ଜୟନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ

ଜୟନ୍ତ ମହାପାତ୍ର
Jayanta Mahapatra.JPG
ଜନ୍ମ ଓ ଜନ୍ମସ୍ଥାନ (1928-10-22) ୨୨ ଅକ୍ଟୋବର ୧୯୨୮ (ବୟସ ୯୪)
କଟକ
ବୃତ୍ତିପଦାର୍ଥ ବିଜ୍ଞାନ ଅଧ୍ୟାପକ, ସାହିତ୍ୟିକ
ଭାଷାଓଡ଼ିଆ, ଇଂରାଜୀ
ପୁରସ୍କାରପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜୟନ୍ତ ମହାପାତ୍ର (ଜନ୍ମ ୨୨ ଅକ୍ଟୋବର ୧୯୨୮)[୧] ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ତଥା ଇଂରାଜୀ କବି । [୨][୩] ତାଙ୍କର ୨୭ଟି ଇଂରାଜୀ ଓ ୯ଟି ଓଡ଼ିଆ କବିତା ସଙ୍କଳନ ସହିତ ଗୋଟିଏ ଗପ ବହି ଏବଂ ଆତ୍ମଜୀବନୀ ପାହିନି ରାତି ପ୍ରକାଶ ପାଇସାରିଛି ।

ଜୀବନ[ସମ୍ପାଦନା]

ଜୟନ୍ତ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ ଦୁର୍ଗାଷ୍ଟମୀ ତିଥିରେ କଟକଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ ।[୪] ସେ କଟକର ଷ୍ଟିବର୍ଟ ସ୍କୁଲରେ ପଢ଼ା ଆରମ୍ଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି। ୧୯୪୯ ମସିହାରେ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଯଥା, ଫକୀରମୋହନ କଲେଜ, ବାଲେଶ୍ୱର , ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି. ଜେ.ବି କଲେଜ, ଭୁବନେଶ୍ୱର ଏବଂ ରେଭେନ୍ସା କଲେଜ, କଟକରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଛନ୍ତି । [୫]

୩୮ ବର୍ଷ ବୟସରେ ସେ କବିତା ରଚନା କରିବା ଆରମ୍ଭ କଲେ ଏବଂ ୪୦ ବର୍ଷ ହେବା ପୂର୍ବରୁ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ ସ୍ୱୟଂବର ଏବଂ କବିତାସମୂହ ୧୯୭୧ରେ ଏବଂ ପରେ ପରେ 'କ୍ଲୋଜ ଦି ସ୍କାଇ, ଟେନ ବାଇ ଟେନର ପ୍ରକାଶନ ହୋଇଥିଲା । ତାଙ୍କର କବିତା ଗୁଚ୍ଛ ମଧ୍ୟରୁ ଏ ରେନ ଅଫ ରାଇଟ୍ସ , ଲାଇଫ ସାଇନସ ଏବଂ ଏ ୱାଇଟନେସ ଅଫ ବୋନ ଆଦି ଉଚ୍ଚକୋଟୀର । ପାଠକମାନଙ୍କ ବେଶ ଆଦୃତି ଲାଭ କରିଥିବା ଜୟନ୍ତ ମହାପାତ୍ରଙ୍କ କବିତା ସଂକଳନଟି ହେଉଛି ଦି ଲଙ୍ଗ ପଏମ ରିଲେସନସିପ। ଏହି କବିତା ସଂକଳନ ମଧ୍ୟ ତାଙ୍କୁ ୧୯୮୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନ୍ନିତ କରିଥିଲା । କେବଳ ସେତିକି ନୁହେଁ, ସେତେବେଳେ ସେ ମଧ୍ୟ ପ୍ରଥମ ଭାରତୀୟ କବି ଭାବେ ଏହି ସଫଳତା ଅର୍ଜନ କରିଥିଲେ । [୬] ସେ ଇତିମଧ୍ୟରେ ୧୬ଟି କବିତା ସଂକଳନ ରଚନା କରିସାରିଛନ୍ତି। [୭]

କବିଙ୍କର ଏବେକାର କବିତା ସଂକଳନଗୁଡିକ ହେଉଛି ଶେଡ଼ୋ ସ୍ପେସ, ବେଆର ଫେସ ଏବଂ ରେଣ୍ଡୋମ ଡିସେଣ୍ଟ ଇତ୍ୟାଦି। କେବଳ କବିତା ନୁହଁ, ସେ ମଧ୍ୟ ଅନେକ ପ୍ରବନ୍ଧ ରଚନା କରିଛନ୍ତି । କିଛି କ୍ଷୁଦ୍ର ଗଳ୍ପ ଗୁଡିକୁ ନେଇ ସେ ଏକାକୀ ଗ୍ରୀନ ଗାର୍ଡେନର ନାମକ ଏକ ପୁସ୍ତକ ପ୍ରକାଶ କରିଛନ୍ତି । ସମ୍ପାଦନ କ୍ଷେତ୍ରରେ ମଧ୍ୟ ସେ ସଫଳତା ଅର୍ଜନ କରିଛନ୍ତି । କଟକରୁ ପ୍ରକାଶିତ ହେଉଥିବା ଏକ ସାହିତ୍ୟ ପୁସ୍ତିକା ଚନ୍ଦ୍ରଭାଗାକୁ ସେ ବହୁ ବର୍ଷ ଧରି ସମ୍ପାଦନା କରିଛନ୍ତି ।

