ପ୍ରବୋଧ କୁମାର ମିଶ୍ର (ଓଡ଼ିଆ ଲେଖକ)
ପ୍ରବୋଧ କୁମାର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାରିପଦା, ମୟୂରଭଞ୍ଜ | ୧୯ ଜାନୁଆରୀ ୧୯୩୭
ବୃତ୍ତି | ଅଧ୍ୟାପକ,ଐତିହାସିକ ଏବଂ ଲେଖକ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୧) |
ପ୍ରବୋଧ କୁମାର ମିଶ୍ର (ଜନ୍ମ: ୧୯ ଜାନୁଆରୀ ୧୯୩୭) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଐତିହାସିକ ତଥା ଲେଖକ । ସେ ୨୦୧୧ ମସିହାରେ ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି ପାଇଁ ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପ୍ରବୋଧ କୁମାର ମିଶ୍ର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର, ଲୋଥାଲଠାରେ ପ୍ରତ୍ନତତ୍ତ୍ୱବିଦ୍ ଡିଗ୍ରୀ ଲାଭ ୧୯୫୮-୫୯, ନାଗପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି ୧୯୭୮, ମଗଧ ବିଶ୍ୱବିଦ୍ୟାଳୟରୁ ଡି ଲିଟ୍ ୧୯୮୩ ଉପାଧି ପାଇଥିଲେ । ତା'ପରେ ବୃତ୍ତିଗତ ଭାବେ ୧୯୫୯ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସ, ୧୯୬୦ରେ ପାରଳାଖେମୁଣ୍ଡି ମହାବିଦ୍ୟାଳୟ ଓ ୧୯୬୨ରୁ ୧୯୬୫ ଯାଏ ବାରିପଦା କଲେଜରେ ଅଧ୍ୟାପନା କରିଥିଲେ ।[୨] ମଝିରେ ସେ ଓଡ଼ିଶା ସରକାରଙ୍କ ଇନଫର୍ମେସନ ଅଫିସର, ୧୯୬୫-୬୮ ଏନ୍ ସି ସି ଅଫିସର ଓ ମେଜର, ୧୯୬୯-୭୨ ରାଉଲକେଲା ସରକାରୀ କଲେଜ, ୧୯୭୨-୭୩ ଖଲିକୋଟ କଲେଜ, ୧୯୭୪-୭୬ ଜବାହାରଲାଲ କଲେଜ, ପାଟଣାଗଡରେ ଅଧ୍ୟକ୍ଷ, ୧୯୮୪-୮୭ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ, ୧୯୯୧-୯୨ ପିଜି କାଉନସିଲ ଚୟାରମ୍ୟାନ, ସିଣ୍ଡିକେଟ ସଭ୍ୟ, ୧୯୯୬-୯୭ ଡେଭଲପମେଣ୍ଟ କାଉନସିଲର ନିର୍ଦ୍ଦେଶକ ରହିବା ସହ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସେବାନିବୃତ୍ତ ହେଲେ । ଭାରତ ତତ୍ତ୍ୱ(Indology) ବିଷୟରେ ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସେ ପିଏଚ୍ ଡି ପାଇଁ ନିର୍ଦ୍ଦେଶନା ଦେଇଛନ୍ତି । ସେ ୫ରୁ ଉର୍ଦ୍ଧ୍ୱ ଜର୍ଣ୍ଣାଲର ସମ୍ପାଦନା ଓ ଫୋର୍ଡ଼ ଫାଉଣ୍ଡେସନ ରିସର୍ଚ୍ଚ ପ୍ରୋଜେକ୍ଟ "Survey and documentation of monuments in the Upper Mahanadi Valley'' ସମ୍ପନ୍ନ କରିଥିଲେ । ସେ ଭାରତୀୟ ଇତିହାସ କଂଗ୍ରେସ ଓ Numismatic Society of Indiaର ସଦସ୍ୟ ଥାଇ ଜାତୀୟ ସ୍ତରରେ ଅନେକ ସଂସ୍ଥାନ ପରିଚାଳନା କରିଛନ୍ତି । ସେ ମଧ୍ୟ ଓଡ଼ିଶା ଇତିହାସ କଂଗ୍ରେସର ସମ୍ପାଦକ (୧୯୭୮-୮୨) ଓ ସଭାପତି (୧୯୮୬-୯୫) ଦାୟିତ୍ୱ ନିର୍ବାହ କରିଥିଲେ ।
ରଚନାବଳୀ
[ସମ୍ପାଦନା]ପୁସ୍ତକ | ପ୍ରକାଶନ ସମୟ | ବିଷୟବସ୍ତୁ |
---|---|---|
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ – ୧ | ୨୦୦୮, ୨୦୧୨ (୨ୟ ସଂସ୍କରଣ) | ପ୍ରବନ୍ଧ, ଇତିହାସ, ଖାରବେଳ, ଗୁପ୍ତ ରାଜତ୍ୱ |
