ନିତ୍ୟାନନ୍ଦ ଶତପଥୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନିତ୍ୟାନନ୍ଦ ଶତପଥୀ
ଜନ୍ମ ୨୫ ଅକ୍ଟୋବର ୧୯୩୭ (1937-10-25) (୮୦ ବର୍ଷ)
ଗରେଇ ଶାସନ, ତିର୍ତ୍ତୋଲ, ଜଗତସିଂହପୁର[୧]
ଭାଷା ଓଡ଼ିଆ
ଜାତୀୟତା  ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା  ଭାରତୀୟ
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ଵବିଦ୍ୟାଳୟ
ଶୈଳୀ ସମାଲୋଚନା ସାହିତ୍ୟ
ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥି ପ୍ରତିଭା ଶତପଥୀ
ସନ୍ତାନ ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା
ଜ୍ଞାତି କୁଟୁମ୍ବ ବିଦ୍ୟାଧର ଶତପଥୀ (ବାପା)
ଦୁର୍ଗାବତୀ ଦେବୀ(ମାଆ)

ନିତ୍ୟାନନ୍ଦ ଶତପଥୀ, ଜଣେ ଓଡ଼ିଆ ସମଲୋଚକ ।[୨] ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ ତଥା ଭ୍ରମଣ କାହାଣୀ ଆଦି ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ତାଙ୍କର ପ୍ରବେଶ ରହିଛି ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ନିତ୍ୟାନନ୍ଦ, ୧୯୩୭ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗରେଇ ଶାସନଠାରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ୧୯୬୦ ଓ ୧୯୬୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୬ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ ।

ପରିବାର[ସମ୍ପାଦନା]

ନିତ୍ୟାନନ୍ଦଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ଶତପଥୀ ଓ ମାତାଙ୍କ ନାମ ଦୁର୍ଗାବତୀ ଦେବୀ । କବି ପ୍ରତିଭା ଶତପଥୀ ତାଙ୍କ ଧର୍ମପତ୍ନୀ । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଆବୋରୀ ଥିଲେ ନିତ୍ୟାନନ୍ଦ । ୧୯୬୨ରୁ ୧୯୬୯ ଯାଏଁ ରେଭେନ୍ସା ମହାବିଦ୍ୟାଳୟରେ ଓ ୧୯୭୬ରୁ ୧୯୯୨ ଯାଏଁ ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ ଓ ସତ୍ୟବାଦୀ ଚେୟାରର ପ୍ରଫେସର ଥାଇ ୧୯୯୭ ମସିହାରେ ସେବା ନିବୃତ ହୋଇଥିଲେ ।

ସାହିତ୍ୟିକ ଜୀବନ[ସମ୍ପାଦନା]

୧୯୬୫ମସିହା ବେଳକୁ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ । ସେହି ସମୟରେ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ, ଗୋପବନ୍ଧୁଙ୍କ ଜନ୍ମଦିବସରେ ସେ ସାକ୍ଷୀଗୋପାଳକୁ ଏକ ସଭାକାର୍ଯ୍ୟରେ ଯୋଗଦେବାକୁ ଯାଇଥାନ୍ତି । ସେଠାରେ ଭାଷଣ ଦେବା ଅବସରରେ ଜଣେ ଶ୍ରୋତା ଅଭିଯୋଗ କଲେ ଯେ, ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯାଇନାହିଁ । ସେହି ସଭାରେ ନିତ୍ୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୩ ବର୍ଷ ମଧ୍ୟରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖି ପ୍ରକାଶ କରାଇବେ । ସେଠାରୁ ଆରମ୍ଭ ହୋଇଥିଲା ନିତ୍ୟାନନ୍ଦଙ୍କର ପ୍ରଥମ ପୁସ୍ତକ ଲିଖନ । ଚାରି ବର୍ଷ ଧରି ଲେଖା ହୋଇଥିବା, ହେ ସାଥୀ ! ହେ ସାରଥୀ ନାମରେ ଏହି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ୧୯୬୯ ମସିହାରେ ପ୍ରକାଶ ପାଇଥିଲା ।[୪] ଏହା ପୂର୍ବରୁ ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବରେ "ଆମ କବିତା" ନାମକ ଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । ତା ପରଠାରୁ ନିତ୍ୟାନନ୍ଦ ନିରବିଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ ନିମଗ୍ନ ଅଛନ୍ତି ।[୫] ତାଙ୍କ ଛାତ୍ରଛାତ୍ରୀମାନେ ଆଧୁନିକ କବିତା ଉପରେ କୌଣସି ସମାଲୋଚନା ମୂଳକ ପୁସ୍ତକ ପାଇ ପାରୁନଥିଲେ । ସେହି ଅଭାବ ଦୂର କରିବାକୁ, ସେ ସମାଲୋଚନା ଲେଖିବା ଆରମ୍ଭ କରିଥିଲେ ।[୬]

ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହିଆସିଛନ୍ତି । ସେ ମଧ୍ୟରୁ ପୂଜ୍ୟପୂଜା ସଂସଦ, ଶାରଳା ପୁରସ୍କାର, ସାମ୍ପ୍ରତିକ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନ୍ୟତମ । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା ।

ରଚନାବଳୀ[ସମ୍ପାଦନା]

  • ଆମ କବିତା
  • କବିତାର ସେତୁ
  • ହେ ସାଥୀ ! ହେ ସାରଥୀ - ୧୯୬୯
  • ସବୁଜର ସାମ୍ପ୍ରତିକ - ୧୯୭୬[୭]
  • ସରଳରୁ ସମ୍ପ୍ରତି - ୧୯୯୬
  • ସତୁରୀରୁ ସହସାର୍ବ୍ଦୀ
  • କାବ୍ୟ ଦୃଷ୍ଟି : କାବ୍ୟ ବିଚାର
  • ସତ୍ୟବାଦୀ ଯୁଗ - ସ୍ରଷ୍ଟା ଓ ସୃଷ୍ଟି
  • ଆଧୁନିକ ଓଡ଼ିଆ ସାହିତ୍ୟ[୮]
  • ପ୍ରମୂଖ କବି କତିପୟ - ୧୯୮୬
  • ଗଳ୍ପ ଓ ଗାଳ୍ପିକ - ୧୯୮୬
  • କାବ୍ୟ ପ୍ରକରଣ - ୧୯୯୪
  • ଇସ୍ତାହାର(ପତ୍ରିକା ସମ୍ପାଦନା) - ୧୯୭୯ ମସିହାରୁ[୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨("ସତ୍ୟବାଦୀ ଯୁଗ - ସ୍ରଷ୍ଟା ଓ ସୃଷ୍ଟି ପାଇଁ" ମନୋନୀତ ହୋଇଥିଲେ ମଧ୍ୟ ସେ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ)[୧୦]

ଆଧାର[ସମ୍ପାଦନା]

  1. The Calcutta review. ୧୯୫୭. 
  2. http://odisha.gov.in/literature/other.htm
  3. Orissa (India). Orissa District Gazetteers: Cuttack. Superintendent, Orissa Government Press. 
  4. Bengal, Past & Present: Journal of the Calcutta Historical Society. The Society. ୧୯୭୯. 
  5. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୪-୨୭ ପୃଷ୍ଠା ୨. http://www.dharitri.com/sahityayan/141115/p2.htm. Retrieved 18 November 2015. 
  6. "ସୃଜନ-ଆଳାପ". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୫-୨୮, ୨୦୧୬ ପୃଷ୍ଠା ୭. http://www.dharitri.com/sahityayan/151016/p7.htm. Retrieved 17 October 2016. 
  7. Amaresh Datta (୧୯୮୮). Encyclopaedia of Indian Literature. Sahitya Akademi. pp. ୧୫୯୨–. ISBN ୯୭୮-୮୧-୨୬୦-୧୧୯୪-୦. 
  8. Biswamoy Pati (୧ January ୨୦୦୧). Situating Social History: Orissa, ୧୮୦୦-୧୯୯୭. Orient Blackswan. pp. ୮୬–. ISBN ୯୭୮-୮୧-୨୫୦-୨୦୦୭-୩. 
  9. http://prabook.org/web/person-view.html?profileId=652280
  10. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf