ପର୍ଶୁରାମ ମିଶ୍ର

ଉଇକିପିଡ଼ିଆ‌ରୁ
ପର୍ଶୁରାମ ମିଶ୍ର
ଜନ୍ମ(1894-01-25)୨୫ ଜାନୁଆରୀ ୧୮୯୪
ତୁଲୁଣ୍ଡି, ବରପାଲି, ସମ୍ବଲପୁର
ମୃତ୍ୟୁ୪ ଅଗଷ୍ଟ ୧୯୮୧(1981-08-04) (ବୟସ ୮୭)
ବୃତ୍ତିଉଦ୍ଭିଦ ବିଜ୍ଞାନୀ, ଶିକ୍ଷାବିତ
ପୁରସ୍କାର(ଗୁଡ଼ିକ)ପଦ୍ମଶ୍ରୀ

ପର୍ଶୁରାମ ମିଶ୍ର (୨୫ ଜାନୁଆରୀ ୧୮୯୪ - ୪ ଅଗଷ୍ଟ, ୧୯୮୧) ଜଣେ ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । [୧] ସେ ୧୯୬୧ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ଜୀବନୀ[ସମ୍ପାଦନା]

ପର୍ଶୁରାମ, ୨୫ ଜାନୁଆରୀ ୧୮୯୪ ମସିହାରେ ସମ୍ବଲପୁର ଜିଲ୍ଲାର ବରପାଲି ଅନ୍ତର୍ଗତ ତୁଲଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ରେଭେନ୍ସା ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ଭାବରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୨୨ ମସିହାରେ ସେହି ଅନୁଷ୍ଠାନରେ ଉଦ୍ଭିଦବିଜ୍ଞାନ ବିଭାଗର ଅଧ୍ୟାପକ ଓ ପରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ମସିହାରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଥାଇ, ସେ ଅବସର ଗ୍ରହଣ କରିଥିଲେ । ୧୯୫୨ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ୧୯୬୭ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦବୀମଣ୍ଡନ କରିଥିଲେ । ସେ ଲିଡ୍ସ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ପିଏଚଡି ହାସଲ କରିଥିଲେ ।[୩] ତାଙ୍କ ଉଦ୍ୟମରେ ବୁର୍ଲାରେ ଓଡ଼ିଶାର ପ୍ରଥମ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠିତ ହୋଇଥିଲା । ମିଶ୍ରଙ୍କ ନାମରେ ଏକ ଶିକ୍ଷାନୁଷ୍ଠାନ ଅଛି ।[୪] ସେ ଅନେକ ବିଜ୍ଞାନ ସମ୍ବନ୍ଧିତ ନିବନ୍ଧ ଲେଖିଥିଲେ । ସେ କବିତା ମଧ୍ୟ ଲେଖୁଥିଲେ । ୧୯୮୧ମସିହା ଅଗଷ୍ଟ ୪ତାରିଖରେ ପର୍ଶୁରାମ ମିଶ୍ରଙ୍କର ମୃତ୍ୟୁ ଘଟିଥିଲା ।[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Welcome to Sambalpur University". suniv.ac.in. 2012. Retrieved 10 June 2012. The University started functioning from 1st January, 1967 with Prof.Parsuram Mishra as the first Vice-Chancellor.
  2. Encyclopaedia of Education, Culture and Children's Literature: v. 3. Indian culture and education. Deep & Deep Publications. 2009. pp. 171–. ISBN 978-81-8450-150-6.
  3. ଲିଡ୍ସ ବିଶ୍ୱବିଦ୍ୟାଳୟରେ ପଢୁଥିବାବେଳେ ପର୍ଶୁରାମ ମିଶ୍ରଙ୍କଦ୍ୱାରା ଲିଖିତ ଏକ ନିବନ୍ଧ
  4. "Dr.PARSHURAM MISHRA INSTITUTE OF ADVANCED STUDTY IN EDUCATION (PMIASE)". pmiasesambalpur.org. 2012. Retrieved 10 June 2012. Dr.P.M.Institute of Advanced Study in Education, Sambalpur has been named after (Late) Padmashree Dr.Parshuram Mishra, a renowned scientist {{cite web}}: no-break space character in |title= at position 52 (help)
  5. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୪/୦୮/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼. Retrieved 4 August 2020.
  6. "Previous Awardees". Padma Awards. Ministry of Home Affairs (Govt. of India). Retrieved 4 August 2020.
  7. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". Retrieved 4 August 2020.