Jump to content

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ସ୍ଥାପିତ୧୯୪୪
ପ୍ରକାରସ୍ୱୟଂଶାସିତ
ଅଧ୍ୟକ୍ଷମିହିର ପ୍ରସାଦ ମିଶ୍ର
ଅବସ୍ଥାନପୁରୀ, ଓଡ଼ିଶା, ଭାରତ
ୱେବସାଇଟମୁଖ୍ୟ ୱେବସାଇଟ

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ପୁରୀରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ।[] ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୪ କିଲୋମିଟର ଦୂରରେ ଅବସ୍ଥିତ । ଏହି ମହାବିଦ୍ୟାଳୟ ପୁରୀ ରେଳ ଷ୍ଟେସନଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ । ସାମନ୍ତ ଚନ୍ଦ୍ରଶେଖରଙ୍କର ସ୍ମୃତି ସ୍ୱରୂପ, ତାଙ୍କର ଏକ ମୂର୍ତ୍ତି ମହାବିଦ୍ୟାଳୟ ମଧ୍ୟରେ ସ୍ଥାପନ କରାଯାଇଛି ।

ଇତିହାସ

[ସମ୍ପାଦନା]

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏହା ୧୯୪୪ ମସିହାରେ ପୁରୀ ସହରରେ ପ୍ରତିଷ୍ଠା ହୋଇଥିଲା । ସର୍ବପ୍ରଥମେ ଏହି ମହାବିଦ୍ୟାଳୟ ପୁରୀ ଜିଲ୍ଲା ସ୍କୁଲରେ କାର୍ଯ୍ୟ କରୁଥିଲା । ପ୍ରତିଷ୍ଠାର ଅଳ୍ପ ବର୍ଷ ମଧ୍ୟରେ ଏହା ରାଜ୍ୟର ଗୋଟିଏ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଥିଲା । ଏହି ସଫଳତାର ପ୍ରଭାବରେ ବ୍ରିଟିଶ ଶାସନ କାଳରେ ଏହି ମହାବିଦ୍ୟାଳୟ ନିଜସ୍ୱ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା, ଯାହାକି ପୁରୁଣା ସଦର ଥାନା ନିକଟରେ ରହିଥିଲା । ପରେ ଓଡ଼ିଶା ସରକାର ଏହାକୁ ଜ୍ୟୋତିଷ ବିଜ୍ଞାନୀ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ (୧୮୩୫-୧୯୩୪) ନାମାନୁସାରେ 'ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ' କରିଥିଲେ । ପରେ ପରେ ଏହା ଦୁଇ ଭାଗରେ ଅର୍ଥାତ ଗୋଟିଏ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ଓ ଅନ୍ୟଟି କନିଷ୍ଠ ମହାବିଦ୍ୟାଳୟ ନାମରେ ନାମିତ ହୋଇଥିଲା ।

ପ୍ରଥମେ ଏହି ମହାବିଦ୍ୟାଳୟ ଏକ ମଧ୍ୟବର୍ତ୍ତୀ ମହାବିଦ୍ୟାଳୟ ରୂପେ କାର୍ଯ୍ୟକାରୀ ହୋଇଥିଲା । ସେତେବେଳେ ଏଠାରେ ଇଚ୍ଛାଧୀନ ବିଷୟ ରୂପେ ଅର୍ଥନୀତି, ଇତିହାସ, ଗଣିତ, ତର୍କଶାସ୍ତ୍ରସଂସ୍କୃତ ସହିତ ବାଧ୍ୟତାମୂଳକ ଆଧୁନିକ ଭାରତୀୟ ଭାଷା ରୂପେ ଇଂରାଜୀଓଡ଼ିଆ ଆଦି ବିଷୟ ପାଠ୍ୟଖସଡ଼ାରେ ରଖାଯାଇଥିଲା । ୧୯୫୦ ମସିହାରେ ସ୍ନାତକ ପାଠ୍ୟକ୍ରମ ସହ ପ୍ରଥମ ଶ୍ରେଣୀ ମହାବିଦ୍ୟାଳୟ ସ୍ୱରୂପ ରାଜ୍ୟରେ ପରିଗଣିତ ହୋଇଥିଲା । ସେତେବେଳେ ଏଠାରେ ଇତିହାସ, ଦର୍ଶନ ଶାସ୍ତ୍ର, ଇଂରାଜୀ, ଅର୍ଥନୀତି ଓ ଗଣିତ ଆଦି ବିଷୟକୁ ସମ୍ମାନ ପାଠ୍ୟକ୍ରମ ରୂପେ ନେଇ ପ୍ରତିଷ୍ଠା ହୋଇଥିଲା ସେହିପରି ୧୯୫୬ ମସିହାରେ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥି ସହିତ ପଦାର୍ଥ ବିଜ୍ଞାନ , ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ସମ୍ମାନ ପାଠ୍ୟକ୍ରମ ମଧ୍ୟ ସାମିଲ ହୋଇଥିଲା। ପରେ ପରେ ୧୯୬୪ ମସିହାରେ ଜୀବ ବିଜ୍ଞାନ ଓ ୧୯୬୮ ମସିହାରେ ପ୍ରାଣୀ ବିଜ୍ଞାନ ପାଠ୍ୟକ୍ରମର ଅଧ୍ୟୟନ ଆରମ୍ଭ ହୋଇଥିଲା ।

