ସଦାନନ୍ଦ ତ୍ରିପାଠୀ
ସଦାନନ୍ଦ ତ୍ରିପାଠୀ | |
|---|---|
| ଜନ୍ମ | ଅପ୍ରେଲ ୧୬, ୧୯୫୬ କୃପାସିନ୍ଧୁପୁର, ସେରଗଡ଼, ଗଞ୍ଜାମ |
| ମୃତ୍ୟୁ | ୨ ଅପ୍ରେଲ ୨୦୨୬ (ବୟସ ୬୯) |
| ଜାତୀୟତା | ଭାରତୀୟ |
| ଶିକ୍ଷାନୁଷ୍ଠାନ | ରାଉରକେଲା ସରକାରୀ ମହାବିଦ୍ୟାଳୟ, ରାଉରକେଲା ଆଇନ ମହାବିଦ୍ୟାଳୟ |
| ବୈବାହିକ-ସାଥୀ | ମାଧୁରୀ ତ୍ରିପାଠୀ |
| ସମ୍ପର୍କୀୟ | ସୁଧାଂଶୁ, ପ୍ରିୟବ୍ରତ(ଜ୍ୱାଇଁ) |
ସଦାନନ୍ଦ ତ୍ରିପାଠୀ, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସଦାନନ୍ଦ , ୧୯୫୬ ମସିହା ଅପ୍ରେଲ ମାସ ୧୬ ତାରିଖରେରେ ଗଞ୍ଜାମ ଜିଲ୍ଲାର ସେରଗଡ଼ ନିକଟସ୍ଥ କୃପାସିନ୍ଧୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ୧୪ବର୍ଷ ବୟସରେ ସେ ନିଜର ପ୍ରଥମ ଗପ ଲେଖିଥିଲେ । ବୃତ୍ତିରେ ସେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୩୪ ବର୍ଷ କାମ କରି ଅବସର ଗ୍ରହଣ କରିଥିଲେ । ୨୦୨୬ ମସିହା ଅପ୍ରେଲ ମାସ ୨ ତାରିଖରେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ହୃଦ୍ରୋଗଜନିତ ଅସୁସ୍ଥତାରୁ ପରଲୋକ ଘଟିଥିଲା ।[୩]
ସାହିତ୍ୟ ସର୍ଜନା
[ସମ୍ପାଦନା]୧୯୭୨ ମସିହାରେ କଲେଜରେ ପଢୁଥିବା ସମୟରେ, ତାଙ୍କର ଜଣେ ବନ୍ଧୁ ଗୁଜବ ଉଡେଇଥିଲେ ଯେ, ସଦାନନ୍ଦ ରେଳ ଦୁର୍ଘଟଣାରେ ପ୍ରାଣ ହରେଇଛନ୍ତି । ସେହି କଥାକୁ ମନେ ରଖି, ସେ ନିଜର ପ୍ରଥମ ଗଳ୍ପ ସଂକଳନର ନାମ ରଖିଥିଲେ : "ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ" । ଏହି ଗଳ୍ପ ସଂକଳନଟି ପ୍ରକାଶିତ ହୋଇଥିଲା ୧୯୯୨ ମସିହାରେ । ତାଙ୍କର ୧୬ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।
ରଚନାବଳୀ
[ସମ୍ପାଦନା]- ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀଙ୍କ ମୃତ୍ୟୁ ପରେ
- ରଙ୍ଗନାଥ ଘଡେଇ
- ନିଜ ନିଜ ନିୟମ
- ଅପ୍ରିୟ ମଣିଷ ଓ ଅନ୍ୟାନ୍ୟ ଚରିତ୍ର
- କବିର ସମୟ
- ନାଚାର ଷୋଡ଼ଶୀ
- ସତୀ[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2013-03-24. Retrieved 2016-02-11.
{{cite web}}: Cite has empty unknown parameter:|1=(help) - ↑ National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7.
- ↑ "Eminent writer Sadananda Tripathy passes away". prameyanews.com. 2026-04-03. Retrieved 2026-04-04.
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃୟାରୀ ୬-୧୯,୨୦୧୬ ପୃଷ୍ଠା୨. Retrieved 11 February 2016.
- ↑ http://odisha.gov.in/e-magazine/orissaannualreference/ora-2011/pdf/92-99.pdf
- ↑ http://www.thehindu.com/todays-paper/tp-national/tp-otherstates/no-threat-to-oriya-language-says-jb/article1792905.ece
- ↑ "'ଓଡ଼ିଆ ସାହିତ୍ୟ ପ୍ରତି ଜଗଦୀଶ ମହାନ୍ତିଙ୍କ ଅବଦାନ ଅତୁଳନୀୟ'". ଧରିତ୍ରୀ ୧୮/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. 18 February 2016. Retrieved 27 June 2022.
- ↑ (PDF) https://www.theprajatantra.org/Award%20Winner.pdf#:~:text=%E0%AC%B8%E0%AC%A6%E0%AC%BE%E0%AC%A8%E0%AC%A8%E0%AD%8D%E0%AC%A6%20%E0%AC%A4%E0%AD%8D%E0%AC%B0%E0%AC%BF%E0%AC%AA%E0%AC%BE%E0%AC%A0%E0%AD%80,%E0%AD%A7.%20%E0%AC%AA%E0%AD%8D%E0%AC%B0%E0%AC%AB%E0%AD%87%E0%AC%B8%E0%AC%B0%20%E0%AC%95%E0%AD%83%E0%AC%B7%E0%AD%8D%E0%AC%A3%E0%AC%9A%E0%AC%A8%E0%AD%8D%E0%AC%A6%E0%AD%8D%E0%AC%B0%20%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8. Retrieved 2026-04-02.
{{cite web}}: Missing or empty|title=(help)