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ – ୨ | ୨୦୦୮, ୨୦୧୨ (୨ୟ ସଂସ୍କରଣ) | ପ୍ରବନ୍ଧ, ଇତିହାସ, ଭାଷା, ପରମ୍ପରା, ଲୋକସଂସ୍କୃତି |
ସମ୍ପୂର୍ଣ୍ଣ ଓଡ଼ିଶା ଇତିହାସ | ୧୯୯୯ | ଇତିହାସ, କଳିଙ୍ଗ, ମରାଠା, ବ୍ରିଟିଶ, ଓଡ଼ିଆ, ଗଡ଼ଜାତ |
ମୟୂରଭଞ୍ଜ ଇତିହାସ ଓ ସଂସ୍କୃତିର ମୁଖ୍ୟଧାରା | ୨୦୦୧ | ଇତିହାସ, ସଂସ୍କୃତି, ଆଦିବାସୀ, ବିଦ୍ରୋହ |
ସର୍ଦ୍ଦାର ବଲ୍ଲଭଭାଇ ପଟେଲ | ଜୀବନୀ | |
ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ | ଜୀବନୀ | |
ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ | ଆଲୋଚନା | |
Political history of Orissa, 1900-1936 | ୧୯୭୯ | |
History of Orissa | ୧୯୮୦ | |
Evolution of Orissa and her Culture | ୧୯୮୪ | |
ପ୍ରଥମ ବିଶ୍ୱଯୁଦ୍ଧ | ୧୯୭୪ | |
ମୁସ୍ତାଫା କେମାଲ ପାଶା | ୧୯୭୫ | |
ଆଧୁନିକ ବିଶ୍ୱ | ୧୯୭୫ | |
Historians and historiography in Orissa | ||
Life and culture of early medieval Orissa as depicted on temples | ||
Changing Pattern of political Culture | ||
Studies in Hindu and Buddhist Art | ||
Archaeology of Mayurbhanj | ||
Madhu-sudan Das, his speeches[୩] |
ସମ୍ପାଦିତ ପୁସ୍ତକ
- Comprehensive history and culture of Orissa, 1997 (୪ ଖଣ୍ଡ)
- Aspects of Indian history and historiography (1996)
- Madhusudan Das, the legislature (1980)
- Culture, tribal history and freedom movement : with Dr. N.K. Sahu commemoration volume (1989)
- Illustrated Bhagavata Purana (1985)
- Modern world, a new perspective (1987)
- Heritage of India (୨ ଖଣ୍ଡ)
- ବାମଣ୍ଡା ପ୍ରଜା ଆନ୍ଦୋଳନ ୧୯୯୪
ତାଙ୍କ କୃତି ଓ କୃତିତ୍ୱ ସମ୍ପର୍କରେ Orissan history, Culture and Archaeology in felicitation of Prof. P. K. Misra (1999) ନାମରେ ପୁସ୍ତକଟି ସଂକଳିତ ।
ସମ୍ମାନ ଓ ପୁରସ୍କାର
- ୨୦୧୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ (୨୦୦୮, ୨୦୦୯, ୨୦୧୦ ମସିହାରେ ପ୍ରକାଶିତ ୨୦୧୧ ବର୍ଷର ପୁରସ୍କୃତ ପୁସ୍ତକ)". Odisha Sahitya Akademi. Retrieved 20 February 2022.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୪୭-୮୪୮. ISBN 81-903352-2-7.
- ↑ ପଣ୍ଡା, ଶ୍ରୀହରି; ମହାପାତ୍ର, ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ସାରସ୍ୱତ ସାଧକ. କଟକ: ସାଇ ଯମୁନା.