ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ, ଯାହାକି ପୁରୁଷୋତ୍ତମ କ୍ଷେତ୍ର ବା ଶ୍ରୀ ଜଗନ୍ନାଥ ଧାମ ନାମରେ ପ୍ରସିଦ୍ଧି ଲାଭ କରିଛି। ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୪ କିଲୋମିଟର ଦୂରରେ ଅବସ୍ଥିତ। ଏହି ମହାବିଦ୍ୟାଳୟ ମଧ୍ୟ ପୁରୀ ରେଳ ଷ୍ଟେସନଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ, ଯାହାକି ଭାରତୀୟ ରେଳର ପୂର୍ବତଟ ବିଭାଗ ଅଧିନରେ ରହିଛି।
ଇତିହାସ[ସମ୍ପାଦନା]
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ , ଯାହାକି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ସର୍ବଦା ଉତ୍ସର୍ଗୀକୃତ । ଏହା ପୁରୀ ସହରରେ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ସର୍ବପ୍ରଥମେ ଏହି ମହାବିଦ୍ୟାଳୟ ପୁରୀ ଜିଲ୍ଲା ସ୍କୁଲ୍ର କୋଠାଘର ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲା। ପରେ ଏହି ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଉଦ୍ୟମଦ୍ୱାରା ମାତ୍ର ୫ ବର୍ଷ ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟର ଗୋଟିଏ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଥିଲା। ଖୁବ୍ କମ୍ ସମୟ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ସଫଳତା ଏହି ମହାବିଦ୍ୟାଳୟର ପ୍ରତିଷ୍ଠାକୁ ସଫଳ କରାଇପାରିଥିଲା। ଯାହା ଫଳରେ ଦିନକୁ ଦିନ ଏହି ମହାବିଦ୍ୟାଳୟର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଲା। ଏହି ସଫଳତାର ପ୍ରଭାବରେ ବ୍ରିଟିଶ୍ ଶାସନ କାଳରେ ଏହି ମହାବିଦ୍ୟାଳୟ ନିଜସ୍ୱ ବ୍ୟବହାର ପାଇଁ ନିର୍ମିତ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା, ଯାହାକି ପୁରୁଣା ସଦର ଥାନା ନିକଟରେ ରହିଥିଲା। ପରେ ଓଡ଼ିଶା ସରକାର ଏହାକୁ ଜ୍ୟୋତିଷ ବିଜ୍ଞାନୀ ମହାମୋହାପାଧ୍ୟାୟ ଚନ୍ଦ୍ରଶେଖର ସିଂ ସାମନ୍ତ (୧୮୩୫-୧୯୩୪) ନାମାନୁସାରେ ଏହି ମହାବିଦ୍ୟାଳୟର ନାମ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ନାମରେ ନାମିତ କରିଥିଲେ । ପରେ ପରେ ଏହା ଦୁଇ ଭାଗରେ ଅର୍ଥାତ୍ ଗୋଟିଏ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ଓ ଅନ୍ୟଟି କନିଷ୍ଠ ମହାବିଦ୍ୟାଳୟ ନାମରେ ନାମିତ ହୋଇଥିଲା।
