କୁଙ୍କୁମ ମହାନ୍ତି
କୁଙ୍କୁମ ମହାନ୍ତି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକ, ରାଜନୀତି ବିଜ୍ଞାନ |
ପୁରାତନ ଛାତ୍ର | ଉତ୍କଳ ବିଶ୍ୱବିଦ୍ୟାଳୟ |
ବୃତ୍ତି | ପ୍ରଶାସକ |
ଜୀବନସାଥୀ | ମଦନ ମୋହନ ମହାନ୍ତି |
ସନ୍ତାନ | ୟଶମାଧବ, ୟଶପାଲ |
ପୁରସ୍କାର(ଗୁଡ଼ିକ) | ପଦ୍ମଶ୍ରୀ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର |
ୱେବସାଇଟ | http://www.geetagovinda.in/ |
କୁଙ୍କୁମ ମହାନ୍ତି ଜଣେ ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଅଟନ୍ତି । ସେ ୧୯୪୬ ମସିହା ସେପ୍ଟେମ୍ବର ୧୦ତାରିଖ ଦିନ କଟକଠାରେ ଜନ୍ମଗ୍ରହଣ କରିଥିଲେ ।[୧] ସେ କଳା ବିକାଶ କେନ୍ଦ୍ରରେ ଗୁରୁ କେଳୁଚରଣ ମହାପତ୍ରଙ୍କ ନିକଟରୁ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ ।[୨] ସେ ନିଜ ଅଭିନୟ ନିମନ୍ତେ ପରିଚିତ ।[୩] ସେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିଅଛନ୍ତି । [୪] ସଂପ୍ରତି ସେ ନିଜ ନୃତ୍ୟାନୁଷ୍ଠାନ ଗୀତଗୋବିନ୍ଦରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ନୃତ୍ୟ ତାଲିମ ପ୍ରଦାନ କରୁଅଛନ୍ତି । କୁମକୁମ୍ ମହାନ୍ତି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଏକ ବିଶିଷ୍ଟ ନାମ । ଓଡ଼ିଶୀ ନୃତ୍ୟର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି । ୧୯୫୦ରୁ ୧୯୬୦ରେ ଯେଉଁ ଅଳ୍ପ କେତେଜଣ ଗୁରୁ ଓ ନୃତ୍ୟଶିଳ୍ପୀ ଏହି ନୃତ୍ୟକୁ ଜାତୀୟ ଏବଂ ବିଶ୍ୱ ସ୍ତରରେ ପରିଚୟ ଦେଇଥିଲେ ସେମାନଙ୍କ ମଧୁରେ କୁମକୁମ୍ ମହାନ୍ତି ଅନ୍ୟତମ । ଓଡ଼ିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅନ୍ୟତମ ଶିଷ୍ୟା ଭାବରେ କୁମକୁମ୍ ଆଜି ମଧ୍ୟ ନୃତ୍ୟ ପରିବେଷଣ ଏବଂ ନୃତ୍ୟ ସଂରଚନା କ୍ଷେତ୍ରରେ ସକ୍ରିୟ ରହିଛନ୍ତି । ଅନେକ ଶିଷ୍ୟ ଶିଷ୍ୟା ଗଢ଼ି ଏବଂ ଅନେକ ନୂଆ ଚିନ୍ତା ଏବଂ ଚେତନାକୁ ନୃତ୍ୟରେ ପରିବେଷଣ କରି ସେ ଇତିହାସ ସୃଷ୍ଟି କରି ପାରିଛନ୍ତି । କୁମକୁମ୍ ମହାନ୍ତିଙ୍କ ଅଭିନୟ ଏବଂ ତାଙ୍କ ଅଙ୍ଗଭଙ୍ଗୀରେ ଆଜି ମଧ୍ୟ ଭରି ରହିଛି ଅପୂର୍ବ ଲାଳିତ୍ୟ ।
ପରିବାର ଓ ପିଲାଦିନ[ସମ୍ପାଦନା]
