କୁଞ୍ଜବିହାରୀ ତ୍ରିପାଠୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୁଞ୍ଜବିହାରୀ ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ ୪ ସେପ୍ଟେମ୍ବର ୧୯୧୧(1911-09-04)
ପଥୁରିପଡ଼ା, ବାଙ୍କୀ, କଟକ
ମୃତ୍ୟୁ ୧୫ ଜୁନ ୨୦୦୧ (୮୯ ବର୍ଷ)
ପ୍ରଫେସରପଡ଼ା, କଟକ
ଜାତୀୟତା ଭାରତୀୟ
ଶିକ୍ଷା ସ୍ନାତକୋତ୍ତର (ସଂସ୍କୃତ)
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧି ଶିକ୍ଷାବିତ ଓ ଗବେଷକ
ପୁରସ୍କାର ସାରଳା ସମ୍ମାନ, ୧୯୮୮

କୁଞ୍ଜବିହାରୀ ତ୍ରିପାଠୀ, ଜଣେ ଓଡ଼ିଆ ଶିକ୍ଷାବିତ ଓ ଭାଷା ଗବେଷକ ଥିଲେ ।[୧] ସଂସ୍କୃତ ଓ ପାଲି ଭାଷାରେ ମଧ୍ୟ ସେ ଦକ୍ଷ ଥିଲେ ।[୨]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

କୁଞ୍ଜବିହାରୀ ୧୯୧୧ ମସିହା ସେପ୍ଟେମ୍ବର ୪ ତାରିଖ ଦିନ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ପଥୁରିପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବିଦ୍ୟାର୍ଥୀ ଜୀବନ ସୁ-ଗ୍ରାମ ନିକଟସ୍ଥ ବରପୁଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ସେ ବାଙ୍କୀ ଡମପଡ଼ା ଉଚ୍ଚ ବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ ପଢ଼ିଥିଲେ । ଏଠାରେ ସେ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଥିଲେ । ଛାତ୍ର ଜୀବନରୁ ହିଁ ସେ ଆମିଷ ଭୋଜନ ତ୍ୟାଗ କରିସାରିଥିଲେ । ପାନ ଖାଉଥିଲେ, ଅବଶ୍ୟ ପରେ ପାନଖିଆ ମଧ୍ୟ ଛାଡି ଦେଇଥିଲେ । ପାଟନା ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଓ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ସେ ଆଇନ ମଧ୍ୟ ପଢ଼ିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୩୮ ମସିହାରେ କୁଞ୍ଜବିହାରୀ ରେଭେନ୍ସା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା ପୂର୍ବରୁ ସେ ଓକିଲାତି କରୁଥିଲେ । ସେ ଓଡ଼ିଆ ଅଭିଲେଖ, ଲିପି, ଭାଷା ଆଦିର ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ଓଡ଼ିଆ, ଇଂରାଜୀହିନ୍ଦୀ ଭାଷାରେ ଗବେଷଣାତ୍ମକ ନିବନ୍ଧମାନ ରଚନା କରିଥିଲେ । ୧୯୪୯ ମସିହାରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବାକୁ ଲଣ୍ଡନ ବିଶ୍ୱବିଦ୍ୟାଳୟ ଯାଇଥିଲେ । ୧୯୫୩ମସିହାରେ ସେ ପିଏଚଡ଼ି ହାସଲ କରି ସେଠାରୁ ଫେରିଥିଲେ । ତାଙ୍କ ଗବେଷଣାର ସନ୍ଦର୍ଭ ଥିଲା ଦ ଇଭଲ୍ୟୁସନ ଅଫ ଓଡ଼ିଆ ଲାଙ୍ଗୁଏଜ ଆଣ୍ଡ ସ୍କ୍ରିପଟ । ୧୯୬୮ ମସିହାରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଯୋଗ ଦେଇଥିଲେ । ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦି ବିଷୟରେ ସେ ଆଜୀବନ ଗବେଷଣା କରିଥିଲେ ।

ରଚନାବଳୀ[ସମ୍ପାଦନା]

  • The Origin & Development of Oriya Language[୩]
  • ଦ ଇଭଙ୍ଗୁସନ୍ ଅଫ୍ ଓଡ଼ିଆ ଲାଙ୍ଗୁଏଜ୍ ଆଣ୍ଡ ସ୍କ୍ରିପ୍ଟ
  • ଓଡ଼ିଆ ଭାଷା ଓ ଲିପିର ବିବର୍ଭନ[୪]
  • ବିଲାତରେ ଓଡ଼ିଆ ପୋଥି
  • ଆମ ଘର ପୋଥି
  • ଓଡ଼ିଆ ଲିପି ତତ୍ତ୍ଵ
  • ପୁଷ୍ଠାଞ୍ଜଳି(କବିତା ସଂକଳନ)
  • ବନ୍ଦଳିକା (କବିତା ସଂକଳନ)[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସାରଳା ସମ୍ମାନ, ୧୯୮୮
  • ସାହିତ୍ୟ ବିଶାରଦ (ପୁରୀ ଗଜପତି ମହାରାଜଙ୍କଦ୍ଵାରା ପ୍ରଦତ୍ତ)

୨୦୦୧ ମସିହା ଜୁନ ୧୫ତାରିଖରେ କଟକ ପ୍ରଫେସରପଡ଼ାସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. Mohan Lal (୧୯୯୨). Encyclopaedia of Indian Literature: Sasay to Zorgot. Sahitya Akademi. pp. ୧୨–. ISBN ୯୭୮-୮୧-୨୬୦-୧୨୨୧-୩. 
  2. http://bankicollege.org/college.php?action=aboutUs
  3. Kunja Bihari Tripathy (୨୦୦୧). The Origin & Development of Oriya Language. Orissa Sahitya Akademi. ISBN ୯୭୮-୮୧-୭୫୮୬-୦୬୮-୧. 
  4. The evolution of Oriya language and script. 
  5. "'ସାହିତ୍ୟ ବିଶାରଦ' ଡ଼ କୁଞ୍ଜବିହାରୀ". ସମ୍ବାଦ ୦୪/୦୯/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪. 4 September 2015. http://sambadepaper.com/Details.aspx?id=190731&boxid=25758398. Retrieved 4 September 2015. 
  6. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୫/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୨. http://www.sambadepaper.com/Details.aspx?id=363208&boxid=379734. Retrieved 15 June 2017.