ସାରଦା ପ୍ରସାଦ ମିଶ୍ର

ଉଇକିପିଡ଼ିଆ‌ରୁ
ସାରଦା ପ୍ରସାଦ ମିଶ୍ର
ଜନ୍ମ(1962-02-01)୧ ଫେବୃଆରୀ ୧୯୬୨
ମୃତ୍ୟୁ୧୭ ଅପ୍ରେଲ ୨୦୧୬(2016-04-17) (ବୟସ ୫୪)
ମୃତ୍ୟର କାରଣକର୍କଟ ରୋଗ
ଜାତୀୟତାଭାରତୀୟ
ଅନ୍ୟ ନାମସାରଦା ମିଶ୍ର
ଶିକ୍ଷାସ୍ନାତକ (ମନସ୍ତତ୍ତ୍ୱ)
ପୁରାତନ ଛାତ୍ରରେଭେନ୍ସା ମହାବିଦ୍ୟାଳୟ
ଉଲ୍ଲେଖନୀୟ କାମରାତିର ଅଜବ ଦୃଶ୍ୟ
ଜୀବନସାଥୀସରସ୍ୱତୀ ମିଶ୍ର
ପିତାମାତା(s)ପ୍ରବୋଧ କୁମାର ମିଶ୍ର, ଶକୁନ୍ତଳା ମିଶ୍ର
ସମ୍ପର୍କୀୟଦେବୀପ୍ରସାଦ (ପୁତୁରା)

ସାରଦା ପ୍ରସାଦ ମିଶ୍ର,(୧ ଫେବୃଆରୀ ୧୯୬୨ - ୧୭ ଅପ୍ରେଲ ୨୦୧୬ ) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ ।[୧] ସେ ଉଭୟ ଓଡ଼ିଆଇଂରାଜୀ ଭାଷାରେ ଲେଖୁଥିଲେ । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରୁଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ତାଙ୍କୁ ବିଶେଷ ପରିଚିତି ଆଣି ଦେଇଥିଲା ।[୨] ସେ ରାଜ୍ୟପାଳଙ୍କ ଜନ ସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ।[୩]

ସାରଦା ପ୍ରସାଦ, ୧୯୬୨ ମସିହା ଫେବୃଆରୀ ୧ତାରିଖରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ନିକଟସ୍ଥ ସରଡ଼ାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପ୍ରବୋଧ କୁମାର ମିଶ୍ର ଜଣେ ସଂସ୍କୃତ ବିଦ୍ୱାନ, କବି ତଥା ସାମ୍ବାଦିକ ଥିଲେ ।[୪] ମାତାଙ୍କ ନାମ ଶକୁନ୍ତଳା ମିଶ୍ର । ସେ ଥିଲେ ଘରର ବଡ଼ ପୁଅ । ପିଲାଦିନରୁ ସେ ଥିଲେ ସାହିତ୍ୟାନୁରାଗୀ । ରେଭେନ୍ସା ମହାବିଦ୍ୟାଳୟରୁ ସାରଦା ମନସ୍ତତ୍ତ୍ୱରେ ସ୍ନାତକ ଉପାଧି ହାସଲ କରିଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

୧୯୮୨ ମସିହାରେ "ଇସ୍ତାହାର" ପତ୍ରିକାରେ ସାରଦାଙ୍କର ପ୍ରଥମ ଗଳ୍ପ ପ୍ରକାଶ ପାଇଥିଲା । ସେବେଠାରୁ, ଆଜି ପର୍ଯ୍ୟନ୍ତ ସେ ୮୦ରୁ ଉର୍ଦ୍ଧ ଗଳ୍ପ, ୮ଟିରୁ ଅଧିକ ଉପନ୍ୟାସ, ୨୦ରୁ ଅଧିକ ଅନୁବାଦ ଗଳ୍ପ, ୧୫ଟି ଦୀର୍ଘ ଫିଚର, ୫୦ରୁ ଅଧିକ କବିତା ଓ ବିଭିନ୍ନ ପତ୍ରପତ୍ରିକା ପାଇଁ ପ୍ରବନ୍ଧ ଲେଖିଯାଇଛନ୍ତି । ତାଙ୍କ ପ୍ରଥମ ଗଳ୍ପ ପୁସ୍ତକ "ଅପହଞ୍ଚ ଇଲାକାର ଅଧୀଶ୍ୱର" ୧୯୯୨ମସିହାରେ ପ୍ରକାଶିତ ହୋଇଥିଲା । [୫]

