ବାମାଚରଣ ମିତ୍ର

ଉଇକିପିଡ଼ିଆ‌ରୁ
ବାମାଚରଣ ମିତ୍ର
ଜନ୍ମ ଓ ଜନ୍ମସ୍ଥାନ(1915-12-17)୧୭ ଡିସେମ୍ବର ୧୯୧୫
ମୃତ୍ୟୁ୨୧ ଫେବୃଆରୀ ୧୯୭୫(1975-02-21) (ବୟସ ୫୯)
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ସାହିତ୍ୟ କୃତି"ମିମିର ସାହିତ୍ୟ"
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବାମାଚରଣ ମିତ୍ର (୧୭ ଡିସେମ୍ବର ୧୯୧୫ - ୨୧ ଫେବୃଆରୀ ୧୯୭୫) ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ । ସେ ଓଡ଼ିଆରେ ନବେରୁ ଅଧିକ କ୍ଷୁଦ୍ରଗଳ୍ପ (ଯହିଁରୁ ୨୪ଟିକୁ ନେଇ "ବାମାଚରଣ ଗଳ୍ପ ସମ୍ଭାର" ନାମରେ ସଂକଳନ ପ୍ରକାଶିତ), ତିନୋଟି ଉପନ୍ୟାସ ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ୨୦୧୫ ମସିହାରେ ତାଙ୍କର ସମସ୍ତ ରଚନା ଡିଜିଟାଲ ରୂପରେ ସୃଜନିକା ତରଫରୁ ଏକ ସିଡିରେ ପ୍ରକାଶିତ ।[୧][୨][୩][୪][୫] ତାଙ୍କ ରଚିତ ପ୍ରମୁଖ ଉପନ୍ୟାସମାନ ହେଲେ "କୀର୍ତ୍ତିଶଯ୍ୟ" (ପ୍ରଥମ ରଚିତ ଉପନ୍ୟାସ), "ନରଛଞ୍ଚାଣ" ତଥା ଗଳ୍ପସଂକଳନମାନ ହେଲେ "ସ୍ୱପ୍ନସିଦ୍ଧ", "ବଟ ମହାପୁରୁଷ", "ଅସୀମ" ଓ "ମହାପୁରୁଷ ବାଗ" ।[୬] ସେ ପ୍ରବନ୍ଧ ସଂକଳନ "ଏଣୁଶ୍ଚ ତେଣୁଶ୍ଚ" ପାଇଁ ୧୯୬୯-୧୯୭୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୭] ତାଙ୍କର ଅନେକ ଲେଖା ବଙ୍ଗଳା, ଇଂରାଜୀ ଓ ତେଲୁଗୁ ଭାଷାରେ ଅନୁବାଦ କରାଯାଇଥିବା ବେଳେ 'ପିତା ଓ ପୁତ୍ର' ଗଳ୍ପଟି ସ୍ପାନିଶ ଭାଷାରେ ଅନୁବାଦ ହୋଇଛି ।[୮]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମିତ୍ର ପ୍ରାରମ୍ଭିକ ଜୀବନରେ ଜଣେ କ୍ରିକେଟ ଖେଳୁଆଡ଼ ଓ ସନ୍ତରଣକାରୀ ଥିଲେ । ୫୦ ବର୍ଷ ବୟସ ଆଡ଼କୁ ତାଙ୍କର ସ୍ୱାସ୍ଥ୍ୟର ଅବନ୍ନତି ଘଟିଥିଲା ।[୬]

ଲେଖକ ଜୀବନ[ସମ୍ପାଦନା]

ସେ ଭାରତର ସ୍ୱାଧୀନତାର (୧୯୪୭) ଆଗରୁ ସାହିତ୍ୟ ଲିଖନ କରି ସ୍ୱାଧୀନତା ପରର ଚଉଠ ଶତକ ଯାଏ ଏହା ଅବ୍ୟାହତ ରଖିଥିଲେ । ସ୍ୱାଧୀନତା ପରର ଓଡ଼ିଶା, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ପୃଥିବୀର ସାମାଜିକ ଅବସ୍ଥା ତାଙ୍କ ଲେଖାର ମୁଖ୍ୟ ପୃଷ୍ଠଭୂମି ଥିଲା । ୧୯୫୦ ମସିହାରେ ପ୍ରକାଶିତ ଉପନ୍ୟାସ "କୀର୍ତ୍ତିଶଯ୍ୟ" (ଅପରାଧମୂଳକ ଉପନ୍ୟାସ) ତାଙ୍କ ରଚିତ ପ୍ରଥମ ଉପନ୍ୟାସ । ପରେ ସେ ଏହି ଧାରାରେ "କୀର୍ତ୍ତିଶଯ୍ୟ" ଭଳି ପାଶ୍ଚାତ୍ୟ ସାହିତ୍ୟର ଅନୁସରଣରେ "ନରଛଞ୍ଚାଣ" ନାମକ ଉପନ୍ୟାସ ରଚନା କରିଥିଲେ । ତାଙ୍କ ରଚିତ ପ୍ରମୁଖ ଗଳ୍ପ ସଂକଳନମାନ ହେଲେ "ସ୍ୱପ୍ନସିଦ୍ଧ", "ବଟ ମହାପୁରୁଷ", "ଅସୀମ" ଓ "ମହାପୁରୁଷ ବାଗ" ।[୬]

