ପ୍ରଭାତ ପଟ୍ଟନାୟକ
ପ୍ରଭାତ ପଟ୍ଟନାୟକ | |
---|---|
![]() | |
ଜନ୍ମ | |
ଜୀବନସାଥୀ | ଉତ୍ସା ପଟ୍ଟନାୟକ |
ପିତାମାତା(s) | ପ୍ରାଣନାଥ ପଟ୍ଟନାୟକ, ମଞ୍ଜରୀ ପଟ୍ଟନାୟକ |
ପ୍ରଭାତ ପଟ୍ଟନାୟକ(ଜନ୍ମ: ୧୯ ସେପ୍ଟେମ୍ବର ୧୯୪୫) ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଅର୍ଥନୈତିଜ୍ଞ ।[୧] ସେ କେରଳର ପ୍ଲାନିଙ୍ଗ ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟକରିସାରିଛନ୍ତି । ୨୦୧୮ ମସିହାରେ ପ୍ରଭାତଙ୍କୁ ଉତ୍କଳ ସାହିତ୍ୟ ସମାଜର "ଉତ୍କଳ ରତ୍ନ" ସମ୍ମାନ ପ୍ରଦାନ କରାଯାଇଥିଲା । ବହୁ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ତାଙ୍କ ଲିଖିତ ସ୍ତମ୍ଭ ପ୍ରକାଶ ପାଇଥାଏ ।[୨][୩][୪][୫]
ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]
ପ୍ରଭାତ, ୧୯୪୫ ମସିହାରେ ଜଟଣୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପ୍ରାଣନାଥ ଓ ମାତାଙ୍କ ନାମ ମଞ୍ଜରୀ ଥିଲା ।[୬] ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସେ ଅର୍ଥନୀତିରେ ସ୍ନାତକ ଓ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ । ସ୍ନାତକତ୍ତୋର ଶ୍ରେଣୀରେ ସେ ମାଇକେଲ କଲେକି, ଜନ କେନ୍ସ ଓ ରଏ ହାରୋର୍ଡ଼ ଆଦି ଅର୍ଥନୀତିଜ୍ଞମାନଙ୍କୁ ପଢ଼ିଥିଲେ । ଅମର୍ତ୍ୟ ସେନ, ସୁଖୋମୟ ଚକ୍ରବର୍ତ୍ତୀ ଓ କେ ଏନ ରାଜ ଆଦି ଅର୍ଥନୀତିଜ୍ଞମାନଙ୍କ ସଂସ୍ପର୍ଶରେ ଆସିଥିଲେ ଓ ସେମାନଙ୍କଦ୍ୱାରା ଗଭିର ଭାବରେ ପ୍ରଭାବିତ ହୋଇଥିଲେ ।
କର୍ମଜୀବନ[ସମ୍ପାଦନା]
୧୯୬୬ ମସିହାରେ ସେ ରୋଡ଼ସ ବୃତ୍ତିଲାଭ କରି, ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ପଢିବାର ସୁଯୋଗ ପାଇଥିଲେ । ୧୯୬୯ ମସିହାରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପକଭାବରେ ଯୋଗଦେଲେ । ୧୯୭୪ମସିହାରେ ସେ ଭାରତକୁ ଫେରି, ସେ ଜବାହରଲାଲ ବିଶ୍ୱବିଦ୍ୟାଳୟ ଦିଲ୍ଲୀର "ଆର୍ଥିକ ଅଧ୍ୟୟନ ଓ ଯୋଜନା କେନ୍ଦ୍ର"ରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୦୦୬ମସିହାରେ ସେ ଏହି ଅନୁଷ୍ଠାନରୁ ସେବାନିବୃତ ହୋଇଥିଲେ । ସେବାନିବୃତି ପରେ, ସେ ୨୦୦୬ରୁ ୨୦୦୧ ପର୍ଯ୍ୟନ୍ତ କେରଳ ପ୍ଲାନିଙ୍ଗ ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୭] ତାଙ୍କ ରିସର୍ଚ୍ଚ ମୁଖ୍ୟତଃ ମାକ୍ରୋଇକୋନୋମିକ୍ସ ଓ ରାଜନୈତିକ ଅର୍ଥବ୍ୟବସ୍ଥା ଉପରେ ପର୍ଯ୍ୟବସିତ ଥିଲା ।
ରଚିତ ପୁସ୍ତକ[ସମ୍ପାଦନା]
ପ୍ରଭାତ ପଟ୍ଟନାୟକ ଲେଖିଥିବା ପୁସ୍ତକଗୁଡ଼ିକ :
- Time, Inflation and Growth (1988)
- Economics and Egalitarianism (1990)
- Whatever Happened to Imperialism and Other Essays (1995)
- Accumulation and Stability Under Capitalism (1997)
- The Retreat to Unfreedom (2003)
- The Value of Money (2008)[୮]
- Re-envisioning Socialism (2011)[୯]
ଦିଲ୍ଲୀରୁ ପ୍ରକାଶିତ Social Scientist(୧୯୭୨-୨୦୧୫) ନାମକ ପତ୍ରିକାକୁ ସେ ସମ୍ପାଦନା କରୁଥିଲେ ।[୧୦]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଉତ୍କଳ ରତ୍ନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୮ [୧୧]
- ଡକ୍ଟରେଟ (ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ) - ୨୦୧୨[୧୨]
ଆଧାର[ସମ୍ପାଦନା]
- ↑ http://www.un.org/ga/president/63/PDFs/Prabhat_Patnaik.pdf
- ↑ https://indianexpress.com/profile/columnist/prabhat-patnaik/
- ↑ https://thewire.in/author/prabhat-patnaik
- ↑ https://www.thehindu.com/profile/author/prabhat-patnaik/
- ↑ https://www.frontline.in/profile/author/PRABHAT-PATNAIK/
- ↑ Philip Arestis; Malcolm C. Sawyer (1 January 2001). A Biographical Dictionary of Dissenting Economists. Edward Elgar Publishing. pp. 487–. ISBN 978-1-84376-139-6.
- ↑ http://www.universityofcalicut.info/index.php?option=com_content&task=view&id=740
- ↑ https://www.thecitizen.in/index.php/en/contributer/detail/Prabhat%20Patnaik
- ↑ "Publishers' note on Re-envisioning Socialism". Retrieved 26 March 2011.
- ↑ "Digital South Asia Library: Social Scientist". University of Chicago. Retrieved 2015-01-19.
- ↑ https://www.pratinidhiodia.in/page_details.php?id=24736
- ↑ https://www.soas.ac.uk/about/fellows/professor-prabhat-patnaik/