ଉପନ୍ୟାସ[ସମ୍ପାଦନା]

  • ଉତ୍ତାନପାଦ
  • ଜୁଲି
  • ଜୀବାଶ୍ମ

ଗଳ୍ପ[ସମ୍ପାଦନା]

  • ଅପହଞ୍ଚ ଇଲାକାର ଅଧୀଶ୍ୱର - ୧୯୯୨
  • ରାତିର ଅଜବ ଦୃଶ୍ୟ
  • ଆହୁରି ଉପରକୁ ହାତ

କବିତା[ସମ୍ପାଦନା]

  • କଥା
  • ଗୋଲାପି ସ୍ମୃତିର କବିତା

ଅନ୍ୟାନ୍ୟ[ସମ୍ପାଦନା]

  • My Word Book
  • English Tenses With A New Taste
  • Dynamic Essays and Letters[୬]
  • Autobiography of Governors of Odisha

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୧ (ରାତିର ଅଜବ ଦୃଶ୍ୟ ପାଇଁ)[୭]
  • ନୀଳକଇଁ ସାହିତ୍ୟ ସମ୍ମାନ
  • କାଦମ୍ବିନୀ ସମ୍ମାନ
  • ଟାଇମପାସ ବୁକର ପୁରସ୍କାର[୮]
  • ଶିବଶଙ୍କର ଗନ୍ତାୟତ ସ୍ମୃତି ସମ୍ମାନ
  • ଡକ୍ଟର ଶିବରାମ ପାତ୍ର ସ୍ମୃତି ସମ୍ମାନ[୯]
  • ଭାତୃସ୍ମୃତି ପୁରସ୍କାର
  • ଯୁବ ପୁରସ୍କାର
  • ସ୍ୱର୍ଗତ ଇଶ୍ୱର ଚନ୍ଦ୍ର ସାମଲ ସାରସ୍ୱର ପୁରସ୍କାର
  • ଗୋକର୍ଣ୍ଣିକା ପୁରସ୍କାର

କର୍କଟ ରୋଗରେ ଆକ୍ରାନ୍ତ ହୋଇ, ସାରଦା ପ୍ରସାଦ ୨୦୧୬ ଅପ୍ରେଲ ୧୮ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୦]

ଆଧାର[ସମ୍ପାଦନା]

  1. http://www.newindianexpress.com/states/odisha/Sarada-Mishra-No-More/2016/04/18/article3385973.ece
  2. "କଥାକାର ସାରଦା ମିଶ୍ରଙ୍କ ପରଲୋକ". ଧରିତ୍ରୀ ୧୮/୦୪/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 18 April 2016.
  3. http://www.orissapost.com/sarada-prasad-mishra-no-more/
  4. http://www.dailypioneer.com/state-editions/noted-writer-sarada-mishra-passes-away.html
  5. "ସାହିତ୍ୟିକ ସାରଦା ମିଶ୍ରଙ୍କ ପରଲୋକ". ପ୍ରମେୟ ୧୮/୦୪/୨୦୧୬ ପୃଷ୍ଠା ୩. Retrieved 18 April 2016.
  6. http://orissadiary.com/CurrentNews.asp?id=66487
  7. http://odishasuntimes.com/2016/04/17/eminent-writer-sarada-prasad-mishra-passes-away-odisha-capital/
  8. http://www.thehindu.com/todays-paper/tp-features/tp-fridayreview/orissas-booker/article1434724.ece
  9. http://www.odisha360.com/2011/12/17/sarada-prasad-mishra-conferred-with-sibaram-patra-smruti-samman-2011/
  10. "କହିଦେଇ ଚାଲିଗଲେ ସାରଦା". ସମ୍ବାଦ ୧୮/୦୪/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 18 April 2016.