ଶଙ୍ଖ ଘୋଷ
Jump to navigation
Jump to search
ଶଙ୍ଖ ଘୋଷ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୫ ଫେବୃଆରୀ ୧୯୩୨ |
ପୁରସ୍କାର | ପଦ୍ମ ଭୂଷଣ (୨୦୧୧) ଜ୍ଞାନପୀଠ ପୁରସ୍କାର (୨୦୧୬) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୭) କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ |
ଶଙ୍ଖ ଘୋଷ (ଜନ୍ମ : ୫ ଫେବୃଆରୀ ୧୯୩୨)[୧] ଜଣେ ବଙ୍ଗଳା ଭାଷାର କବି ଓ ସାହିତ୍ୟ ସମାଲୋଚକ ।[୨] ସେ ବଙ୍ଗଳା ଭାଷାରେ ସ୍ନାତକ ( ୧୯୫୧) ଓ ସ୍ନାତକତ୍ତୋର (୧୯୫୪) ଶିକ୍ଷା ଯଥାକ୍ରମେ ପ୍ରେସିଡେନ୍ସି କଲେଜ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସମାପ୍ତ କରିଥିଲେ ।
ସେ ବଙ୍ଗବାସୀ କଲେଜ, ସିଟି କଲେଜ ଓ ଯାଦବପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ୧୯୯୨ ମସିହାରେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୧୯୬୭ ମସିହାରେ ସେ ଆଇଓଆ ବିଶ୍ୱବିଦ୍ୟାଳୟର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନଷ୍ଟିଚୁଟ ଅଫ ଆଡଭାନ୍ସଡ଼ ଷ୍ଟଡିଜ ଓ ବିଶ୍ୱଭାରତୀ ଆଦି ଅନୁଷ୍ଠାନରେ ମଧ୍ୟ ଅଧ୍ୟାପନା କରିଛନ୍ତି ।[୩] କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ, ଜ୍ଞାନପୀଠ ପୁରସ୍କାର ଆଦି ବହୁ ପୁରସ୍କାରରେ ସେ ଭୂଷିତ । "କୁନ୍ତକ" ନାମରେ ସେ ଲେଖନ୍ତି ।[୪]
ରଚନାବଳୀ[ସମ୍ପାଦନା]
- ଦିନଗୁଲି ରାତଗୁଲି (ପ୍ରଥମ ଗପ)
- ନିହିତ ପାତାଳ ସାୟା
- ପାଜୋରେ ଦାରେର ଶବ୍ଦ
- ଜଲ ଏ ପାଷାଣ ହୋଏ ଆଛେ
- ଧୁମ ଲାଗେଛେ ହ୍ରିଥ କମଳେ
- ଗୋଟା ଦେଶ ଜୋଡା ଜଉଘର
- ପ୍ରତି ପ୍ରଶ୍ନେ କେପେ ଉଠେ ଭିତେ
- ହାସି ଖୁସି ମୁଖେ ସର୍ବନାଶ
- ଆଦୀମ ଲତା-ଗୁଳ୍ମମୟ
- ମୁର୍ଖ ବଡୋ, ସାମାଜିକ ନୟେ
- କବୀର ଅଭିପ୍ରାୟ
- ମୁଖ ଢେକେ ଯାୟେ ବିଜ୍ଞାପନେ
- ବାବରେର ପ୍ରାଥନା[୫]
- The Storm of Desire (ନନ୍ଦିନୀ ଗୁପ୍ତାଙ୍କଦ୍ୱାରା ଅନୁବାଦିତ)
- Just this one (ଭୀଷ୍ମଦେବ ଚକ୍ରବର୍ତ୍ତୀଙ୍କଦ୍ୱାରା ଅନୁବାଦିତ)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ନରସିଂହ ଦାସ ପୁରସ୍କାର - ୧୯୭୭( ମୁର୍ଖ ବଡୋ, ସାମାଜିକ ନୟେ)
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୭ (ବାବରେର ପ୍ରାଥନା)
- ରବୀନ୍ଦ୍ର ପୁରସ୍କାର - ୧୯୮୯ (ଧୁମ ଲାଗେଛେ ହ୍ରିଥ କମଳେ)
- ସରସ୍ୱତୀ ସମ୍ମାନ (ଗନ୍ଧର୍ବ କବିଗୁଚ୍ଛ)[୬]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୧୯୯୯ ( କନ୍ନଡ ନାଟକ ତେଲେଡଣ୍ଡାକୁ ବଙ୍ଗଳା ରକ୍ତକଲ୍ୟାଣକୁ ଅନୁବାଦ ପାଇଁ)
- ଦେଶୀକୋତ୍ତମ - ୧୯୯୯ (ବିଶ୍ୱଭାରତୀଦ୍ୱାରା ପ୍ରଦତ୍ତ)
- ଡିଲିଟ - ୨୦୧୦ (ବିଦ୍ୟାସାଗର ବିଶ୍ୱବିଦ୍ୟାଳୟ)
- ପଦ୍ମ ଭୂଷଣ - ୨୦୧୧
- ସାହିତ୍ୟବ୍ରହ୍ମ ସମ୍ମାନ - ୨୦୧୫
- ଡିଲିଟ - ୨୦୧୫ (ଆଇ ଆଇ ଏସ ଆଇ ଟି, ଶିବପୁର)
- ଜ୍ଞାନପୀଠ ପୁରସ୍କାର - ୨୦୧୬[୭]
ଆଧାର[ସମ୍ପାଦନା]
- ↑ Pharida Kabira (1986). Pañcāsa Bacharera Premera Kabitā: Bāṃlādeśa O Paścimabāṃlāra Kabitāra Panḍulipi Saṃkalana. Signorinā. p. 82.
- ↑ S. Irudaya Rajan; Sumeetha M. (1 November 2019). Handbook of Internal Migration in India. SAGE Publishing India. pp. 510–. ISBN 978-93-5328-562-3.
- ↑ "Shankha Ghosh: A gifted and sensitive writer". www.thehindu.com. the hindu. Retrieved 28 February 2020.
- ↑ "Acclaimed Bengali poet Shankha Ghosh to get 2016 Jnanpith Award". Daily News Analysis. 23 December 2016. Archived from the original on 23 December 2016. Retrieved 23 December 2016.
- ↑ Śaṅkha Ghosha (1 January 1992). Emperor Babur's Prayer and Other Poems. Sahitya Akademi. ISBN 978-81-7201-187-1.
- ↑ Mass Media in India. Publications Division, Ministry of Information and Broadcasting, Government of India. 2000.
- ↑ "Veteran Bengali poet Shankha Ghosh selected for 2016 Jnanpith Award". www.indiatoday.in. india today. Retrieved 28 February 2020.