ସୁରେନ୍ଦ୍ର ମହାନ୍ତି
ସୁରେନ୍ଦ୍ର ମହାନ୍ତି | |
---|---|
![]() | |
ରାଜ୍ୟ ସଭା ସଭ୍ୟ | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୭୮ – ୨ ଅପ୍ରେଲ ୧୯୮୪ | |
ପଞ୍ଚମ ଲୋକ ସଭା ସଭ୍ୟ | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ରନାଥ ଦ୍ୱିବେଦୀ |
ପର ଅଧିକାରୀ | ବିଜୁ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ଦ୍ୱିତୀୟ ଲୋକ ସଭା ସଭ୍ୟ | |
କାର୍ଯ୍ୟକାଳ ୧୯୫୭ – ୧୯୬୨ | |
ପର ଅଧିକାରୀ | ବୈଷ୍ଣବ ଚରଣ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ |
ରାଜ୍ୟ ସଭା ସଭ୍ୟ | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୫୨ – ୨୩ ମାର୍ଚ୍ଚ ୧୯୫୭ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସୁରେନ୍ଦ୍ର ମହାନ୍ତି ୨୧ ମଇ ୧୯୨୨ ପୁରୁଷୋତ୍ତମପୁର, କଟକ ଜିଲ୍ଲା |
ମୃତ୍ୟୁ | ୨୧ ଡିସେମ୍ବର ୧୯୯୦ | (ବୟସ ୬୯)
ରାଜନୀତିକ ଦଳ | ପ୍ରଜା ସୋସାଲିଷ୍ଟ ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ, କଂଗ୍ରେସ |
ଜୀବନ ସାଥୀ | ରେଣୁକା ମହାନ୍ତି |
ଶିକ୍ଷାନୁଷ୍ଠାନ | ସାଲେପୁର ହାଇସ୍କୁଲ |
ପୁରସ୍କାର | ପଦ୍ମଶ୍ରୀ, ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ୱେବସାଇଟ | Official Website |
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨[୧] - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।[୨]
ସାହିତ୍ୟ ସର୍ଜନା ଓ ସାମ୍ବାଦିକତା[ସମ୍ପାଦନା]
ସାଲେପୁର ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢ଼ିଲା ବେଳରୁ, ସୁରେନ୍ଦ୍ରଙ୍କର ସାହିତ୍ୟ ଚାଷ ଆରମ୍ଭ ହୋଇଥିଲା । ପ୍ରଥମ ଗପ 'ବନ୍ଦୀ' ପ୍ରକାଶ ପାଇଥିଲା 'ଉତ୍କଳ ସାହିତ୍ୟ' ପତ୍ରିକାରେ । ଦ୍ୱିତୀୟ ଗପ 'ମଣିଷ ଓ ଅର୍ଥନୀତି' ପ୍ରକାଶ ପାଇଥିଲା ସଚ୍ଚିଦାନନ୍ଦ ରାଉତରାୟଙ୍କଦ୍ୱାରା ସମ୍ପାଦିତ ପତ୍ରିକା 'ଆରତି'ରେ । କାଳୀଚରଣ ପଟ୍ଟନାୟକଙ୍କ 'ଅତିବଡ଼ୀ ଜଗନ୍ନାଥ ଦାସ' ନାଟକ ଦେଖି, ସେ ଏକ ସମାଲୋଚନାମୂଳକ ପ୍ରବନ୍ଧ ପଠେଇଥିଲେ କେ.ଏନ୍. ଆଚାରୀଙ୍କଦ୍ୱାରା ସମ୍ପାଦିତ 'ନିୟୁ ଓଡ଼ିଶା' ସମ୍ବାଦପତ୍ରକୁ । ଏହି ଲେଖାଟି ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଓ ସୁରେନ୍ଦ୍ରଙ୍କ ସାମ୍ବାଦିକ ଜୀବନ ଏହିଠାରୁ ଆରମ୍ଭ ହୋଇଥିଲା । 'ନିୟୁ ଓଡ଼ିଶା'ର ପ୍ରୁଫ ରିଡ଼ର ଭାବରେ ସେ ସାମ୍ବାଦିକ ଜୀବନ ଆରମ୍ଭ କରି, ପରବର୍ତ୍ତୀ ସମୟରେ ବହୁ ପତ୍ରିକାର ସମ୍ପାଦନା କରିଥିଲେ ।
