|
|
|
ମନୋରଞ୍ଜନ ଦାସ ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ । ମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୪୬ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରବର୍ତୀ ସମୟରେ, ସେ ଅଲ୍ ଇଣ୍ଡିଆ ରେଡ଼ିଓର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଅଲ୍ ଇଣ୍ଡିଆ ରେଡ଼ିଓ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ ।
ପୁରା ପଢ଼ନ୍ତୁ...
|
|
|
ଫେବୃଆରୀ
ଜନ୍ମ
- ୧: ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (ଜନ୍ମ: ୧୯୦୧)
- ୨: ପଦ୍ମ ଶ୍ରୀ ପ୍ରଫୁଲ୍ଲ କର, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର (ଜନ୍ମ: ୧୯୩୯)
- ୩: ଦୂତୀ ଚାନ୍ଦ, ଏକଲବ୍ୟ ପୁରସ୍କାର ସମ୍ମାନିତ ଧାବିକା (ଜନ୍ମ: ୧୯୯୬)
- ୯: ଗିରିଜା ଭୂଷଣ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ସାହିତ୍ୟିକ ଓ ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୯୩୧)
- ୧୧: ସୁରେନ୍ଦ୍ରନାଥ ଦ୍ଵିବେଦୀ, ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ (ଜନ୍ମ: ୧୯୧୩)
- ୧୫: ରାମକୃଷ୍ଣ ନନ୍ଦ, ଶିଶୁ ସାହିତ୍ୟକ ଓ ଗୀତିକାର (ଜନ୍ମ: ୧୯୦୬)
- ୧୮: ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ମୟୂରଭଞ୍ଜର ରାଜା (ଜନ୍ମ: ୧୯୦୧)
- ୨୩: ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର (ଜନ୍ମ: ୧୭୬୦)
- ୨୩: କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା, ଜୟଦେବ ପୁରସ୍କାର ସମ୍ମାନିତ ପ୍ରଯୋଜକ, ଲେଖକ ଓ ରାଜନେତା (ଜନ୍ମ: ୧୯୧୪)
- ୨୭ : ପଦ୍ମ ଶ୍ରୀ ମନୋଜ ଦାସ, ସାହିତ୍ୟିକ (ଜନ୍ମ: ୧୯୩୪)
ମୃତ୍ୟୁ
- ୧: ପଣ୍ଡିତ ରଘୁନାଥ ମୁର୍ମୁ, ଅଲ ଚିକି ଲିପିର ଜନକ (ମୃତ୍ୟୁ: ୧୯୮୨)
- ୪: ମଧୁସୂଦନ ଦାସ, ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ମୃତ୍ୟୁ: ୧୯୩୪)
- ୩: ଦୁର୍ଗାମାଧବ ମିଶ୍ର, ଭାରତୀୟ ପୁଲିସ ସେବା ଅଧିକାରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୧୯୯୭)
- ୯: ପ୍ରଫୁଲ୍ଲ ମହାନ୍ତି, ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ (ମୃତ୍ୟୁ:୨୦୧୩)
- ୧୧: ପଦ୍ମ ଭୂଷଣ ରାଧାନାଥ ରଥ, ସାମ୍ବାଦିକ, ସମ୍ପାଦକ, ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ (ମୃତ୍ୟୁ: ୧୯୯୮)
- ୧୨: କୃପାସିନ୍ଧୁ ମିଶ୍ର, ସତ୍ୟବାଦୀ ଯୁଗର ଓଡ଼ିଆ ସାହିତ୍ୟିକ, ଐତିହାସିକ ଓ ସମାଜସେବୀ (ମୃତ୍ୟୁ: ୧୯୨୬)