ରଚନାବଳୀ[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

  • ପାହିନି ରାତି (ଆତ୍ମଜୀବନୀ)
  • ସ୍ୱୟଂବର (୧୯୭୧)
  • ପ୍ରତୀକ୍ଷା (୧୯୭୯)
  • ସମ୍ପର୍କ (୧୯୮୦)
  • ବଳୀ (୧୯୯୩)
  • କହିବି ଗୋଟିଏ କଥା (୧୯୯୫)
  • ଟିକିଏ ଛାଇ (୨୦୦୪)
  • ଭୋର ମୋଇତ୍ର କନଫୁଲ (୨୦୧୧)
  • ବାୟା ରାଜା (୧୯୯୭)
  • ଯଦି'ବା ଗପ ଟିଏ (୨୦୦୮)

ଇଂରାଜୀ[ସମ୍ପାଦନା]

  • କ୍ଲୋଜ ଦ ସ୍କାଇ ଟେନ ବାଇ ଟେନ
  • ଏ ରେନ଼୍ ଅଫ ରଇଟ଼୍
  • ରିଲେସନସିପ

ମାନସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ - ୨୦୧୯[୮]
  • ପଦ୍ମଶ୍ରୀ, ୨୦୦୯ [୯]
  • କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୧
  • ଉତ୍କଳ ରତ୍ନ ସମ୍ମାନ, ୨୦୧୪[୧୦]
  • ସାରଳା ସମ୍ମାନ, ୨୦୧୦
  • ବିଷୁବ ପୁରସ୍କାର, ୨୦୦୭
  • ଗଙ୍ଗାଧର ଜାତୀୟ ସମ୍ମାନ, ୧୯୯୪
  • କହ୍ନେୟାଲାଲ ସେଠିଆ ସମ୍ମାନ - ୨୦୧୭(ଜୟପୁର ସାହିତ୍ୟ ଉତ୍ସବରେ ଜୀବନବ୍ୟାପି ସାହିତ୍ୟକୁ ଅବଦାନ ପାଇଁ)[୧୧]
  • ଜାକବ ଗ୍ଲାଡଷ୍ଟୋନ ପୁରସ୍କାର(ଆମେରିକୀୟ ପତ୍ରିକା ପୋଏଟ୍ରି ଚିକାଗୋ ତରଫରୁ ପ୍ରଦତ୍ତ)[୧୨]
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୨୩ (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଦତ୍ତ)[୧୩]

ଆଧାର[ସମ୍ପାଦନା]

  1. "Biography of Jayanta Mahapatra". PoemHunter.com. Retrieved 4 March 2017.
  2. "Jayanta Mahapatra". Poem hunter. Retrieved 16 April 2016.
  3. "Sahitya Akademi : Who's Who of Indian Writers". Sahitya Akademi. Sahitya Akademi. Retrieved 27 October 2015.
  4. "ନବେ ବର୍ଷରେ ପାଦ ଦେଲେ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର". ସମ୍ବାଦ ୨୪/୧୦/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬. Retrieved 24 October 2017.
  5. [୧] Web page titled "Jayanta Mahapatra's Profile" at the Muse India Web site, accessed 16 October 2007
  6. "Padma Awards" (PDF). Ministry of Home Affairs, Government of India. 2015. Retrieved 21 July 2015.
  7. Grove, Richard. "The Dance of the Peacock:An Anthology of English Poetry from India". No. current. Hidden Brook Press, Canada. Retrieved 5 January 2015.
  8. "Press Release : Election of Fellows of Sahitya Akademi" (PDF). sahitya-akademi.gov.in. Sahitya Akademy. Retrieved 29 January 2019.
  9. "Noted poet Jayanta Mahapatra returns Padma Shri - The Times of India". The Times of India. Retrieved 2015-11-22.
  10. "Eminent Odisha poet Jayant Mohapatra to get Utkal Ratna Samman". Odisha Sun Times. Retrieved 31 August 2014.
  11. http://indianexpress.com/article/lifestyle/books/jaipur-literature-festival-cuttack-poet-bags-kanhaiya-lal-sethia-award-for-poetry-4486184/
  12. ରବିବାର ସମ୍ବାଦ ୦୫/୧୧/୨୦୧୭ ପୃଷ୍ଠା ୬ http://www.sambadepaper.com/Details.aspx?id=398822&boxid=191922743. Retrieved 6 November 2017. {{cite news}}: Missing or empty |title= (help)
  13. "ବ୍ରହ୍ମପୁର ବିଶ୍ୱବିଦ୍ୟାଲୟର ୫୭ତମ ପ୍ରତିଷ୍ଠା ଦିବସ". No. ସମ୍ବାଦ ୦୩/୦୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. 3 January 2023. Archived from the original on 3 January 2023. Retrieved 3 January 2023.

ଅଧିକ ତଥ୍ୟ[ସମ୍ପାଦନା]