ଗୁରୁଚରଣ ପଟ୍ଟନାୟକ

ଉଇକିପିଡ଼ିଆ ରୁ
Jump to navigation Jump to search
ଗୁରୁଚରଣ ପଟ୍ଟନାୟକ
ଜନ୍ମ୨୯ ସେପ୍ଟେମ୍ବର ୧୯୨୮(1928-09-29)
ମୃତ୍ୟୁ୯ ନଭେମ୍ବର ୨୦୦୮ (୯୧ ବର୍ଷ)
ଅନନ୍ତ-ଆଲୋକ, ଶଙ୍କରପୁର, କଟକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଆଞ୍ଚଳିକତାଓଡ଼ିଆ
ଜ୍ଞାତି କୁଟୁମ୍ବଅନନ୍ତ ପଟ୍ଟନାୟକ(ଭାଇ) ଅମରେଶ ପଟ୍ଟନାୟକ (ପୁତୁରା)

ଗୁରୁଚରଣ ପଟ୍ଟନାୟକ(୨୯ ସେପ୍ଟେମ୍ବର ୧୯୧୪- ୯ ନଭେମ୍ବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଓ ବାମପନ୍ଥୀ ନେତା ଥିଲେ ।[୧] କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଭାବରେ, ସେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ମୂଳଦୁଆ ପକେଇଥିଲେ ।[୨] ସାହିତ୍ୟ ସାଧନାପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩]

ଜୀବନୀ[ସମ୍ପାଦନା]

ଗୁରୁଚରଣ ୧୯୧୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୪ମାସ ବୟସରେ ସେ ବାପ-ମା ଛେଉଣ୍ଡ ହୋଇଯାଇଥିଲେ । ଅଗ୍ରଜ ଅନନ୍ତ ପଟ୍ଟନାୟକ ତାଙ୍କଠାରୁ ୪ବର୍ଷ ବଡ଼ । ଅଳ୍ପବୟସରୁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ନବକୃଷ୍ଣ ଚୌଧୁରୀଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ମିଶି ଗୁରୁଚରଣ ଓଡ଼ିଶାରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହାରେ ସେ ପ୍ରଥମ ଓଡ଼ିଆ ଭାବେ କଲିକତାର ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦାନ କରିଥିଲେ । ତାଙ୍କ ପରେ ବଡ଼ଭାଇ ଅନନ୍ତ, ଭଗବତୀ ଚରଣ, ପ୍ରାଣନାଥ ପଟ୍ଟନାୟକଆଦି ସେହି ପାର୍ଟିରେ ଯୋଗ ଦେଇଥିଲେ । ସେ ନିଜ ଲେଖା ମାଧ୍ୟମରେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନକୁ ଆଗେଇ ନେଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାପ୍ତାହିକ ମୁଖପତ୍ର ନୂଆ ଦୁନିଆ ଆଦି ତାଙ୍କରି ସମ୍ପାଦନାରେ ପ୍ରକାଶ ପାଉଥିଲା । ନବଯୁଗ ସାହିତ୍ୟ ସଂସଦ, କୃଷକ ସଭା ଆଦି ପ୍ରଗତିଶୀଳ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ଗୁରୁଚରଣ ପଟ୍ଟନାୟକ ।[୪] ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବାରୁ ସେ ୧୩ଥର କାରାବରଣ କରିଥିଲେ । [୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୭୧
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୫(ଜୀବନବ୍ୟାପି ଅବଦାନ ପାଇଁ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪(ଜଗତ ଦର୍ଶନରେ ଜଗନ୍ନାଥ ପାଇଁ)[୬]
  • ଉତ୍କଳ ରତ୍ନ - ୨୦୦୭ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ)

ରଚନାବଳୀ[ସମ୍ପାଦନା]

  • ଜଗତ ଦର୍ଶନରେ ଜଗନ୍ନାଥ
  • British Rule in India[୭]

ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-national/tp-otherstates/Gurucharan-Patnaik-remembered/article15353632.ece
  2. Immortal Heroes: Lives of Communist Leaders. Communist Party of India. 1975.
  3. General Information as on ... The Akademi. 2008.
  4. Biswamoy Pati (2001). Situating Social History: Orissa, 1800-1997. Orient Blackswan. pp. 86–. ISBN 978-81-250-2007-3.
  5. https://www.mainstreamweekly.net/article1443.html
  6. http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#ODIA
  7. D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.