ଶତ୍ରୁଘ୍ନ ନାଥ

ଉଇକିପିଡ଼ିଆ‌ରୁ
ଶତ୍ରୁଘ୍ନ ନାଥ
Born
ଶତ୍ରୁଘ୍ନ ନାଥ

(1915-02-01)୧ ଫେବୃଆରୀ ୧୯୧୫
ଉତ୍ତରବାହିନୀ, ପୁରୁଣା ବଜାର, ଭଦ୍ରକ ଜିଲ୍ଲା
Died୧୦ ମାର୍ଚ୍ଚ ୨୦୦୬(2006-03-10) (ବୟସ ୯୧)
Nationalityଭାରତୀୟ
Educationସ୍ନାତକୋତ୍ତର (ଶିକ୍ଷା ଶାସ୍ତ୍ର)
Alma materରେଭେନ୍ସା ମହାବିଦ୍ୟାଳୟ,
ଲଣ୍ଡନ ବିଶ୍ୱବିଦ୍ୟାଳୟ
Known forଶିକ୍ଷାବିତ ଓ ସାହିତ୍ୟିକ
Parent(s)ଭିକାରୀ ଚରଣ ନାଥ, ଗଣ୍ଡେଇ ଦେଈ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ

ଶତ୍ରୁଘ୍ନ ନାଥ (୧ ଫେବୃଆରୀ ୧୯୧୫ – ୧୦ ମାର୍ଚ୍ଚ ୨୦୦୬) ଜଣେ ଓଡ଼ିଆ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ଜଣେ ଗାନ୍ଧିବାଦୀ ପରୋପକାରୀ, ଦିଗଦର୍ଶକ, ସଂଗଠକ ଓ ସମାଜସେବୀ ଭାବରେ ମଧ୍ୟ ତାଙ୍କର ପରିଚୟ ରହିଛି । ସେ ମହିମା ଧର୍ମ ସହିତ ଜଡ଼ିତ ରହିଥିଲେ ।[୧] ଭୀମ ଭୋଇଙ୍କ ଉକ୍ତି, "ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ"କୁ ସେ ନିଜର ଜୀବନ ଆଦର୍ଶ ଭାବରେ ଗ୍ରହଣ କରି ନେଇଥିଲେ ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ଶତ୍ରୁଘ୍ନ ନାଥ, ୧୯୧୫ ମସିହା ଫେବୃଆରୀ ୧ରେ ଭଦ୍ରକର ପୁରୁଣା ବଜାରସ୍ଥିତ ଉତ୍ତରବାହିନୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭିକାରୀ ଚରଣ ନାଥ ଓ ମାତାଙ୍କ ନାମ ଗଣ୍ଡେଇ ଦେଈ ଥିଲା । ଭଦ୍ରକରୁ ସ୍କୁଲ ଶିକ୍ଷା ସମାପ୍ତ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରି ଆଇ.ଏସ.ସି ଓ ବି.ଏ ପାସ କରିଥିଲେ । କଟକ ଟ୍ରେନିଂ କଲେଜରୁ ବି.ଇଡି ଲାଭ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଶତ୍ରୁଘ୍ନ, ୧୯୪୦ ମସିହାରେ, କଟକ ଟ୍ରେନିଂ କଲେଜରୁ ବି.ଇଡି ପାସ କରି, ଶିକ୍ଷକତା ଆରମ୍ଭ କରିଥିଲେ । ୧୯୪୬ ମସିହାରେ ବିହାର-ଓଡ଼ିଶା ଲୋକ ସଭା ଆୟୋଗଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇ, ବିଲାତ ଯାତ୍ରା କରିଥିଲେ । ସେଠାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୪୮ ମସିହାରେ ସେ ବିଲାତରୁ ଫେରି, କଟକ ଟ୍ରେନିଂ କଲେଜ ଓ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି କରିଥିଲେ । ପରବର୍ତ୍ତୀ ସମୟରେ, ସେ ରାଧାନାଥ ଟ୍ରେନିଂ କଲେଜ, ଭଦ୍ରକ ମହାବିଦ୍ୟାଳୟ, ଅନୁଗୁଳ ମହାବିଦ୍ୟାଳୟ ଆଦିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତିତ, ସେ ରାଜ୍ୟ ଶିକ୍ଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ, ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ, ରାଜ୍ୟ ସାକ୍ଷରତା ସାଧନ କେନ୍ଦ୍ରର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ସାହିତ୍ୟକୃତି[ସମ୍ପାଦନା]

ଶତ୍ରୁଘ୍ନ ନାଥ, ତାଙ୍କ ଜୀବନକାଳ ମଧ୍ୟରେ ୪୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଯାଇଛନ୍ତି ।

  • ଶିକ୍ଷାର ଧାରା
  • ବିଶ୍ୱବନ୍ଧୁ
  • ଜଗତର ଭାରତ
  • ମୌଳିକ ଶିକ୍ଷାନୀତି
  • ଆମ ଭାଷା ବିଭବ
  • ସଦାଚାର ଶିକ୍ଷା
  • ମହିମା ଧର୍ମ ପ୍ରକାଶ ବିକାଶ
  • ନବ ଅଭିଧାନ
  • ବିଶ୍ୱ ଓ ବ୍ୟକ୍ତି
  • ଜୀବନ ଶିକ୍ଷା[୨]
  • ଅନେକରେ ଏକ[୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୯୪ (ବିଶ୍ୱ ଓ ବ୍ୟକ୍ତି ପୁସ୍ତକ ପାଇଁ)[୪]
  • ଉତ୍କଳ ରତ୍ନ ସମ୍ମାନ [୫]
  • ଭୀମଭୋଇ ସ୍ମୃତି ସମ୍ମାନ
  • ମହାପୁରୁଷ ଅରକ୍ଷିତ ଦାସ ଧର୍ମଚକ୍ର ସମ୍ମାନ
  • ଉତ୍କଳ ଜ୍ୟୋତି ଉପାଧି

ଆଧାର[ସମ୍ପାଦନା]

  1. Ishita Banerjee-Dube (2009). Religion, Law and Power: Tales of Time in Eastern India, 1860-2000. Anthem Press. pp. 8–. ISBN 978-1-84331-783-8.
  2. http://www.nayagarhcollegeiqac.org.in/LibraryBooks.asp?pgno=435[permanent dead link]
  3. http://www.sncollegerajkanika.org.in/LibraryBooks.asp?pgno=68[permanent dead link]
  4. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  5. ପ୍ରମେୟ ୦୧/୦୨/୨୦୧୫ ପୃଷ୍ଠା ୮ରେ ପ୍ରକାଶିତ "ଉତ୍କଳ ରତ୍ନ ଶତ୍ରୁଘ୍ନ"