କିଶୋରୀ ଚରଣ ଦାସ

ଉଇକିପିଡ଼ିଆ‌ରୁ
କିଶୋରୀ ଚରଣ ଦାସ
Kishori Charan Das Odia Author.jpg
ଜନ୍ମ(1924-03-01)୧ ମାର୍ଚ୍ଚ ୧୯୨୪
ଖଟବିନ ସାହି, କଟକ
ମୃତ୍ୟୁ୧୭ ଅଗଷ୍ଟ ୨୦୦୪(2004-08-17) (ବୟସ ୮୦)
ଜାତୀୟତାଭାରତୀୟ
ପୁରାତନ ଛାତ୍ରକେନ୍ଦ୍ରାପଡ଼ା ହାଇସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ
Notable workଠାକୁର ଘର
Parent(s)ବିପ୍ର ଚରଣ ଦାସ, ସୀତାମଣି ଦେବୀ

କିଶୋରୀ ଚରଣ ଦାସ (୧ ମାର୍ଚ୍ଚ ୧୯୨୪[୧] - ୧୭ ଅଗଷ୍ଟ ୨୦୦୪[୨] ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ଲେଖକ । ସେ ଉଭୟ ଓଡ଼ିଆଇଂରାଜୀ ଭାଷାରେ ଲେଖୁଥିଲେ ।[୩]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

କିଶୋରୀ ଚରଣ, କଟକର ଖଟବିନ ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବିପ୍ର ଚରଣ ଦାସ ଓ ମାତା ସୀତାମଣି ଦେବୀ । ସେ ସମୟ ପୂର୍ବରୁ ଜନ୍ମ ହୋଇଥିବା ଜଣେ ଶିଶୁ ଥିଲେ । ଅତ୍ୟଧିକ ମୋଟା ହୋଇଯିବାରୁ ଶୈଶବରେ ୪ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କର ଶାରୀରିକ ବିକାଶ ସ୍ୱଭାବିକ ନଥିଲା । ଗୋଟିଏ 'କେଶବ କଣ୍ଢେଇ' ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିବା ଯୋଗୁ, ଜେଜେବାପା ନାମ ଦେଇଥିଲେ 'କେଶବ' । କେଶବରୁ ଗ୍ଲେହାନାମ କେଶ ଓ ପରେ 'କିଶୋରୀ ଚରଣ' ହୋଇଥିଲା ।[୪] ତାଙ୍କର ପିତା ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରିଥିଲେ ଓ ବଦଳି ଚାକିରି ଯୋଗୁଁ, କିଶୋରୀଙ୍କ ପିଲାଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିତିଥିଲା । ସେ କେନ୍ଦ୍ରାପଡ଼ା ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ ପଢ଼ିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବରେ କିଶୋରୀ ଚରଣ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ତିନି ବର୍ଷ ପରେ ଇଣ୍ଡିଆନ ଅଡିଟ ଆଣ୍ଡ ଆକାଉଣ୍ଟସ ସର୍ଭିସରେ ଯୋଗ ଦେଇଥିଲେ । ଚାକିରି ଜୀବନର କୋଡ଼ିଏ ବର୍ଷ ବିତିଥିଲା କଲିକତାନୂଆ ଦିଲ୍ଲୀରେ । ବିଦେଶରେ ମଧ୍ୟ କିଛି କାଳ ରହିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଜୀବନର ବହୁ ବର୍ଷ ଓଡ଼ିଶା ବାହାରେ ବିତାଇଥିଲେ ମଧ୍ୟ, କିଶୋରୀଙ୍କର ସାହିତ୍ୟରେ ଓଡ଼ିଆ ଜୀବନର ପ୍ରତିଛବି ଦେଖିବାକୁ ମିଳୁଥିଲା । ସେ ସାତ ଖଣ୍ଡ ଉପନ୍ୟାସ ଓ କୋଡ଼ିଏ ଖଣ୍ଡ ଗଳ୍ପ ସଂକଳନ ରଚନା କରିଛନ୍ତି । 'ନବୀନ' ପତ୍ରିକାରେ ପ୍ରକାଶିତ 'ପରଦା ତଳେ' ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ଥିଲା । ପ୍ରଥମେ କବିତା ଓ ପରେ ଗଳ୍ପ ଏବଂ ଉପନ୍ୟାସକୁ ଓହ୍ଲାଇଥିଲେ କିଶୋରୀ ଚରଣ । ମଧ୍ୟବିତ ଶ୍ରେଣୀର ଜୀବନ ସଂଗ୍ରାମ ତାଙ୍କ ରଚନାରେ ବିଶେଷ ଭାବରେ ଦେଖିବାକୁ ମିଳେ ।[୫] "ଲେଖିବାକୁ ଭଲଲାଗେ; ତେଣୁ, ସେ ଲେଖୁଥିଲେ" ବୋଲି କହିଥିଲେ କିଶୋରୀ ଚରଣ ।

କ୍ଷୁଦ୍ର ଗଳ୍ପ[ସମ୍ପାଦନା]

ପଦ ଓ ସମ୍ମାନ[ସମ୍ପାଦନା]

ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬: 'ଠାକୁର ଘର' ପାଇଁ[୭][୮]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ : ମଣିହାର ପାଇଁ[୯]
  • ଶାରଳା ପୁରସ୍କାର, ୧୯୮୬ : ଭିନ୍ନ ପାଉଁଶ ପାଇଁ [୧୦]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୧]
  • ବିଷୁବ ପୁରସ୍କାର, ୧୯୯୨[୧୨]

ଶେଷଜୀବନ[ସମ୍ପାଦନା]

କିଶୋରୀ ଚରଣ ୨୦୦୪ ଅଗଷ୍ଟ ୧୭ତାରିଖରେ ମୃତ୍ୟୁବରଣ କରିଥିଲେ । ଶେଷଜୀବନ ସେ ନିଜ ଜନ୍ମସ୍ଥାନ ଖଟବିନ ସାହିରେ ହିଁ ବିତେଇଥିଲେ । ତାଙ୍କ ସ୍ମୃତିରେ କିଶୋରୀ ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ "କିଶୋରୀ ଚରଣ ଦାସ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଏ ।[୧୩]

ଆଧାର[ସମ୍ପାଦନା]

  1. "Kishori Charan Das". odisha360.com. Retrieved 23 February 2017.
  2. "Kishori Charan Das". communityodia.com. Retrieved 23 February 2017. {{cite web}}: |first= missing |last= (help)
  3. http://www.loc.gov/acq/ovop/delhi/salrp/kishoricharandas.html
  4. "ଆଜି ଜନ୍ମଦିନ". ସମ୍ବାଦ ୦୧/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Retrieved 1 March 2017.
  5. http://odisha.gov.in/literature/stories.htm
  6. http://www.orissadiary.com/personality/writer/KISHORICHARAN%20DAS%20.asp
  7. "AKADEMI AWARDS (1955-2016) Odia". Sahitya Akademi. Retrieved 23 February 2017.
  8. http://odisha.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf
  9. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 February 2017.
  10. ଶାରଳା ପୁରସ୍କାର ବିଜେତାଙ୍କ ତାଲିକା
  11. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)
  12. http://www.odisha360.com/odia-personalities/kishori-charan-das/
  13. http://www.telegraphindia.com/1130303/jsp/odisha/story_16625096.jsp#.VdG5ALUwDSg

ଅଧିକ ତଥ୍ୟ[ସମ୍ପାଦନା]