0%AC%AC-%E0%AC%AE%E0%AC%BF%E0%AC%B6%E0%AD%8D%E0%AC%B0/
  6. https://utkalsahityasamaj.com/en/about.php
  7. https://odishaarchives.nic.in/node/164085
  8. https://archive.org/details/padmashri-dr-sadasiba-mishra-2009