ଧନେଶ୍ଵର ମହାପାତ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଧନେଶ୍ଵର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ ୫ ଅଗଷ୍ଟ ୧୯୩୧ (1931-08-05) (୮୫ ବର୍ଷ)
ଆୟତନ, କନିକା, କେନ୍ଦ୍ରାପଡ଼ା
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ପିଏଚଡି (ଓଡ଼ିଆ ଭାଷାତତ୍ତ୍ଵ)
ଜୀବିକା ଶିକ୍ଷାବିତ୍ତ
ବାପା ମା ରତ୍ନାକର ମହାପାତ୍ର, କମଳା ଦେବୀ[୧]
ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଧନେଶ୍ଵର ମହାପାତ୍ର ଜଣେ ଜଣାଶୁଣା[୨] ଓଡ଼ିଆ ସାହିତ୍ୟିକ ।[୩] ୨୦୧୩ ମସିହା ପାଇଁ, ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନୀତ କରାଯାଇଛି ।[୪]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ଧନେଶ୍ଵର ମହାପାତ୍ର ୫ ଅଗଷ୍ଟ ୧୯୩୧ରେ କେନ୍ଦ୍ରାପଡ଼ା ଜିଲ୍ଲା କନିକା ଅନ୍ତର୍ଗତ ଆୟତନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୫] ସେ ମାତ୍ର ୩ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ । ନିଜ ଗାଁ ସ୍କୁଲରେ ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ଘରୋଇ ଭାବେ ପରୀକ୍ଷାଦେଇ, ସେ ଓଡ଼ିଆରେ ସ୍ନାତକୋତ୍ତର ଓ ସଂସ୍କୃତରେ ସ୍ନାତକୋତ୍ତର, ସାହିତ୍ୟାଚାର୍ଯ୍ୟ ଓ ବି.ଇ.ଡି ପାଠ ପଢିଥିଲେ । ସେ ଓଡ଼ିଆ ଭାଷାତତ୍ତ୍ଵରେ ପିଏଚଡି କରି, ଡକ୍ଟରେଟ ମଧ୍ୟ ହାସଲ କରିଛନ୍ତି । [୫]

କର୍ମଜୀବନ[ସମ୍ପାଦନା]

ଧନେଶ୍ଵର ମହାପାତ୍ର, ୧୯୫୨ ମସିହାରେ ନିଜ ଗ୍ରାମ ଆୟତନ ଏମ. ଇ ସ୍କୁଲରୁ ଶିକ୍ଷକତା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ରେଭେନ୍ସା କଲିଜିଏଅଟ ସ୍କୁଲ ଓ କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ ମଧ୍ୟ ଶିକ୍ଷକତା କରିଥିଲେ । ଇତିମଧ୍ୟରେ, ସେ ନିଜ ସ୍ନାତକୋତ୍ତର ପାଠ ଶେଷ କରିସାରିଥିଲେ । ଏହାପରେ, ସେ ସୁନ୍ଦରଗଡ଼ କଲେଜ, ରେଭେନ୍ସା କଲେଜ ଓ ଭଦ୍ରକ କଲେଜରେ ଅଧ୍ୟାପନା କରିଥିଲେ । ଏହାପରେ ସେ ଭୁବନେଶ୍ଵରସ୍ଥିତ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାରେ କାମକରି ୧୯୮୪ ମସିହାରେ ଅବସର ଗ୍ରହଣ କରିଥିଲେ । ଏହି ସମୟ ବେଳକୁ କଟକ ରାଜାବଗିଚାରେ ସିଟି କଲେଜ ଆରମ୍ଭ ହେଲା ଓ ସେ ସେଠାରେ ୧୦ବର୍ଷ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ପ୍ରକାଶିତ ପୁସ୍ତକ[ସମ୍ପାଦନା]

ଧନେଶ୍ଵର ମହାପାତ୍ରଙ୍କର କେତୋଟି ପ୍ରକାଶିତ ପୁସ୍ତକର ତାଲିକା :

  • ସାରଳା ମହାଭାରତର ଭାଷା ତାତ୍ତ୍ଵିକ ଅନୁଶୀଳନ
  • ଓଡ଼ିଆ ଧ୍ଵନିତତ୍ତ୍ଵ ଓ ଶବ୍ଦସମ୍ଭାର[୬]
  • ଓଡ଼ିଆ ଭାଷାତତ୍ତ୍ଵ - 'ବିଚାର ଓ ବିଶ୍ଳେଷଣ'
  • ଆଧୁନିକ ଓଡ଼ିଆ ବ୍ୟାକରଣ
  • ସରଳ ଓଡ଼ିଆ ଅଭିଧାନ
  • ସାହିତ୍ୟ ତତ୍ତ୍ଵ
  • ରମ୍ୟ ଅରମ୍ୟ
  • ସେ ଦିନ ସକାଳ
  • ହାସ୍ୟ- ହାସିକା
  • ବୁଲ ମୁକ୍ତ ବିହଙ୍ଗ ପରି
  • ବନ୍ଦୀ ଆଳାପ
  • ସଂସାର ଚିତ୍ର
  • ସନ୍ଥ ତୁଳସୀ ଦାସ
  • ବେଣୀ ବନ୍ଧନ
  • ବାଡ୍ଂମୟ
  • ଠିକପଢ଼ ଠିକଲେଖ
  • ବୁଦ୍ଧ ଚରିତଂ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଧନେଶ୍ଵର ମହାପାତ୍ର ଲାଭକରିଥିବା ଏକ ଶତରୁ ଉର୍ଦ୍ଧ ସମ୍ମାନ ଓ ପୁରସ୍କାର ମଧ୍ୟରୁ କେତୋଟି :

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୧୩[୭]
  • ସୋଭିଏତ ଦେଶ ନେହେରୁ ପୁରସ୍କାର
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨ (ବୁଦ୍ଧ ଚରିତଂ)[୮]
  • ପ୍ରାଣନାଥ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନ
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ
  • ନିଳଚକ୍ର ପୁରସ୍କାର ସହ ଉତ୍କଳ ପାଣିନି ଉପାଧୀ
  • ଉତ୍କଳ ପାଠକ ସମ୍ମାନ
  • ଜଷ୍ଟିସ ରାଜଗୋପାଳ ଦାସ ସ୍ମୃତି ସମ୍ମାନ
  • ପଣ୍ଡିତ ବିରୂପାକ୍ଷ କର ସ୍ମୃତି ସମ୍ମାନ
  • ସାରଳା ସାହିତ୍ୟ ସମାଜ ପକ୍ଷରୁ ଗୋଦାବରୀଶ ମିଶ୍ର ସମ୍ମାନ
  • ହେତୁବାଦି ଲେଖକ ସମାଜର ଚର୍ଚ୍ଚା ସମ୍ମାନ
  • ଗୋକର୍ଣ୍ଣିକା ସାହିତ୍ୟ ସମାଜ ସମ୍ମାନ
  • ଉତ୍କଳ ପାଠକ ସଂସଦ ସମ୍ମାନ
  • ଖରସ୍ରୋତା ସମ୍ମାନ [୯]

ଆଧାର[ସମ୍ପାଦନା]