ଉପନ୍ୟାସ[ସମ୍ପାଦନା]
- ସହସ୍ର ଶଯ୍ୟାର ନାୟିକା (୧୯୫୨)
- ହଂସଗୀତି (୧୯୭୫)
ଅନ୍ଧ ଦିଗନ୍ତ (୧୯୬୪)
- ନୀଳଶୈଳ(୧୯୬୯)
- ନୀଳାଦ୍ରି ବିଜୟ(୧୯୮୦)
- ଶତାବ୍ଦୀର ସୂର୍ଯ୍ୟ(୧୯୭୦)
- କାଳାନ୍ତର(୧୯୭୨)
- ନେତି ନେତି(୧୯୮୨)
- ଅଚଳାତନ
- ମାଂସର ପ୍ରଳାପ କୋଣାର୍କ
- ଦୁଇ ସୀମାନ୍ତ
- ଶେଷ କବିତା
- ବଧୁ ଓ ପ୍ରିୟ(୧୯୪୮)
- କଲେଜବୟ(୧୯୪୭)
ଗପ[ସମ୍ପାଦନା]
- କୃଷ୍ଣଚୂଡ଼ା
- ମହାନଗରୀର ରାତ୍ରି
- ରୁଟି ଓ ଚନ୍ଦ୍ର
- ସବୁଜପତ୍ର ଓ ଧୂସର ଗୋଲାପ
- କବି ଓ ନର୍ତ୍ତକୀ
- ମରାଳର ମୃତ୍ୟୁ
- ଶେଷ କବିତା
- ମହା ନିର୍ବାଣ
- ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ
- ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ
ସମାଲୋଚନା[ସମ୍ପାଦନା]
- ଓଡ଼ିଆ ସାହିତ୍ୟର ଆଦିପର୍ବ
- ଓଡ଼ିଆ ସାହିତ୍ୟର ମଧ୍ୟପର୍ବ
- ଓଡ଼ିଆ ସାହିତ୍ୟର କ୍ରମବିକାଶ
ଆତ୍ମଚରିତ[ସମ୍ପାଦନା]
- ପଥ ଓ ପୃଥିବୀ (ସୁରେନ୍ଦ୍ରଙ୍କ ଭାଷାରେ 'ସାହିତ୍ୟ ଓ ରାଜନୀତି' ତାଙ୍କ ପୃଥିବୀ ଏବଂ 'ସାମ୍ବାଦିକତା' ତାଙ୍କ ପଥ)
ସମ୍ପାଦନା[ସମ୍ପାଦନା]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଶାରଳା ପୁରସ୍କାର, ୧୯୮୦ (କୁଳବୃଦ୍ଧ ନିମନ୍ତେ)[୪] (୧୯୮୦)
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର[୫] (ନୀଳଶୈଳ, ୧୯୬୯)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
- ୧୯୮୭ (ପଥ ଓ ପୃଥିବୀ ନିମନ୍ତେ)
- ୧୯୫୯, ସବୁଜ ପତ୍ର ଓ ଧୂସର ଗୋଲାପ[୬]
ଆଧାର[ସମ୍ପାଦନା]
- ↑ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha Secretariat. Retrieved 20 June 2015.
- ↑ "SURENDRA MOHANTY". Archived from the original on 28 April 2016. Retrieved 30 April 2016.
- ↑ "'ସମ୍ବାଦ'ର ପ୍ରଥମ ସମ୍ପାଦକ". ସମ୍ବାଦ ୨୧/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 21 December 2015.[permanent dead link]
- ↑ "ଶାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-02.
- ↑ "ଆର୍କାଇଭ୍ କପି". Archived from the original on 2014-04-23. Retrieved 2012-08-18.
{{cite web}}
: Cite has empty unknown parameter:|1=
(help) - ↑ "Odisha Sahitya Akademi". Retrieved 30 April 2016.