ରାଜକିଶୋର ପଟ୍ଟନାୟକ
ରାଜକିଶୋର ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଲିକତା | ୮ ଅପ୍ରେଲ ୧୯୧୭
ମୃତ୍ୟୁ | ୧ ମାର୍ଚ୍ଚ ୧୯୯୭ | (ବୟସ ୭୯)
ବୃତ୍ତି | ଓକିଲାତି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ବିଷୟ | ନାଟକ, ଗପ, ଏକାଙ୍କିକା |
ପୁରସ୍କାର | ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର |
ଜୀବନସାଥୀ | ଶୈଳବାଳା ପଟ୍ଟନାୟକ |
ସନ୍ତାନ | ଅଶୋକ କୁମାର ପଟ୍ଟନାୟକ[୧] |
ପିତାମାତା | ଶ୍ରୀବତ୍ସ ପଟ୍ଟନାୟକ, ସୁନ୍ଦରମଣୀ ଦେବୀ |
ରାଜକିଶୋର ପଟ୍ଟନାୟକ ( ୮ ଅପ୍ରେଲ ୧୯୧୭ - ୦୧ ମାର୍ଚ୍ଚ ୧୯୯୭ ) [୨] ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ ଥିଲେ । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।
ଜୀବନ କାଳ
[ସମ୍ପାଦନା]ରାଜକିଶୋର ୧୯୧୭ ମସିହାରେ କଲିକତାର 'ଗ୍ରେ ଷ୍ଟ୍ରିଟ'ରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଶ୍ରୀବତ୍ସ ପଟ୍ଟନାୟକ ଥିଲେ ଜଣେ ସରକାରୀ କର୍ମଚାରୀ । ମାତାଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ତାଙ୍କ ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ରସୁଲୁକୁଣ୍ଡା । ସେ ଜଣେ ମେଧାବୀ ଛାତ୍ର ଓ ଉତ୍ତମ ଖେଳାଳି ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ କରି ଆଇନ ପଢ଼ିଥିଲେ । ସାଇକେଲ ରେସିଂରେ ସେ ଚମ୍ପିୟାନ ହୋଇଥିଲେ ଓ ତାଙ୍କର ଏକ ରେକର୍ଡ଼ ୪୦ବର୍ଷ ଧରି ବଳବତ୍ତର ରହିଥିଲା । ୧୯୪୦ ମସିହାରୁ କଟକରେ ସେ ଓକିଲାତି କରୁଥିଲେ । କିଛିଦିନ ଆଇନ ପାଠର ଅଧ୍ୟାପନା ମଧ୍ୟ କରିଥିଲେ । ସାହିତ୍ୟ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପରେ ସେ ପ୍ରବଳ ବିରୋଧୀ ଥିଲେ । ସରକାରୀ ପରିଚାଳନାରେ ଓଡ଼ିଶା ସାହିତ୍ୟ ଏକାଡେମୀ' ଗଠନର ସେ ତୀବ୍ର ବିରୋଧ କରିଥିଲେ । ସେ ବୟାଳିଶ ବୟସରେ ବିବାହ କରିଥିଲେ । ପତ୍ନୀ ଶୈଳବାଳା ମଧ୍ୟ ଜଣେ ଓକିଲ ଥିଲେ । ସ୍ୱଚ୍ଛଳ ପରିବାରରେ ଜନ୍ମ ହୋଇଥିବା ସତ୍ତ୍ୱେ ତାଙ୍କ ଜୀବନ ଅଭାବ ଅନାଟନରେ ବିତିଥିଲା ।
ସାହିତ୍ୟ ସର୍ଜନା
[ସମ୍ପାଦନା]୧୯୩୪ ମସିହା ମାର୍ଚ୍ଚମାସରୁ ରାଜକିଶୋରଙ୍କର ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା । ସେ ସମୟରେ ସେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ । କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ୧୯୩୭ ମସିହାରେ ରେଭେନ୍ସାରେ ପଢୁଥିବା ସମୟରେ ସେ ନବଭାରତ ପତ୍ରିକାରେ ଧାରାବାହିକ ଭାବରେ 'ମୋ ଚିଠି ଫାଇଲ' ଶୀର୍ଷକରେ ଲେଖାଲେଖି ଆରମ୍ଭ କରିଥିଲେ । ସେ ଲେଖା ସବୁ ପରବର୍ତ୍ତୀ ସମୟରେ 'ପଞ୍ଜୁରୀ ପକ୍ଷୀ' ନାମରେ ପ୍ରକାଶ ପାଇଥିଲା ।[୩]
ରଚନାବଳୀ
[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
|
ଗଳ୍ପ[ସମ୍ପାଦନା]
|
ପତ୍ରିକା ସମ୍ପାଦନା[ସମ୍ପାଦନା]
|
ମାନ ସମ୍ମାନ
[ସମ୍ପାଦନା]- ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୧୯୯୬[୫]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୬]
- ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ "CAT-Members-Cuttack Bench- Shri Ashok Kumar Patnaik". cgat.gov.in. 2011. Retrieved 26 January 2013.
Father's Name : Late Raj Kishore Patnaik, Advocate & Novelist (Sahitya Academy Award winner)
- ↑ "Orissa Government Portal". odisha.gov.in. Retrieved 26 January 2013.
Rajkishore Patnaik (1916 -97)
- ↑ ରାଜକିଶୋର ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ. ନେସନାଲ ବୁକ ଟ୍ରଷ୍ଟ. ୦୮/୦୪/୨୦୨୦. pp. ୨୩୮. ISBN 9788123749891.
{{cite book}}
: Check date values in:|date=
(help) - ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୧/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Archived from the original on 8 March 2017. Retrieved 1 March 2017.
- ↑ http://orissa.gov.in/e-magazine/orissaannualreference/ORA-2011/pdf/100.pdf
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)