କାର୍ତ୍ତିକ ଚନ୍ଦ୍ର ରଥ
କାର୍ତ୍ତିକ ଚନ୍ଦ୍ର ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବ୍ରହ୍ମପୁର | ୨୧ ମାର୍ଚ୍ଚ ୧୯୪୯
ମୃତ୍ୟୁ | ୧ ଅପ୍ରେଲ ୨୦୧୯ | (ବୟସ ୭୦)
ବୃତ୍ତି | ପ୍ରାଧ୍ୟାପକ (ଅର୍ଥନୀତି ବିଭାଗ) |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ବିଷୟ | ନାଟକ, ଏକାଙ୍କିକା, ନୃତ୍ୟନାଟିକା |
ସାହିତ୍ୟ କୃତି | ନିଃସଙ୍ଗ ବିସର୍ଗ |
ପୁରସ୍କାର | କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
କାର୍ତ୍ତିକ ଚନ୍ଦ୍ର ରଥ (୨୧ ମାର୍ଚ୍ଚ ୧୯୪୯ - ୧ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ନାଟ୍ୟକାର ।[୧] ସେ ୧୦୦ରୁ ଉର୍ଦ୍ଧ ନାଟକ ରଚନା କରିସାରିଛନ୍ତି ଓ ୧୯୯୩ ମସିହାରୁ କଟକରେ ବିଶ୍ୱ ନାଟ୍ୟ ମେଳା (ଇଣ୍ଡିଆ ଥିଏଟର ଅଲମ୍ପିଆଡ଼)ର[୨] ଆୟୋଜନ କରିଆସୁଛନ୍ତି ।[୩]
ଜୀବନୀ
[ସମ୍ପାଦନା]କାର୍ତ୍ତିକ ଚନ୍ଦ୍ର, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪] ରେଭେନ୍ସା କଲିଜିଏଟ ସ୍କୁଲରେ ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ "ଏଇ ଦେଶ ଏଇ ମାଟି" ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ "ଜୀବନ ଯଜ୍ଞ" । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ୧୯୮୯ରେ କଟକ ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ "କଟକ ନଗର ବରଷ ହଜାର" । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ୱ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା । ୨୦୧୯ ମସିହା ଅପ୍ରେଲ ୧ ତାରିଖ ଦିନ କଟକଠାରେ[୫] ହୃଦ୍ଘାତ କାରଣରୁ ତାଙ୍କର ମୃତ୍ୟୁ ହେଇଥିଲା ।[୬]
ରଚନାବଳୀ
[ସମ୍ପାଦନା]ନାଟକ
[ସମ୍ପାଦନା]- ଏଇ ଦେଶ ଏଇ ମାଟି
- ଅସ୍ତସୂର୍ଯ୍ୟ ଶ୍ମଶାନ
- ଆଗାମୀ ଅତୀତ
- ଇଶ୍ୱର ଜଣେ ଯୁବକ
- କଟକ ନଗର, ବରଷ ହଜାର[୭]
- କଳା ଓ କଳଙ୍କ
- କ୍ରୀତଦାସ[୮]
- ବହ୍ନିମାନ[୮]
- ଯାତ୍ରୀ[୯]
- ସବୁଜ ସୂର୍ଯ୍ୟ[୧୦]
- ରକ୍ତର ଫୁଲ[୧୧]
- ମାଂସର ଫୁଲ[୯]
- ଯଉଘର[୧୨]
- ନିଃସଙ୍ଗ ବିସର୍ଗ[୧୩]
- ପାଦ ତଳର ଆକାଶ[୧୧]
- ସର୍ବନାମ
- ସୀମିତ ସମ୍ପର୍କ
- ଜଙ୍ଗଲୀ ସହର
- ସହିଦ ଭଗତ ସିଂହ
- ଜୀବନ ଯଜ୍ଞ
- ସ୍ମୃତି, ସାନ୍ତ୍ୱନା ଓ ଶୂନ୍ୟତା[୧୪]
- ଚଇତି ଘୋଡ଼ା[୯]
- ତୃତୀୟ ପୃଥିବୀ[୮]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୪-୯୫[୧୫]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫[୧୬]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଗଞ୍ଜାମ କଳା ପରିଷଦ
- ବିହାର ଆର୍ଟ ଥିଏଟର
- ଆହ୍ଲାବାଦ ନାଟ୍ୟ ସଂଘ
ଆଧାର
[ସମ୍ପାଦନା]- ↑ Dash, Sanchita. "Kartik Chandra Rath – Theatrically Yours". the Broken Scooter. Archived from the original on 1 March 2017. Retrieved 29 August 2016.
- ↑ "ଆର୍କାଇଭ୍ କପି". Archived from the original on 2015-02-23. Retrieved 2015-02-05.
{{cite web}}
: Cite has empty unknown parameter:|1=
(help) - ↑ Jaiswal, Binita. "Kartik Chandra Rath: In the field of culture, men and women are equal". The Times of India. Retrieved 29 August 2016.
- ↑ "ଧରିତ୍ରୀ ଆଳାପ". ଧରିତ୍ରୀ ୨୯/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 11 February 2019.
- ↑ "Renowned dramatist Kartik Chandra Rath dies at 71 in Cuttack". newindianexpress.com. Retrieved 2 April 2019.
- ↑ "ପରଲୋକରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ". dharitriepaper.in. Retrieved 24 February 2021.
- ↑ Kartik Chandra Rath (1990). Kaṭaka Nagara, barasha hajāra. Oḍiśā Buk Shṭora.
- ↑ ୮.୦ ୮.୧ ୮.୨ Kartik Chandra Rath (1977). Bahnimān. Jagannātha Ratha.
- ↑ ୯.୦ ୯.୧ ୯.୨ Kartik Chandra Rath (1979). Yātrī. Kaḷiṅga Shṭuḍenṭas Shṭora.
- ↑ Kartik Chandra Rath (1981). Sabuja Sūryya. Kaṭaka Shṭuḍeṇṭas Shṭora.
- ↑ ୧୧.୦ ୧୧.୧ Kartik Chandra Rath (1997). Raktara phula. Sudhā Prakāśana.
- ↑ Kartik Chandra Rath (1972). Jaughara: nāṭaka. Je. Mahāpātra.
- ↑ Kartik Chandra Rath (1982). Niḥsaṅga bisarga. Oḍiśā Buk Shṭora.
- ↑ Kartik Chandra Rath (1978). Smr̥ti, sāntvanā, o śūnyatā. Oḍiśā Buk Shṭora.
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 29 August 2016.