- ୧୩: ପ୍ରସନ୍ନ କୁମାର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୪)
- ୧୫: ବିବୁଧେନ୍ଦ୍ର ମିଶ୍ର, ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଆଇନଜୀବୀ, କ୍ରିଡ଼ା ସଂଗଠକ, ଲେଖକ (ମୃତ୍ୟୁ: ୨୦୧୨)
- ୧୭: ପଦ୍ମ ଶ୍ରୀ ମନୋରଞ୍ଜନ ଦାସ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୩)
- ୧୭: କୁଳମଣି ସାମଲ, ବିଜ୍ଞାନ ଲେଖକ (ମୃତ୍ୟୁ: ୨୦୧୩)
- ୨୧: ପଦ୍ମ ଶ୍ରୀ ରାଧାମୋହନ ଗଡ଼ନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୨୦୦୦)
- ୨୨: ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ମୟୂରଭଞ୍ଜର ରାଜା ଓ ଭାଷା ଆନ୍ଦୋଳନର ପୁରୋଧା (ମୃତ୍ୟୁ: ୧୯୧୨)
- ୨୪: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ମୃତ୍ୟୁ: ୧୯୫୩)
ପର୍ବପର୍ବାଣି
ମାର୍ଚ୍ଚ
ଜନ୍ମ
- ୧: କିଶୋରୀ ଚରଣ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୬)
- ୧: ମନୋଜ ପଟ୍ଟନାୟକ, ଅଭିନେତା
- ୫: ବିଜୁ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୧୬)
- ୮: ବିଶ୍ଵନାଥ ଦାସ (ଜନ୍ମ: ୧୮୮୯)
- ୮: ନିତାଇ ପାଲିତ ଜୟଦେବେ ପୁରସ୍କାର ସମ୍ମାନିତ ନିର୍ଦ୍ଦେଶକ, କାହାଣୀକାର ଓ ପ୍ରଯୋଜକ (ଜନ୍ମ: ୧୯୨୩)
- ୧୦: ପଦ୍ମ ଶ୍ରୀ ମନୋରଞ୍ଜନ ଦାସ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୩)
- ୧୧: ପଦ୍ମ ଶ୍ରୀ ସୁଦର୍ଶନ ସାହୁ, ପ୍ରସ୍ତର ଶିଳ୍ପୀ (ଜନ୍ମ: ୧୯୩୯)
- ୧୨: ଦୁର୍ଲଭ ସିଂ, ଅଭିନେତା (ଜନ୍ମ: ୧୯୧୭)
- ୧୩: ମଦନମୋହନ ମିଶ୍ର, ସାହିତ୍ୟିକ (ଜନ୍ମ: ୧୯୩୪)
- ୧୪: ପଦ୍ମ ଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଭାଷାବିଦ, ସାମାଜିକ ବିଜ୍ଞାନୀ ଓ ଲେଖକ (ଜନ୍ମ: ୧୯୩୧)
- ୧୬: ଉଦୟନାଥ ଷଡ଼ଙ୍ଗୀ, ଲେଖକ (ଜନ୍ମ: ୧୯୦୫)
- ୧୮: ପ୍ରସନ୍ନ କୁମାର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୪୧)
- ୨୦: ପଦ୍ମ ଶ୍ରୀ କୃତାର୍ଥ ଆଚାର୍ଯ୍ୟ (ଜନ୍ମ: ୧୯୦୦)
- ୨୨: ସାମୁଏଲ ସାହୁ (ବାବି), ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ଜନ୍ମ: ୧୯୧୮)
- ୨୪: ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର (ଜନ୍ମ: ୧୯୪୩)
- ୨୫: ପଦ୍ମ ଶ୍ରୀ ଶୈଳବାଳା ଦାସ (ଜନ୍ମ: ୧୮୭୫)
- ୨୮: ପାର୍ବତୀ ଘୋଷ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ ଓ ନିର୍ଦ୍ଦେଶିକା (ଜନ୍ମ: ୧୯୩୩)
ମୃତ୍ୟୁ
ପର୍ବପର୍ବାଣି
|
|
|
|