ଦେବବ୍ରତ ମଦନରାୟ
Appearance
ଦେବବ୍ରତ ମଦନରାୟ | |
---|---|
ଜନ୍ମ | ୧୯୫୭ |
ବୃତ୍ତି | ବ୍ୟାଙ୍କ ଚାକିରି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୫ |
ଦେବବ୍ରତ ମଦନରାୟ, (୧୨ ଜୁନ୍ ୧୯୫୭) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ସାହିତ୍ୟିକ । ଗଳ୍ପ, ଉପନ୍ୟାସ ଆଦିରେ ମଦନରାୟ ଲେଖନି ଚାଳନା କରିଥାନ୍ତି । ଏଯାବତ ତାଙ୍କର ୧୫ଟିରୁ ଅଧିକ ଗଳ୍ପ ସଂକଳନ ଓ ଏକାଧିକ ଉପନ୍ୟାସ ପ୍ରକାଶ ପାଇସାରିଛି । 'ନବଲିପି' ପତ୍ରିକା ତାଙ୍କ ସଂପାଦନାରେ ପ୍ରକାଶ ପାଇଛି ।
ଜୀବନୀ
[ସମ୍ପାଦନା]ଦେବବ୍ରତ ୧୯୫୭ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଡ଼ କରିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା ଚୌଧୁରୀ ତ୍ରିଲୋଚନ ମଦନରାୟ ଓ ମାତା ହେଲେ ସାବିତ୍ରୀ ଦେବୀ ।[୧] ରେଭେନସାରୁ ଅର୍ଥନୀତିରେ ସ୍ନାତକୋତ୍ତର (୧୯୭୯) ଶିକ୍ଷା ପ୍ରାପ୍ତି ପରେ କିଛି ସମୟ ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିବା ପରେ, ସେ ୧୯୮୪ମସିହାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟରତ ।
ରଚନାବଳି
[ସମ୍ପାଦନା]ଗଳ୍ପଗ୍ରନ୍ଥ
[ସମ୍ପାଦନା]- ଆଲୁଅର ଛାଇ (୧୯୮୬)
- ସୂର୍ଯ୍ୟର ଅନେକ ରଙ୍ଗ (୧୯୯୨)
- ଦୁଃଖ ଅରଣ୍ୟ (୧୯୯୩)
- କହ୍ନେଇର ବଂଶୀ (୧୯୯୪)
- ଦୃଶ୍ୟ (୧୯୯୫)
- ସ୍ୱର୍ଗାରୋହଣ (୧୯୯୬)
- ସପ୍ତଲୋକ (୧୯୯୭)
- ସାରାରାତି ଜହ୍ନରାତି (୨୦୦୦)
- ଜଳପରୀ
- ସହଯାତ୍ରୀ
- ଅସୁନ୍ଦରୀ
- ପ୍ରିୟ ସଖୀ (୨୦୦୬)
- ଚିତ୍ରମାଟି
- ବର୍ଣ୍ଣମାଳା, ୨୦୦୯ ଏଥେନା, ଭୁବନେଶ୍ୱର
- ମହାଦେବୀ
- ଚିତ୍ରବାଘ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
- ବାଟଘର
- ମୋକ୍ଷପଥ, ୨୦୨୦ ବିଦ୍ୟାପୁରୀ, କଟକ
- ମନପୁରୁଷ, ଟାଇମ୍ ପାସ୍, ଭୁବନେଶ୍ୱର
- ପ୍ରିୟଙ୍କରୀ ୨୦୨୧
ଉପନ୍ୟାସ
[ସମ୍ପାଦନା]- କ୍ରୂଶବିଦ୍ଧ (୧୯୮୯)
- ନିର୍ବାଣ (୧୯୯୮)
ଅନୁବାଦ
- ସୁନିତା, ଜାତୀୟ ପୁସ୍ତକ ନ୍ୟାସ, ନୂଆଦିଲ୍ଲୀ ୨୦୦୭
ସଂପାଦନା
- ଆମ ସମୟର ସୁନିର୍ବାଚିତ ଶ୍ରେଷ୍ଠ କଥା (୨୦୦୧)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫[୨] (ଗଳ୍ପ ସଂକଳନ 'ସହଯାତ୍ରୀ' ପାଇଁ)
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୩]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଅଖିଳମୋହନ କଥା ସମ୍ମାନ, ୨୦୦୭[୪]
- ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୧୯୯୮
- ପ୍ରଜାତନ୍ତ୍ର ପୁରସ୍କାର
ଆଧାର
[ସମ୍ପାଦନା]- ↑ "ରେଫରେନ୍ସ୍-୪ | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-04.
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ମେ ୧୩-୨୬, ୨୦୧୭ ପୃଷ୍ଠା ୪-୫. Retrieved 15 May 2017.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "ଦେବବ୍ରତ ମଦନରାୟ, ବିହାରୀବାଗ, କଟକ". odiasahitya.com. Retrieved 15 May 2017.