ସାଧୁ ମେହେର

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ

ସାଧୁ ମେହେର
ସାଧୁ ମେହେର (ବାମ), ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (ଡାହାଣ)ଠାରୁ ପଦ୍ମଶ୍ରୀ ଗ୍ରହଣ କରୁଛନ୍ତି
ଜନ୍ମ (1940-01-01) ୧ ଜାନୁଆରୀ ୧୯୪୦ (ବୟସ ୮୩)
ଗୁଡଭେଲିପଦର, ବୌଦ୍ଧ, ଓଡ଼ିଶା
ବୃତ୍ତିଅଭିନେତା, ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୬୯-ଏବେଯାଏଁ
ପୁରସ୍କାର(ଗୁଡ଼ିକ)ପଦ୍ମଶ୍ରୀ, ୨୦୧୭,
ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ରାଷ୍ଟ୍ରୀୟ ପୁରସ୍କାର, ୧୯୭୪

ସାଧୁ ମେହେର (ଜନ୍ମ ୧ ଜାନୁଆରୀ ୧୯୪୦) ଜଣେ ପଦ୍ମଶ୍ରୀ ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ।[୧]

ସାଧୁ, ୧୯୪୦ ମସିହା ଜାନୁଆରୀ ପହିଲା ତାରିଖରେ ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତା ଜଣେ ବୁଣାକାର ଥିଲେ । ସୋନପୁର ସହରରେ ସେ ନିଜର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ । ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ । ଅଭିନୟରେ ସେ ଏପରି ମଗ୍ନ ଥିଲେ ଯେ, ମଞ୍ଚରେ ଅଭିନୟ କରୁଥିବା ସମୟରେ ତାଙ୍କୁ ପିତାଙ୍କ ମୃତ୍ୟୁଖବର ମିଳିଥିଲା, କିନ୍ତୁ ସେ ମଞ୍ଚଛାଡ଼ି ନଯାଇ ଅଭିନୟ ସମାପ୍ତ କରିଥିଲେ । ସ୍ନାତକ ଶିକ୍ଷାପରେ, ସେ କଲିକତାର ରବୀନ୍ଦ୍ର ଭାରତୀ ଯାଇଥିଲେ ଅଭିନୟରେ ଡିପ୍ଲୋମା କରିବା ପାଇଁ । ସେଠାରେ, ମଞ୍ଚ ଓ ସିନେମା ପ୍ରଭାବରେ ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ ହୋଇଥିଲା । ସେ ପୁନାର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଯାଇ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ । ତାପରେ ସେ ଥିଏଟରରେ ଯୋଗଦେଲେ ଓ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରିଥିଲେ ।

କଥାଚିତ୍ର ଜୀବନ[ସମ୍ପାଦନା]

୧୯୬୯ ମସିହାରେ ସେ ଭୂବନ ସୋମ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ଏକ ମୂକ ପକ୍ଷୀଧରାଳୀ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା । ସାଧୁ ୨୮ରୁ ଅଧିକ ଓଡ଼ିଆ, ବଙ୍ଗଳାହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ଇଛା ପୂରଣ, ୨୭ ଡାଉନ୍, ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଚରାଚର, ଉତ୍ତରଣ ଆଦି ହିନ୍ଦୀ ଚଳଚ୍ଚିତ୍ର ସେଥି ମଧ୍ୟରୁ ଅନ୍ୟତମ । ୧୯୭୭ ମସିହାରେ ସେ ନିଜ ପ୍ରଥମ ଓଡ଼ିଆ କଥାଚିତ୍ର ଅଭିମାନର ନିର୍ଦ୍ଦେଶନା କରିଥିଲେ, ଅଭିମାନ ଥିଲା ଅଭିନେତା ଉତ୍ତମ ମହାନ୍ତିଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ତାପରେ, ସେ ଅଭିଳାଷ, ଅପରିଚିତା, ଗୋପରେ ବଢୁଚି କଳାକହ୍ନେଇ ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ଶୀତ ରାତି, ଭୁଖା ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଜୟ ଜଗନ୍ନାଥ ୨୦୦୭ ସବ୍ୟସାଚୀ ମହାପାତ୍ର
ବାବୁଲା ୧୯୮୫ ସାଧୁ ମେହେର
କସ୍ତୁରୀ ୧୯୮୭ ଜେ. ଏଚ. ସତ୍ତାର
ଅପରିଚିତା ୧୯୮୦ ସାଧୁ ମେହେର

ମାନ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ, ୨୦୧୭[୩]
  • ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ଜାତୀୟ ପୁରସ୍କାର, ୧୯୭୪[୪]
  • ଜୟଦେବ ସମ୍ମାନ[୫]
  • ଭାରତୀୟ ପାନୋରମା ତଥା ଜାତୀୟ ପୁରସ୍କାର ଚୟନ ସମିତିରେ ଅନେକ ଥର ଜୁରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ

ବର୍ତ୍ତମାନ, ସେ ନିଜ ଗ୍ରାମ ଗୁଡଭେଲିପଦରରେ ରହି ମଞ୍ଚ ନିର୍ଦ୍ଦେଶନା ସହିତ ଜଡ଼ିତ ଅଛନ୍ତି ।[୬]

ଆଧାର[ସମ୍ପାଦନା]

  1. cinemasagar.comରେ ସାଧୁ ମେହେର
  2. "ସାଧୁ ମେହେରଙ୍କ ବିଷୟରେ କେତୋଟି କଥା". ଓଡ଼ିଶା ଡଟ୍ କମ୍. Retrieved 26 June 2016.
  3. "Padma Awards 2017 announced". PIB, Govt. of India, MHA. Retrieved 25 January 2017.
  4. "22nd National Film Festival (1975)" (PDF). dff.nic.in. Directorate of Film Festivals. p. 14. Retrieved 30 July 2011.
  5. "Starry Nite marks state film awards- Orissa- IBNLive". ibnlive.in.com. 2011. Retrieved 16 January 2013. In the absence of veteran film actor-director Sadhu Meher, the Jaydev Award-2008 for Lifetime Achievement was received by his friend[permanent dead link]
  6. http://www.odisha.com/archives/23690

ଅଧିକ ତଥ୍ୟ[ସମ୍ପାଦନା]