ରାଧାମୋହନ ଗଡ଼ନାୟକ

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ
ଜନ୍ମ ଓ ଜନ୍ମସ୍ଥାନ(1911-08-25)୨୫ ଅଗଷ୍ଟ ୧୯୧୧
କଲଣ୍ଡାପାଳ, ଅନୁଗୋଳ, ଓଡ଼ିଶା
ମୃତ୍ୟୁ୨୧ ଫେବୃଆରୀ ୨୦୦୦(2000-02-21) (ବୟସ ୮୮) [୧]
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସମୟସବୁଜ ଯୁଗ
ସାହିତ୍ୟ କୃତିସୂର୍ଯ୍ୟ ଓ ଅନ୍ଧକାର
ପୁରସ୍କାରପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ

ରାଧାମୋହନ ଗଡ଼ନାୟକ (୨୫ ଅଗଷ୍ଟ ୧୯୧୧ - ୨୧ ଫେବୃଆରୀ, ୨୦୦୦) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କବି ଥିଲେ । ତାଙ୍କର କବିତା ଗୁଡ଼ିକରେ ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି ଲକ୍ଷ୍ୟ କରାଯାଇଥାଏ । ସବୁଜ ଗୋଷ୍ଠୀର ସାହିତ୍ୟ ସାଧନା କାଳରେ ଏକକ କବି ଭାବରେ ସେ ପରିଚିତ ଥିଲେ ।

ଜୀବନ କାଳ[ସମ୍ପାଦନା]

ରାଧାମୋହନ ୧୯୧୧ ଭାଦ୍ରବ କୃଷ୍ଣପକ୍ଷ ତୃତୀୟାରେ ଅନୁଗୋଳ ଜିଲ୍ଲାର କଲଣ୍ଡାପାଳରେ ବାଘସିଂହ ବଂଶରେ ଜନ୍ମ ନେଇଥିଲେ । ଅନୁଗୋଳର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସେ ପଢୁଥିବା ବେଳରେ 'ସହକାର' ପତ୍ରିକାର ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁଙ୍କ ଦେଇ କବିତା ଆଡ଼କୁ ମନ ବଳାଇଥିଲେ ଓ କବିତା ଲେଖାଲେଖି ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ରଚିତ କବିତା "ମୁଁ କି କେବେ ଦୀନହୀନ" ଗଡ଼ଜାତ ବାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଉଚ୍ଚଶିକ୍ଷାରୁ ବଞ୍ଚିତ ରାଧାମୋହନ ୧୯୨୭-୧୯୨୮ ମସିହାରେ ଦେଶସେବକ ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ମିଶ୍ରଙ୍କ ଦେଇ ପ୍ରଭାବିତ ହୋଇଥିଲେ ଓ ଜାତି ଓ ଦେଶପ୍ରେମ ମୂଳକ ଅନେକ କବିତାବଳୀ ରଚନା କରିଥିଲେ । ୧୯୨୭ ବେଳକୁ ତାଙ୍କର ରଚିତ ଅନେକ କବିତା 'ସହକାର, 'ନବଯୁଗ, 'ପଞ୍ଚାମୃତ', 'ଉତ୍କଳ ସାହିତ୍ୟ', 'ଗଡ଼ଜାତ ବାସିନୀ' ଆଦି ପତ୍ରିକାରେ ପ୍ରକାଶିତ ହୋଇ ଅନେକ ଖ୍ୟାତି ଅର୍ଜନ କରିଥିଲା । ଏହାପରେ ସେ ନିଜର ଧାରାବାହିକ ପଢ଼ା ବନ୍ଦ କରି ଦେଶସେବାରେ ପୁରା ସମୟ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ କମୁନିଷ୍ଟ ଆନ୍ଦୋଳନ ବେଳରେ ସେ ମଧ୍ୟ ତାଙ୍କ ଲେଖନୀ ଚଳାଇଥିଲେ ।[୨] 'ଉତ୍କଳ ସାହିତ୍ୟ ସମ୍ମିଳନୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନେକ ଅନୁଷ୍ଠାନରେ ସେ ସଭାପତି ଓ ଉପସଭାପତି ଭାବରେ କାମ ତୁଲାଇଥିଲେ । ସେ ଖ୍ରୀଷ୍ଟ କଲେଜରେ ଆଇଏ ପଢୁଥିବାବେଳେ ତାଙ୍କ ରଚିତ କାବ୍ୟନାୟିକା ଉକ୍ତ ଶ୍ରେଣୀର ପାଠ୍ୟ ଅନ୍ତର୍ଭୁକ୍ତ ଥିଲା ।[୩]

ରଚନବଳୀ[ସମ୍ପାଦନା]

କାବ୍ୟ କବିତା[ସମ୍ପାଦନା]

  • ସୌରଭ (୨୦୦ ୩)
  • ଅର୍ବାଚୀନ ତାରା (୧୯୮୨)
  • ଉତ୍କଳିକା (୧୯୪୫)
  • କାବ୍ୟ ନାୟିକା (୧୯୪୫)
  • କାଳିଦାସ (୧୯୪୦)
  • କୁମାରସମ୍ଭବ (୧୯୬୮)
  • କୈଶୋରିକା (୧୯୫୩)
  • ଗଡ଼ନାୟକ ସଂଚୟନ (୧୯୬୮)
  • ଗାନ୍ଧୀ ଗାଥା (୧୯୭୮)
  • ଦୀପଶିଖା (୧୯୫୬)
  • ଦୁଇଟି ତାହାର ଡେଣା (୧୯୫୪)
  • ଧୂସର ଭୂମିକା (୧୯୬୦)
  • ନବଜାତକ (୧୯୪୭)
  • ପଶୁପକ୍ଷୀର କାବ୍ୟ (୧୯୫୯)
  • ବନରାଜି ନୀଳା (୧୯୬୮)
  • ବିପ୍ଳବୀ ରାଧାନାଥ (୧୯୪୪)
  • ମେଘଦୂତ (୧୯୫୪, କାଳିଦାସଙ୍କ ମେଘଦୁତର ଓଡ଼ିଆ ଅନୁବାଦ)
  • ମୌସୁମୀ (୧୯୫୧)
  • ହିରାଖଣ୍ଡ ଗାଥା (୧୯୮୬)
  • ଶାମୁକାର ସ୍ୱପ୍ନ (୧୯୬୧)
  • ସ୍ମରଣିକା (୧୯୫୦)
  • ସୂର୍ଯ୍ୟ ଓ ଅନ୍ଧକାର (୧୯୭୪)
  • ସୋରାବ ଓ ରୋସ୍ତମ (୧୯୬୩, ମୂଳ କାବ୍ୟର ଅଡ଼ିଆ ଅନୁବାଦ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "RADHA MOHANA GADNAYAK". orissadiary.com. Archived from the original on 9 November 2012. Retrieved 12 December 2012. He died on 21st February in the year 2000 AD.
  2. http://krushna-patnaik.com/Life%20History.htm[permanent dead link]
  3. ସମ୍ବାଦ ୨୫/୦୮/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ "ଆଜି ଜନ୍ମଦିନ"
  4. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
  5. http://angul.nic.in/literature.htm