ନିୟମିତ ପାଠ୍ୟକ୍ରମ

[ସମ୍ପାଦନା]

ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ [କଳା, ବାଣିଜ୍ୟ ଓ ବିଜ୍ଞାନ]

[ସମ୍ପାଦନା]

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୧୦-୧୧ ଶିକ୍ଷା ଅଧିବେଶନରେ ଯୁକ୍ତ ୩ ସ୍ତରରେ ୫୩ଟି ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା ଏବଂ ଓଡ଼ିଶାରେ ସମସ୍ତ ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ୨୦୧୪-୧୫ ଶିକ୍ଷା ଅଧିବେଶନରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି SAMS ଅଧିନରେ ଆରମ୍ଭ ହୋଇଥିଲା । ଯେଉଁ ଦିନ ଯୁକ୍ତ୨ର ଫଳାଫଳ ପ୍ରକାଶ ପାଇଥାଏ, ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥାଏ ।

ମହାବିଦ୍ୟାଳୟଦ୍ୱାରା ପ୍ରଦତ ପାଠ୍ୟକ୍ରମ

[ସମ୍ପାଦନା]

କଳା ପାଇଁ ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ(୫୧୨ ଆସନ)

[ସମ୍ପାଦନା]

ବାଧ୍ୟତାମୂଳକ ପାଠ୍ୟକ୍ରମ

[ସମ୍ପାଦନା]
କ୍ରମାଙ୍କ ସଂଖ୍ୟାବିଷୟଆସନ ସଂଖ୍ୟା
ଇଂରାଜୀ୫୧୨
ଓଡ଼ିଆ୫୧୨
ପରିବେଶ ବିଜ୍ଞାନ୫୧୨
ଭାରତୀୟ ସମାଜ ଓ ସଂକୃତି୫୧୨
ଇ.ଏସ୍ ଓ ସିଏ (ସ୍ୱ-ଆର୍ଥିକ)୫୧୨

ନିର୍ବାଚିତ ପାଠ୍ୟକ୍ରମ

[ସମ୍ପାଦନା]
କ୍ରମିକ ସଂଖ୍ୟାବିଷୟଆସନ ସଂଖ୍ୟା
ଅର୍ଥ ଶାସ୍ତ୍ର୧୨୮
ଶିକ୍ଷା୩୨
ଭୂଗୋଳ୩୨
ଇତିହାସ୧୨୮
ଗଣିତ୩୨
ଓଡ଼ିଆ୧୨୮
ଦର୍ଶନ ଶାସ୍ତ୍ର୧୨୮
ଭାରତୀୟ ରାଜନୀତି୧୨୮
ମନୋବିଜ୍ଞାନ୩୨
୧୦ସଂସ୍କୃତ୧୨୮
୧୧ସମାଜ ଶାସ୍ତ୍ର୧୬

ସମ୍ମାନ ପାଠ୍ୟକ୍ରମ

[ସମ୍ପାଦନା]
କ୍ରମିକ ସଂଖ୍ୟାବିଷୟଆସନ ସଂଖ୍ୟା
ଭାରତୀୟ ଅର୍ଥ ଶାସ୍ତ୍ର୧୧୨
ଶିକ୍ଷା୪୮
ଭାରତୀୟ ଭୂଗୋଳ୧୬
ଭାରତୀୟ ଇତିହାସ୬୪
ଗଣିତ୩୨
ଓଡ଼ିଆ୪୮
ଦର୍ଶନ ଶାସ୍ତ୍ର୩୨
ଭାରତୀୟ ରାଜନୀତି୯୬
ମନୋବିଞ୍କାନ୩୨
୧୦ସଂସ୍କୃତ୧୬
୧୧ସମାଜ ଶାସ୍ତ୍ର୧୬
୧୨ଇଂରାଜୀ୩୨
  1. "ଆର୍କାଇଭ୍ କପି". Archived from the original on 2016-05-04. Retrieved 2016-05-25. {{cite web}}: Cite has empty unknown parameter: |1= (help)