Jump to content

ପଠାଣି ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ପଠାଣି ପଟ୍ଟନାୟକ
ଜନ୍ମ(1928-09-29)୨୯ ସେପ୍ଟେମ୍ବର ୧୯୨୮
ଗୋଳାବାଇ, ଖୋର୍ଦ୍ଧା[]
ମୃତ୍ୟୁ୪ ଫେବୃଆରୀ ୨୦୧୭(2017-02-04) (ବୟସ ୮୮)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିସାହିତ୍ୟିକ ଓ ଅଧ୍ୟାପକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ପଠାଣି ପଟ୍ଟନାୟକ (୨୯ ସେପ୍ଟେମ୍ବର ୧୯୨୮ - ୪ ଫେବୃଆରୀ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ସମାଲୋଚନା ଆଦି ସାହିତ୍ୟ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସାହିତ୍ୟ ପତ୍ରିକା ଝଙ୍କାରର ସେ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ ।

ଜୀବନୀ

[ସମ୍ପାଦନା]

ପଠାଣି ପଟ୍ଟନାୟକ, ପୁରୀରେ ନିଜ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତକରି, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୫୪ ମସିହାରୁ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଅଧ୍ୟାପନା ବୃତ୍ତି ଆରମ୍ଭକରି ୧୯୮୨ମସିହା ପର୍ଯ୍ୟନ୍ତ ଅଧ୍ୟାପକ ଓ ୧୯୮୨ରୁ ୧୯୮୮ ପର୍ଯ୍ୟନ୍ତ ସେହି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ ।[] ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ମସିହା ଫେବୃଆରୀ ୪ତାରିଖ ଦିନ ପଠାଣି, କଟକସ୍ଥିତ ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ ।[]

ସାହିତ୍ୟ କୃତି

[ସମ୍ପାଦନା]
  • ଜୀବନର ଚଲାପଥେ
  • ଓଡ଼ିଆ ସାହିତ୍ୟର ଭୂମିକା
  • ପ୍ରବନ୍ଧ ଓ ସମାଲୋଚନା
  • ସମାଜ ଓ ସାହିତ୍ୟ
  • ସାହିତ୍ୟ ପରିକ୍ରମା
  • ସାହିତ୍ୟ ବିଚାର
  • ସାହିତ୍ୟରେ ରହସ୍ୟବାଦ
  • ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ[]
  • କବି ମନିଷି ନୀଳକଂଠ[]
  • ଐତିହ ଓ ଅଭିବ୍ୟକ୍ତି[]
  • ସାହିତ୍ୟ ମଣିଷ[]
  • ସପନ ସତ ହେଲା
  • ବୈଦିକ କାହାଣୀ
  • ପଞ୍ଚତନ୍ତ୍ର କାହାଣୀ
  • ତେନାଲି ରାମକୃଷ୍ଣ
  • ରହସ୍ୟବାଦ(ସମ୍ପାଦନା)
  • ମେହେର ଆଲୋକ(ସମ୍ପାଦନା)
  • ବିଦଗ୍ଧ ଚିନ୍ତାମଣି(ସମ୍ପାଦନା)
  • ଶତାବ୍ଦୀର ସ୍ୱାକ୍ଷର(ସମ୍ପାଦନା)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ ('ଜୀବନର ଚଲାପଥେ' ନିମନ୍ତେ) []
  • ସାରଳା ସମ୍ମାନ, ୧୯୯୪
  • ଉତ୍କଳ ରତ୍ନ ସମ୍ମାନ[]
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ) - ୨୦୦୧[୧୦]
  1. http://www.orissadiary.com/ShowOriyaOrbit.asp?id=23331[permanent dead link]
  2. http://www.odisha.com/2010/december/21/fullstory/award.html
  3. http://www.odishanewsinsight.com/odisha/eminent-odia-litterateur-pathani-patnaik-passes-away-89/
  4. Pathani Patnaik; Bhoḷānātha Rāuta (1969). Oḍiā upanyāsa sāhityara paricaẏa. Abhyudaẏa sāhitya samāja.
  5. Pathani Patnaik (2004). Kabi-manīshī Nīḷakaṇṭha. Oḍiśā Sāhitya Ekāḍemī. ISBN 978-81-7586-105-3.
  6. Pathani Patnaik (2011). Aitihya o abhibyakti. Pādaṭikā.
  7. Pathani Patnaik (1 January 1998). Sāhitya manīshā. Oḍiśā Buk Shṭora. ISBN 978-81-7400-212-9.
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12 June 2021.
  9. "ଆଜି ଜନ୍ମଦିନ". No. ସମ୍ବାଦ ୧୯/୦୯/୨୦୧୯ ପୃଷ୍ଠା ୨. ସମ୍ବାଦ. Retrieved 19 September 2019.
  10. http://www.tribuneindia.com/2001/20010130/nation.htm