ମାଗୁଣି ଚରଣ କୁଅଁର
ମାଗୁଣି ଚରଣ କୁଅଁର | |
---|---|
![]() | |
ଜନ୍ମ | |
ଜାତୀୟତା | ଭାରତୀୟ |
ନାଗରିକତା | ![]() |
ବୃତ୍ତି | କାଠି କଣ୍ଢେଇ ନୃତ୍ୟ ବିନ୍ଧାଣୀ |
Organization | ବିଶ୍ୱକର୍ମା କଳାକୁଞ୍ଜ |
Style | କାଠି କଣ୍ଢେଇ |
ପିତାମାତା(s) | ବୈଷ୍ଣବ ଚରଣ କୁଅଁର, ଡମଣୀ ଦେବୀ |
ପୁରସ୍କାର(ଗୁଡ଼ିକ) | ପଦ୍ମଶ୍ରୀ - ୨୦୨୩, କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ - ୨୦୦୪, ଉପେନ୍ଦ୍ର ଭଞ୍ଜ ସମ୍ମାନ-୨୦୧୨ |
ମାଗୁଣି ଚରଣ କୁଅଁର, (ଜନ୍ମ: ୧୨ ଫେବୃଆରୀ ୧୯୩୭)[୨] କାଠି କଣ୍ଢେଇ ନାଚର ଜଣେ ଦକ୍ଷ ବିନ୍ଧାଣୀ ।[୩] ଓଡ଼ିଶାରେ କାଠି କଣ୍ଢେଇ ନାଚକୁ ସେ ବଞ୍ଚେଇ ରଖିଛନ୍ତି । ପିଲାଦିନରୁ ମାଟି କଣ୍ଢେଇ ଗଢିବାର ଘର ପରମ୍ପରାକୁ ଆଦରୀ ନେଇଥିବା ମାଗୁଣି ଚରଣ, ଦିନରେ ମାଟି କଣ୍ଢେଇ ଗଢୁଥିଲେ ଓ ରାତିରେ ଗାଁ ରାମଲୀଳାରେ ଗୀତ ଗାଉଥିଲେ ଓ ବାଜା ବଜଉଥିଲେ ।[୪] ୧୬ ବର୍ଷ ବୟସରେ, ତାଙ୍କ କଣ୍ଢେଇର ଜଣେ ଗ୍ରାହକ, ମକ୍ରଧ୍ୱଜ ଝରାଙ୍କ ପରାମର୍ଶରେ, ମାଗୁଣି ଚରଣ କାଠି କଣ୍ଢେଇ ନାଚକୁ ଆଦରି ନେଇଥିଲେ ଓ ଏ ପର୍ଯ୍ୟନ୍ତ ଏହି କଳା ପ୍ରଦର୍ଶନ କରିଆସୁଛନ୍ତି । [୫]
୧୯୫୫ ମସିହାରେ, ମାଗୁଣି ଚରଣ ନିଜର ୫ ଜଣ ସହାୟକ ଓ ମାତ୍ର ୪ଟଙ୍କା ପୁଞ୍ଜିକୁ ଆଧାର କରି ବିଶ୍ୱକର୍ମା କଳାକୁଞ୍ଜ ନାମକ ସଂସ୍ଥା ଗଠନକରି, ଆଧୁନିକ ଢଙ୍ଗରେ କାଠି କଣ୍ଢେଇ ନାଚର ପ୍ରଦର୍ଶନ ଆରମ୍ଭ କରିଥିଲେ ।[୬] ମାଗୁଣି ଚରଣ ଏକାଧାରରେ କଣ୍ଢେଇ ନିର୍ମାଣ କରିବା, ଯାତ୍ରାର ସଂଳାପ ଲେଖିବା ଓ ଯାତ୍ରାର ସଙ୍ଗୀତ ନିର୍ଦ୍ଦେଶନା ଦେବା ଆଦି କାମ କରିପାରିଥାନ୍ତି । ସେ ପୁରୁଷ, ମହିଳା, ପଶୁପକ୍ଷୀ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର କଣ୍ଠସ୍ୱର ମଧ୍ୟ ସୃଷ୍ଟି କରିପାରନ୍ତି । ସାମୟିକ କଥାବସ୍ତୁ ଓ ପୌରାଣିକ ଗାଥାକୁ ନେଇ ସେ କଣ୍ଢେଇ ନାଚ ପରିବେଷଣ କରିଥାନ୍ତି । [୭]
ରାଜ୍ୟ ଓ ରାଜ୍ୟ ବାହାରେ ବହୁ ସ୍ଥାନରେ କଣ୍ଢେଇ ନାଚ ପରିବେଷଣ କରି ବହୁ ପୁରସ୍କାର ଜିତି ସାରିଥିବା ମାଗୁଣି ଚରଣ କିନ୍ତୁ ନିଜ କଳାର ଭବିଷ୍ୟତକୁ ନେଇ ସନ୍ଦିହାନ ସ୍ଥିତିରେ ଅଛନ୍ତି । ପୃଷ୍ଟପୋଷକତାର ଅଭାବ ଓ ପରପୁରୁଷମାନଙ୍କର ଏ କଳାପ୍ରତି ଅନାଗ୍ରହ ଯୋଗୁ, ଏ କଳା ଲୋପପାଇଯିବାର ଆଶଂକା ରହିଛି ।[୮]