ସାମନ୍ତ ଚନ୍ଦ୍ରଶେଖର, ଯିଏକି ଯୁବ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ସ୍ୱରୂପ ପ୍ରତିପାଦିତ ହୋଇଥିଲେ, ତାଙ୍କର ସ୍ମୃତି ସ୍ୱରୂପ ମହାବିଦ୍ୟାଳୟ ମଧ୍ୟରେ ଏକ ମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାକି ଆଜି ମଧ୍ୟ ରହିଛି ଏବଂ ଏହା ମଧ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ।
ନିକଟରେ ହୋଇଥିବା ଆଲୁମନିର ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ଏହି ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ରଛାତ୍ରୀ ଦେଶ ତଥା ବିଦେଶରେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ପ୍ରଥମେ ଏହି ମହାବିଦ୍ୟାଳୟ ଏକ ମଧ୍ୟବର୍ତ୍ତୀ ମହାବିଦ୍ୟାଳୟ ରୂପେ କାର୍ଯ୍ୟକାରୀ ହୋଇଥିଲା । ସେତେବେଳେ ଏଠାରେ ଇଚ୍ଛାଧୀନ ବିଷୟ ରୂପେ ଅର୍ଥନୀତି, ଇତିହାସ, ଗଣିତ, ତର୍କଶାସ୍ତ୍ର ଓ ସଂସ୍କୃତ ସହିତ ବାଧ୍ୟତାମୂଳକ ଆଧୁନିକ ଭାରତୀୟ ଭାଷା ରୂପେ ଇଂରାଜୀ ଓ ଓଡ଼ିଆ ଆଦି ବିଷୟ ପାଠ୍ୟଖସଡ଼ାରେ ରଖାଯାଇଥିଲା । ୧୯୫୦ ମସିହାରେ ସ୍ନାତକ ପାଠ୍ୟକ୍ରମ ସହ ପ୍ରଥମ ଶ୍ରେଣୀ ମହାବିଦ୍ୟାଳୟ ସ୍ୱରୂପ ରାଜ୍ୟରେ ପରିଗଣିତ ହୋଇଥିଲା । ଏବଂ ସେତେବେଳେ ଏଠାରେ ଇତିହାସ , ଦର୍ଶନ ଶାସ୍ତ୍ର, ଇଂରାଜୀ, ଅର୍ଥନୀତି ଓ ଗଣିତ ଆଦି ବିଷୟକୁ ସମ୍ମାନ ପାଠ୍ୟକ୍ରମ ରୂପେ ନେଇ ପ୍ରତିଷ୍ଠା ହୋଇଥିଲା। ସେହିପରି ୧୯୫୬ ମସିହାରେ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥି ସହିତ ପଦାର୍ଥ ବିଜ୍ଞାନ , ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ସମ୍ମାନ ପାଠ୍ୟକ୍ରମ ମଧ୍ୟ ସାମିଲ ହୋଇଥିଲା। ପରେ ପରେ ୧୯୬୪ ମସିହାରେ ଜୀବ ବିଜ୍ଞାନ ଓ ୧୯୬୮ ମସିହାରେ ପ୍ରାଣୀ ବିଜ୍ଞାନ ପାଠ୍ୟକ୍ରମର ଅଧ୍ୟୟନ ଆରମ୍ଭ ହୋଇଥିଲା।
ନିୟମିତ ପାଠ୍ୟକ୍ରମ[ସମ୍ପାଦନା]
ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ [କଳା, ବାଣିଜ୍ୟ ଓ ବିଜ୍ଞାନ][ସମ୍ପାଦନା]
