ଉମାଶଙ୍କର ମିଶ୍ର
Appearance
ଉମାଶଙ୍କର ମିଶ୍ର | |
---|---|
ଜନ୍ମ | ଉମାଶଙ୍କର ମିଶ୍ର ୨୮ ନଭେମ୍ବର ୧୯୩୭ |
ମୃତ୍ୟୁ | ୨ ନଭେମ୍ବର ୨୦୧୭ ଭୁବନେଶ୍ୱର | (ବୟସ ୭୯)
ବୃତ୍ତି | ପ୍ରଶାସକ |
ବୈବାହିକ-ସାଥୀ | ସ୍ନେହପ୍ରଭା |
ସନ୍ତାନ | ଅନିନ୍ଦ୍ୟ, ଅଚିନ୍ତ୍ୟ |
ପିତାମାତା(s) | ଚଣ୍ଡେଶ୍ୱର ମିଶ୍ର, ଚଞ୍ଚଳା କୁମାରୀ ଦେବୀ |
ଉମାଶଙ୍କର ମିଶ୍ର(୨୮ ନଭେମ୍ବର ୧୯୩୭-୦୨ ନଭେମ୍ବର ୨୦୧୭), ଜଣେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ ।[୧] ସେ ଶତାଧିକ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ ଓ ତାଙ୍କର ୧୩ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିଲା । ବୃତ୍ତିରେ ସେ ଥିଲେ ଓଡ଼ିଶା ସରକାରଙ୍କ ଅଧିନରେ ପ୍ରଶାସକ ଓ ୧୯୯୫ ମସିହାରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ସେବାନିବୃତ ହୋଇଥିଲେ ।
ଉମାଶଙ୍କର ୧୯୩୭ ମସିହାରେ ନୟାଗଡ଼ ଜିଲ୍ଲାର ରଣପୁରସ୍ଥିତ ରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଚଣ୍ଡେଶ୍ୱର ମିଶ୍ର ଓ ମାତାଙ୍କ ନାମ ଚଞ୍ଚଳା କୁମାରୀ ଦେବୀ ଥିଲା । ସେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ । ରେଭେନ୍ସାରେ ପଢ଼ିବା ସମୟରେ ସେ ପଶ୍ଚିମ ଛାତ୍ରାବାସର ମୁଖପତ୍ର ଉର୍ମି ଓ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ ପତ୍ରିକା ଆଗାମୀର ସମ୍ପାଦକ ଥିଲେ ।[୨]
ସାରସ୍ୱତ କୃତି
[ସମ୍ପାଦନା]- ଉମାଶଙ୍କର ମିଶ୍ରଙ୍କ କାହାଣୀ ସ୍ତବକ ୧୯୮୦
- ଶ୍ୱେତ ଅନୃତ ୧୯୮୧
- ତ୍ରିଶଙ୍କୁ
- ନୂଆ ଶତାବ୍ଦୀର ଫଗୁଣ ୧୯୮୮
- ବୋହୂବୋହୂକା ୧୯୮୭
- ମୋକ୍ଷଚକ୍ର[୩] ୧୯୯୦
- ବିଚକ୍ଷଣାରେ ୧୯୯୫
- କାନ୍ତବିନା
- ଆକାଶ ନାବିକ
- ପ୍ରବାଦ ସୁନ୍ଦରୀ
- ଶୂନ୍ୟବାଣୀ
- ଓଲଟ ବୃକ୍ଷ
- ଭଗବାନଙ୍କ ଘର[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର - ୧୯୮୭(ବୋହୂବୋହୂକା ଗଳ୍ପ ସଂକଳନ ପାଇଁ)
ଆଧାର
[ସମ୍ପାଦନା]- ↑ Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University.
- ↑ http://sambad.in/state/umashankar-mishra-passes-away-20530/
- ↑ National Book Trust (1993*). Books recommended for translation. National Book Trust, India.
{{cite book}}
: Check date values in:|date=
(help) - ↑ http://www.dharitri.com/main/news/9086