୨୦୨୩ ମସିହାରେ ମାଗୁଣିଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ପ୍ରଦାନ କରାଯାଇଥିଲା ।[୯]
ଗାଲେରି[ସମ୍ପାଦନା]
-
ମାଗୁଣି ଚରଣ କୁଅଁର କଲିକତାରେ କାଠି କଣ୍ଢେଇ ନାଚ ପ୍ରଦର୍ଶନ କରୁଛନ୍ତି
-
ମାଗୁଣି ଚରଣ କୁଅଁରଙ୍କ ଅନୁଷ୍ଠାନ ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜର ମଞ୍ଚ
-
ମାଗୁଣି ଚରଣ କୁଅଁର କଲିକତାରେ କାଠି କଣ୍ଢେଇ ନାଚ ପ୍ରଦର୍ଶନ କରୁଛନ୍ତି
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ୧୯୮୪- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ
- ୨୦୦୪ - କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ[୧୦]
- ୨୦୧୨ - ଉପେନ୍ଦ୍ର ଭଞ୍ଜ ସମ୍ମାନ[୧୧]
- ୨୦୧୪ - ବୁଦ୍ଧ ସମ୍ମାନ[୧୨]
- ୨୦୨୩ - ପଦ୍ମଶ୍ରୀ[୯]
ଆଧାର[ସମ୍ପାଦନା]
- ↑ http://www.hindu.com/fr/2007/06/29/stories/2007062951040200.htm
- ↑ "କଣ୍ଢେଇ ମୁଣ୍ଡ ଟେକିବା ଅବସ୍ଥାରେ ନାହିଁ". dharitri.com. Retrieved 9 March 2021.
- ↑ http://indianfolklore.org/TataFellowships/?p=710
- ↑ "କାଠରେ ଯିଏ ଜୀବନ ଦିଅନ୍ତି". ସମାଜ. 26 February 2017. Retrieved 28 February 2017.
- ↑ http://www.timescrest.com/coverstory/comeback-time-for-puppets-5286
- ↑ ରାଉତ, ଫକୀର ଚରଣ. "କେନ୍ଦୁଝରର କାଠ କଣ୍ଡେଇ ନାଚ" (PDF). ଉତ୍କଳ ପ୍ରସଙ୍ଗ (ସେପ୍ଟେମ୍ବର-ଅକ୍ଟୋବର ୨୦୧୪): ୧୦୫, ୧୦୬. Retrieved 2 July 2019.
- ↑ http://www.odisha.com/20070115/fullstory/art.html
- ↑ http://www.telegraphindia.com/1120523/jsp/odisha/story_15519044.jsp#.UyktdM6OyVE
- ↑ ୯.୦ ୯.୧ https://www.padmaawards.gov.in/Content/PadmaAwardees2023.pdf
- ↑ http://www.odisha.com/20050827/fullstory/Arts.award.Orissa.html
- ↑ http://www.newindianexpress.com/states/odisha/Upendra-Bhanja-Samman-for-Maguni-Kuanr-Damodar-Hota/2013/11/30/article1919892.ece#.UykuAs6OyVE
- ↑ http://www.thestatesman.net/news/39488-dhauli-kalinga-mahotsav.html