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୧୦-୧୧ ଶିକ୍ଷା ଅଧିବେଶନରେ ଯୁକ୍ତ ୩ ସ୍ତରରେ ୫୩ଟି ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା ଏବଂ ଓଡ଼ିଶାରେ ସମସ୍ତ ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ୨୦୧୪-୧୫ ଶିକ୍ଷା ଅଧିବେଶନରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି SAMS ଅଧିନରେ ଆରମ୍ଭ ହୋଇଥିଲା। ଯେଉଁ ଦିନ ଯୁକ୍ତ୨ର ଫଳାଫଳ ପ୍ରକାଶ ପାଇଥାଏ, ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥାଏ।
ଅଧିସ୍ନାତକ(ନିୟମିତ) ପାଠ୍ୟକ୍ରମ[ସମ୍ପାଦନା]
ସ୍ୱ-ଆର୍ଥିକ ପାଠ୍ୟକ୍ରମ[ସମ୍ପାଦନା]
ଉପସ୍ନାତକ(ସ୍ୱ-ଆର୍ଥିକ ବ୍ୟବସ୍ଥା) ପାଠ୍ୟକ୍ରମ[ସମ୍ପାଦନା]
ଅଧିସ୍ନିତକ(ସ୍ୱ-ଆର୍ଥିକ ବ୍ୟବସ୍ଥା) ପାଠ୍ୟକ୍ରମ[ସମ୍ପାଦନା]
ମହାବିଦ୍ୟାଳୟଦ୍ୱାରା ପ୍ରଦତ ପାଠ୍ୟକ୍ରମ[ସମ୍ପାଦନା]
କଳା ପାଇଁ ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ(୫୧୨ ଆସନ)[ସମ୍ପାଦନା]
ବାଧ୍ୟତାମୂଳକ ପାଠ୍ୟକ୍ରମ[ସମ୍ପାଦନା]
କ୍ରମାଙ୍କ ସଂଖ୍ୟା | ବିଷୟ | ଆସନ ସଂଖ୍ୟା |
---|---|---|
୧ | ଇଂରାଜୀ | ୫୧୨ |
୨ | ଓଡ଼ିଆ | ୫୧୨ |
୩ | ପରିବେଶ ବିଜ୍ଞାନ | ୫୧୨ |
୪ | ଭାରତୀୟ ସମାଜ ଓ ସଂକୃତି | ୫୧୨ |
୫ | ଇ.ଏସ୍ ଓ ସିଏ (ସ୍ୱ-ଆର୍ଥିକ) | ୫୧୨ |
ନିର୍ବାଚିତ ପାଠ୍ୟକ୍ରମ[ସମ୍ପାଦନା]
କ୍ରମିକ ସଂଖ୍ୟା | ବିଷୟ | ଆସନ ସଂଖ୍ୟା |
---|---|---|
୧ | ଅର୍ଥ ଶାସ୍ତ୍ର | ୧୨୮ |
୨ | ଶିକ୍ଷା | ୩୨ |
୩ | ଭୂଗୋଳ | ୩୨ |
୪ | ଇତିହାସ | ୧୨୮ |
୫ | ଗଣିତ | ୩୨ |
୬ | ଓଡ଼ିଆ | ୧୨୮ |
୭ | ଦର୍ଶନ ଶାସ୍ତ୍ର | ୧୨୮ |
୮ | ଭାରତୀୟ ରାଜନୀତି | ୧୨୮ |
୯ | ମନୋବିଜ୍ଞାନ | ୩୨ |
୧୦ | ସଂସ୍କୃତ | ୧୨୮ |
୧୧ | ସମାଜ ଶାସ୍ତ୍ର | ୧୬ |
ସମ୍ମାନ ପାଠ୍ୟକ୍ରମ[ସମ୍ପାଦନା]
କ୍ରମିକ ସଂଖ୍ୟା | ବିଷୟ | ଆସନ ସଂଖ୍ୟା |
---|---|---|
୧ | ଭାରତୀୟ ଅର୍ଥ ଶାସ୍ତ୍ର | ୧୧୨ |
୨ | ଶିକ୍ଷା | ୪୮ |
୩ | ଭାରତୀୟ ଭୂଗୋଳ | ୧୬ |
୪ | ଭାରତୀୟ ଇତିହାସ | ୬୪ |
୫ | ଗଣିତ | ୩୨ |
୬ | ଓଡ଼ିଆ | ୪୮ |
୭ | ଦର୍ଶନ ଶାସ୍ତ୍ର | ୩୨ |
୮ | ଭାରତୀୟ ରାଜନୀତି | ୯୬ |
୯ | ମନୋବିଞ୍କାନ | ୩୨ |
୧୦ | ସଂସ୍କୃତ | ୧୬ |
୧୧ | ସମାଜ ଶାସ୍ତ୍ର | ୧୬ |
୧୨ | ଇଂରାଜୀ | ୩୨ |