ରଚନାବଳୀ[ସମ୍ପାଦନା]

  • ବାମାଚରଣ ମିତ୍ର ସୃଜନସଂଭାର(କ୍ଷୁଦ୍ରଗଳ୍ପ ଓ ଏକାଂକିକା ସଂକଳନ) - ୨୦୧୮(ସମ୍ପାଦନା : ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରକାଶକ : କାହାଣୀ, କଟକ)

ଉପନ୍ୟାସ[ସମ୍ପାଦନା]

  • "କୀର୍ତ୍ତିଶଯ୍ୟ" (ଅପରାଧମୂଳକ ଉପନ୍ୟାସ) - ୧୯୫୦[୬]
  • "ନରଛଞ୍ଚାଣ" - ୧୯୫୧[୬]

ଗଳ୍ପ ସଂକଳନ[ସମ୍ପାଦନା]

  • ପାଷାଣର ପ୍ରାଣ - ୧୯୬୧
  • ଅସୀମ - ୧୯୬୧
  • ବଟ ମହାପୁରୁଷ - ୧୯୬୩
  • ମହାପୁରୁଷ ବାଗ - ୧୯୬୩[୯]
  • "ମିତ୍ର ଗଳ୍ପ" (୧୯୭୯)[୧୦]
  • "ମିତ୍ର କଳ୍ପ" (୧୯୭୯)[୧୦]
  • "ମିତ୍ର ସ୍ୱଳ୍ପ" (୧୯୮୧)[୧୦]
  • "ମିମିର ସାହିତ୍ୟ"[୧୧]

ପ୍ରବନ୍ଧ[ସମ୍ପାଦନା]

  • "ଜୀବନ, ସାହିତ୍ୟ ଓ କଳା"[୧୦]
  • "ଏଣୁଶ୍ଚ ତେଣୁଶ୍ଚ" [୭]

ସମ୍ମାନ ଓ ଉପାଧୀ[ସମ୍ପାଦନା]

  • ମିତ୍ର ନିଜର ପ୍ରବନ୍ଧ ସଂକଳନ "ଏଣୁଶ୍ଚ ତେଣୁଶ୍ଚ" ପାଇଁ ୧୯୬୯-୧୯୭୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । [୭]

ଆଧାର[ସମ୍ପାଦନା]

  1. Anwesha Ambaly (୧୪ ଫେବୃଆରୀ ୨୦୧୫). "Writer's creation goes digital- CD containing literary works of Bamacharan Mitra released". The Telegraph. Retrieved ୧୫ ଅଗଷ୍ଟ ୨୦୧୫. {{cite news}}: Check date values in: |accessdate= and |date= (help)
  2. Nagendra (1988). Indian Literature. Prabhat Prakashan. pp. 498–.
  3. Suman, Sephali. "Sahitya Akademi holds Bamacharan Birthday". The Pioneer. Bhubaneswar. Retrieved ୨୨ ଅଗଷ୍ଟ ୨୦୧୫. {{cite news}}: Check date values in: |accessdate= (help)
  4. Joardar, J. M. (July–December 1973). "Bamacharan Mitra on Life and Art". Jstore. Sahitya Akademi. 16 (3/4): 63. Retrieved 17 August 2015.
  5. "About us". Ssaralasahityasansad.org. sarala Sahitya Sansad. Archived from the original on 17 June 2016. Retrieved 22 August 2015. {{cite web}}: Cite has empty unknown parameter: |4= (help)
  6. ୬.୦ ୬.୧ ୬.୨ ୬.୩ ୬.୪ ପାଣ୍ଡବ, ଶତୁଘ୍ନ (1998). Bamacharana Galpa Sambhara. ଦିଲ୍ଲୀ: National Book Trust. p. 185. ISBN 9788-1-237-2537-6.
  7. ୭.୦ ୭.୧ ୭.୨ "Orissa Reference Annual 2005" (PDF). Odisha.gov.in. ଓଡ଼ିଶା ସରକାର. Retrieved 22 August 2015.
  8. Ambaly, Anwesha (14 February 2015). "Writer's creation goes digital". The Telegraph. Retrieved 22 August 2015.
  9. "ପୁସ୍ତକ ପରିଚୟ". No. ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୧୨-୨୫, ୨୦୧୮ ପୃଷ୍ଠା ୭. Retrieved 12 December 2018.
  10. ୧୦.୦ ୧୦.୧ ୧୦.୨ ୧୦.୩ "Mitra, Bama Charan: 1915 - 1975". Openlibrary.org. Open Library.org. Retrieved 22 August 2015.
  11. "Telefilms on classic short stories of Odia literature". The Hindu. Berhampur. ୧ ଫେବୃଆରୀ ୨୦୧୩. Retrieved 15 August 2015. {{cite news}}: Check date values in: |date= (help)