ରବି ସିଂ

ଉଇକିପିଡ଼ିଆ‌ରୁ
ରବି ସିଂ
Born
ରବୀନ୍ଦ୍ର ନାଥ ସିଂ

(1931-01-27)୨୭ ଜାନୁଆରୀ ୧୯୩୧
ସିଂହାରପୁର, ନବାପାଟଣା,ଜଗତସିଂହପୁର
Died୨ ଫେବୃଆରୀ ୨୦୨୦(2020-02-02) (ବୟସ ୮୯)
କଟକ
Nationality ଭାରତୀୟ
Known forସାହିତ୍ୟିକ, ସାମ୍ବାଦିକ ଓ ରାଜନେତା
Spouseବକୁଳ ସିଂ
Childrenପିନାକୀ, ଇନ୍ଦ୍ରଜିତ, ଚନ୍ଦ୍ରଜିତ, ମିନାକ୍ଷୀ
Parentରାମଚନ୍ଦ୍ର ସିଂ
ଶାରଦା ଦେବୀ
Awardsଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ରବି ସିଂ (୨୭ ଜାନୁଆରୀ ୧୯୩୧ - ୨ ଫେବୃଆରୀ ୨୦୨୦) ଜଣେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ଜଣେ ସାମ୍ବାଦିକ ଓ ରାଜନେତା ଭାବରେ ମଧ୍ୟ ସେ ପରିଚିତ ଥିଲେ ।

ଜୀବନୀ[ସମ୍ପାଦନା]

ରବି ସିଂ, ୧୯୩୧ ମସିହାରେ, ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ନବାପାଟଣା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତା , ରାମଚନ୍ଦ୍ର ସିଂ ଓ ମାତା ଶାରଦା ଦେବୀ , ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପିତାମତାଙ୍କ ପ୍ରଭାବରେ, ରବି ସିଂ ପିଲାଟି ଦିନରୁ ରାଜନୀତି ସହିତ ସଂଶ୍ଲିଷ୍ଟ ଥିଲେ । ଖୁବ କମ ଶିକ୍ଷାଗ୍ରହଣ କରିବା ସତ୍ତ୍ୱେ, ସେ ଓଡ଼ିଆ, ଇଂରାଜୀ ବଙ୍ଗଳା ସାହିତ୍ୟ ବହୁଳ ଭାବରେ ପଢୁଥିଲେ । ୧୯୪୮ ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ ୧୯୫୩ ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ । ୧୯୫୫ ମସିହାରେ, ସେ "ଗୋଆ ମୁକ୍ତି ସଂଗ୍ରାମ"ରେ ଅଂଶଗ୍ରହଣ କରିଥିଲେ । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ବହୁଦିନ କାରାବରଣ କରିଥିଲେ ।

ସାହିତ୍ୟିକ ଜୀବନ[ସମ୍ପାଦନା]

ରବି ସିଂଙ୍କ ସାହିତ୍ୟିକ ଜୀବନ ୧୯୫୫ ମସିହା ପରେ ଆରମ୍ଭ ହୋଇଥିଲା । ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର ବିଦ୍ରୋହୀ କବି ଭାବେ ପରିଚିତ ଥିଲେ ।[୩] [୪] ଶୋଷିତ, ନିଷ୍ପେସିତ, ଆର୍ତ୍ତ, ପୀଡ଼ିତ ତଥା ନିର୍ଯାତିତ ବର୍ଗର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବଂ ଜୀବନ ସଂଗ୍ରାମ ତାଙ୍କ କବିତାରେ ପ୍ରତିଫଳିତ ହୋଇଥିଲା । ବିବାହ ପୂର୍ବରୁ ସେ କେବଳ ଏକମାତ୍ର କବିତା ସଂକଳନ 'ଚରମପତ୍ର' ରଚନା କରିଥିଲେ । "ଚରମ ପତ୍ର"ରେ ଈଶ୍ୱରଙ୍କୁ ପ୍ରତିବାଦୀୟ ସ୍ୱରୋତ୍ତଳନ କରି ଦୁଃଖୀମାନଙ୍କ ଅଧିକାର ଓ ଅସ୍ତିତ୍ୱର ପ୍ରତିପାଦନ ସହ ମାନବିକତାର ପ୍ରଶ୍ନ ଉଠାଇଥିଲେ । ତାଙ୍କର ସେ ପଂକ୍ତି ଏହିପରି ଥିଲା :- "ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ/ ଆଗାମୀ ଚବିଶ ଘଣ୍ଟା ଭିତରେ/ ଆଗାମୀ କାଲିର ଏଇ ପ୍ରଭାତରେ/ ଖାଲି କର ତମେ ଗୋଲୋକ-ସିଂହାସନ/ ଘେନ ଭଗବାନ, ଚରମ ପତ୍ର ଘେନ ।" ବିବାହପରେ ପତ୍ନୀ ବକୁଳଙ୍କ ପ୍ରୋତ୍ସାହନରେ ସେ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କର ସବୁ କବିତାରେ ପ୍ରଗତିଶିଳତାର ଭାବ ଓ ସମାଜର ଧରାବନ୍ଧା ନିତିନିୟମ ପ୍ରତି ବିଦ୍ରୋହ ସ୍ପଷ୍ଟ ଦେଖାଯାଇଥିଲା । ଉପଯୁକ୍ତ ଶବ୍ଦ ଓ ଛନ୍ଦର ସଂଯୋଜନା ତାଙ୍କ କବିତାର ଅନ୍ୟ ଏକ ବିଶିଷ୍ଟତା । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ଥିଲା । ସେ ବହୁ ଋଷିୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରିଥିଲେ । ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

କବିତା ସଂକଳନ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୭[୬]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୨ (ଚରମ ପତ୍ର ପାଇଁ)[୭]
  • ଝଙ୍କାର ପୁରସ୍କାର, ୧୯୮୯
  • ଗଙ୍ଗାଧର ମେହେର କବିତା ସମ୍ମାନ (ଉତ୍କଳ ସାହିତ୍ୟ ସମାଜ), ୧୯୯୬[୮]
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ), ୨୦୧୪ [୯]
  • କବି ଅନନ୍ତ ପଟ୍ଟନାୟକ ଶତବାର୍ଷିକୀ ସମ୍ମାନ, ୨୦୧୨[୧୦]

ଆଧାର[ସମ୍ପାଦନା]

  1. Nagendra (1988). Indian Literature. Prabhat Prakashan. pp. 494–.
  2. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4107–. ISBN 978-81-260-1221-3.
  3. http://www.newindianexpress.com/lifestyle/books/article186786.ece?service=print[permanent dead link]
  4. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1592–. ISBN 978-81-260-1194-0.
  5. "ସରିଗଲା ନିଃସଙ୍ଗ ପଦାତିକର ପଥଚଲା". dharitriepaper.in. Archived from the original on ୧୯ ଫେବୃଆରୀ ୨୦୨୧. Retrieved 19 February 2021. {{cite web}}: Check date values in: |archivedate= (help)
  6. "Odia poet Rabi Singh wins Atibadi Jagannath Das Samman". indiatoday. Living Media India Limited. Retrieved 9 December 2017.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 3 November 2017. Retrieved 9 December 2017.
  8. "ଆର୍କାଇଭ୍ କପି". Archived from the original on 2015-06-24. Retrieved 2015-02-12. {{cite web}}: Cite has empty unknown parameter: |1= (help)
  9. "Poet Rabi Singh to get Sahitya Bharati Samman". The Pioneer. Retrieved 9 December 2017.
  10. "About Us". saralasahityasansad.org. Archived from the original on 15 May 2021. Retrieved 19 February 2021.