ଘନଶ୍ୟାମ ମିଶ୍ର
ପଦ୍ମଶ୍ରୀ ଘନଶ୍ୟାମ ମିଶ୍ର | |
|---|---|
| ଜନ୍ମ | ୧୦ ଅକ୍ଟୋବର ୧୯୨୨ ଖଣ୍ଡଦେଉଳି, ରାଇସିଂପୁର, ଆସିକା |
| Died | ୧ ଜୁନ ୨୦୧୪ (ବୟସ ୯୧) |
| Alma mater | ଉତ୍କଳ ବିଶ୍ୱବିଦ୍ୟାଳୟ |
| ପେଷା | ଆୟୁର୍ବେଦ ଚିକିତ୍ସକ |
| Children | Amulya Mishra, Dr Ashok Mishra, ଡା. ଅକ୍ଷୟ କୁମାର ମିଶ୍ର, Bashant Mishra |
| Parent(s) | ବାଉରୀବନ୍ଧୁ ମିଶ୍ର, ଚିତ୍ରକଳା |
ଘନଶ୍ୟାମ ମିଶ୍ର ଜଣେ ଭାରତୀୟ ଆୟୁର୍ବେଦିକ ଚିକିତ୍ସକ ଓ ଗବେଷକ ଥିଲେ । ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ, ତାଙ୍କୁ ଆୟୁର୍ବେଦ ବାଚସ୍ପତି ସମ୍ମାନରେ ଭୂଷିତ କରାଯାଇଛି । ସେ ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । କବିସୂର୍ଯ୍ୟ ନଗରଠାରେ ଆୟୁର୍ବେଦ ଔଷଧର ପ୍ରସ୍ତୁତି ଓ ଗବେଷଣା କାର୍ଯ୍ୟ ନିମନ୍ତେ ସେ 'ନ୍ୟାସନାଲ ଆୟୁର୍ବେଦ ଫାର୍ମାସୀ' ପ୍ରତିଷ୍ଠା କରିଛନ୍ତି । କବିସୂର୍ଯ୍ୟ ନଗରଠାରେ ତାଙ୍କ ନାମରେ ଏକ ସଂସ୍କୃତ ମହାବିଦ୍ୟାଳୟ[୧] ମଧ୍ୟ ରହିଛି । ନିଜ ଜନ୍ମସ୍ଥାନ ରାଇସିଂପୁରରେ ପିତା, ବାଉରୀବନ୍ଧୁ ମିଶ୍ରଙ୍କ ନାମରେ 'ବାଉରୀବନ୍ଧୁ ପ୍ରାଥମିକ ବିଦ୍ୟାଳୟ' ମଧ୍ୟ ପ୍ରତିଷ୍ଠା କରିଛନ୍ତି । ପିତାମାତାଙ୍କ ନାମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ପାସକରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱର୍ଣ୍ଣପଦକ ପୁରସ୍କାରର ପ୍ରବର୍ତ୍ତନ ମଧ୍ୟ କରିଛନ୍ତି । ଏହା ବ୍ୟତିତ ସେ ଓଡ଼ିଶା ଷ୍ଟେଟ କାଉନସିଲ, ଫାକଲ୍ଟି ଅଫ ଆୟୁର୍ବେଦ ମେଡିସିନ, ସେଣ୍ଟ୍ରାଲ କାଉନସିଲ ଅଫ ମେଡିସିନର[୨] ସଭ୍ୟ ଭାବରେ କାର୍ଯ୍ୟକରିଛନ୍ତି । ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସିନେଟ ଓ ସିଣ୍ଡିକେଟ ସଭ୍ୟ ମଧ୍ୟ ରହିଥିଲେ । ସେ 'ଦ୍ରବ୍ୟଗୁଣ କଳ୍ପତରୁ', 'ନେତ୍ରୋତ୍ତମ' ଆଦି ବହୁ ଆୟୁର୍ବେଦ ପୁସ୍ତକ ମଧ୍ୟ ରଚନା କରିଯାଇଛନ୍ତି ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://dheorissa.in/DHE/UnaidedSanskritCollege6.html
- ↑ http://www.ccimindia.org/members_si_ayurveda_orrisa.htm[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2015-04-02. Retrieved 2014-06-02.
{{cite web}}: Cite has empty unknown parameter:|1=(help) - ↑ ସମାଜ ୦୨/୦୬/୨୦୧୪ ପୃଷ୍ଠା ୫