ହୃଷୀକେଶ ମଲ୍ଲିକ
Jump to navigation
Jump to search
ହୃଷୀକେଶ ମଲ୍ଲିକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଣିତିଆ, ଭଦ୍ରକ | ୫ ମାର୍ଚ୍ଚ ୧୯୫୫
ବୃତ୍ତି | ଅଧ୍ୟାପକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ହୃଷୀକେଶ ମଲ୍ଲିକ(ଜନ୍ମ : ୦୫ ମାର୍ଚ୍ଚ ୧୯୫୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଓ ସମ୍ପାଦକ ।[୧] ସେ ୧୦ଟି କବିତା ଗ୍ରନ୍ଥ ସହ ୨୦ଟି ପୁସ୍ତକ ରଚନା କରିଛନ୍ତି ।[୨]
ହୃଷୀକେଶ ୧୯୫୫ ମସିହାରେ ଭଦ୍ରକ ଜିଲ୍ଲାର ବାଣିତିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ ଗାଁରେ ବିତିଥିଲା । ଗାଁରେ ଭାଗବତ ପାରାୟଣ, ପାଠଚକ୍ର ଓ ଭୀମ ଭୋଇଙ୍କ ଭଜନ ଜଣାଣ ଶୁଣି ବଡ଼ ହୋଇଥିଲେ ଓ ଏ ସବୁ ତାଙ୍କ ଭିତରର କବିକୁ ଅନୁପ୍ରାଣିତ କରିଥିଲା । ସ୍କୁଲ ସମୟରୁ କବିତା ଓ ଗପ ଲେଖୁଥିଲେ । ପ୍ରଥମ କବିତା ଛୁଆ ବହଲା ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା । ଅଧ୍ୟାପନା ବୃତ୍ତିରୁ ସେ ୨୦୧୨ ମସିହାରୁ ଅବସର ଗ୍ରହଣ କରିସାରିଛନ୍ତି । ସମ୍ପ୍ରତି ସେ ଧରିତ୍ରୀ ଖବରକାଗଜରେ ଫିଚର ଓ ସାହିତ୍ୟ ବିଭାଗରେ ସମ୍ପାଦନା କାର୍ଯ୍ୟରେ ଲିପ୍ତ ଅଛନ୍ତି ।[୩]
ରଚନାବଳୀ[ସମ୍ପାଦନା]
- ଧାନ ସାଉଁଟା ଝିଅ - ୧୯୮୭
- ଉଜୁଡ଼ା କ୍ଷେତର ଗୀତ - ୧୯୯୧
- ଘଟ ଆକାଶ - ୧୯୯୮
- ଧର୍ମପତ୍ନୀ - ୨୦୦୦
- ଜୀବନ ନାମା - ୨୦୦୦
- ଧାନ ସାଉଁଟା ଝିଅ ଓ କବିତା ଆଉ କେଇଟି - ୨୦୦୧
- ସାଙ୍ଗୀ ଚନ୍ଦ୍ରସୂର୍ଯ୍ୟ - ୨୦୦୪
- ବସୁଷେଣ - ୨୦୦୬
- ଜେଜେ ଦେଖିନଥିବା ଭାରତ - ୨୦୧୫
- ରେବତୀ - ୨୦୧୬[୪]
【ଉପନ୍ୟାସ】
●ମାଳତୀର ବର (ଲେଖାଲେଖି, ଅକ୍ଟୋବର,୨୦୦୫)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮[୫]
- ଶାରଳା ପୁରସ୍କାର, ୨୦୧୬ (ଜେଜେ ଦେଖିନଥିବା ଭାରତ ପାଇଁ)[୬]
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୪
- ଝଙ୍କାର ବିଷୁବ କବିତା ପୁରସ୍କାର, ୨୦୧୧
- କାନ୍ତ କବି ପଦକ, ୧୯୭୬
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୮(ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୭]
ଆଧାର[ସମ୍ପାଦନା]
- ↑ Indian Literature. Sahitya Akademi. 2001.
- ↑ "୩୭ତମ ଶାରଳା ପୁରସ୍କାର ପାଇବେ ଡକ୍ଟର ହୃଷୀକେଶ ମଲ୍ଲିକ". odishalive.tv. Retrieved 5 March 2017.
- ↑ http://orissadiary.com/CurrentNews.asp?id=66615
- ↑ ସଂଚାର ୧୮/୦୯/୨୦୧୬ 'ସାହିତ୍ୟ ପ୍ରସ୍ଥ' ପୃଷ୍ଠା ୮-୯
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 5 March 2017.
- ↑ http://www.business-standard.com/article/pti-stories/dr-hrushikesh-mallick-to-get-prestigious-sarala-award-2016-116090300310_1.html
- ↑ ଧରିତ୍ରୀ ୧୨/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧ http://www.dharitri.com/e-Paper/Bhubaneswar/120318/p11.htm. Retrieved 12 March 2018. Missing or empty
|title=
(help)