କୁମକୁମ ମହାନ୍ତିଙ୍କ ପତି ମଦନ ମୋହନ ମହାନ୍ତି ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ଜଣେ ପ୍ରଶାସନିକ ସେବା ଅଧିକାରୀ ଭାବରେ ସେ ଜିଲ୍ଲାପାଳଠାରୁ ଆରମ୍ଭ କରି, ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ମଦନ ମୋହନ, ଓଡ଼ିଶା ପାଇଁ ପ୍ରଥମଶ୍ରେଣୀ କ୍ରିକେଟ ଓ ଫୁଟବଲ ମଧ୍ୟ ଖେଳିଥିଲେ । ସେ ଓଡ଼ିଶା କ୍ରିକେଟ ଦଳ ପାଇଁ ୨୫ଟି ମ୍ୟାଚ ଖେଳିଥିଲେ ଓ ଅଧିନାୟକତ୍ୱ ମଧ୍ୟ କରିଥିଲେ [୫]। କୁମକୁମଙ୍କ ଦୁଇ ପୁତ୍ର ୟଶମାଧବ ଓ ୟଶପାଲ । ୟଶମାଧବ ଏକ କନସଲଟାନ୍ସୀ କାର୍ଯ୍ୟ କରୁଥିବା ବେଳେ, ୟଶପାଲ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରନ୍ତି । ୟଶପାଲ ଓଡ଼ିଶା ରଣଜୀ ଦଳରେ ଜଣେ ଉଇକେଟ ରକ୍ଷକ ଓ ବ୍ୟାଟ୍ସମ୍ୟାନ ଭାବରେ ଖେଳିଛନ୍ତି । [୬]୧୦ ସେପ୍ଟେମ୍ବର ୧୯୪୬ରେ ତାଙ୍କର ଜନ୍ମ କଟକ ସହରରେ । ବାପା ପ୍ରଫେସର ବାମାଚରଣ ଦାସ ଥିଲେ ଓଡ଼ିଶା ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ । ବାପା ଚାହୁଁଥିଲେ କୁମକୁମ ଶିକ୍ଷା କ୍ଷେତ୍ରରେ ଶୀର୍ଷସ୍ଥାନକୁ ଯାଆନ୍ତୁ କିନ୍ତୁ ମାଆ ଥିଲେ ତାଙ୍କର କଳାପ୍ରାଣ । ପିଲାଟି ଦିନରୁ କୁମକୁମଙ୍କ ଭିତରେ ଥିବା କୁନି ନୃତ୍ୟଶିଳ୍ପୀକୁ ମାଆ ବେଶ୍ ଉତ୍ସାହ ଦେଉଥିଲେ । ଷାଠିଏ ଦଶକରେ କଟକ ଥିଲା ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର । ସେଠି ଏକ ସମ୍ଭ୍ରାନ୍ତ ପରିବାରର ଝିଅ ସେତେବେଳେ ନାଚ ଶିଖିବା ବେଶ କଠିନ କାମ ଥିଲା । ୧୧ ବର୍ଷ ବୟସରୁ କୁମକୁମ୍ କଟକର କଳା ବିକାଶ କେନ୍ଦ୍ର , ଗୁରୁ କେଳୁ ଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଗୁରୁଜୀ ତାଙ୍କୁ ପିଲାଟି ଦିନରୁ ଜଣେ ଆଦର୍ଶ ନୃତ୍ୟଶିଳ୍ପୀ ଭାବରେ ଗଢ଼ିବା ଲାଗି ସବୁ ପ୍ରକାର ଉଦ୍ୟମ କରିଥିଲେ । କୁମକୁମ୍ ଶିକ୍ଷା ଓ କଳାକୁ ସମାନ ଭାବରେ ଗୁରୁତ୍ୱ ଦେଉଥଲେ । ୧୯୬୭ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର ଡିଗ୍ରୀ ହାସଲ କରିବା ସହିତ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେହି ସମୟରେ ଗୁରୁ କେଳୁଚରଣଙ୍କ ଶିଷ୍ୟା ଭାବରେ ସେ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍ ଖ୍ୟାତି ହାସଲ କରି ସାରିଥିଲେ ।[୭]
କଳାକାର ଜୀବନ[ସମ୍ପାଦନା]
ନୃତ୍ୟଶିଳ୍ପୀ ଭାବରେ କୁମକୁମଙ୍କର ପ୍ରତିଭାକୁ ତାଙ୍କ ଗୁରୁ ପିଲାଟି ଦିନରୁ ସଜାଡି ଆସିଛନ୍ତି । ଗୁରୁ ଭୁବନେଶ୍ୱର ମିଶ୍ର ଓ କେଳୁଚରଣ ତାଙ୍କ ଘରେ ବସି ଓଡ଼ିଶୀ ନୃତ୍ୟର ଅନେକ ଐତିହାସିକ ସଂରଚନା ପ୍ରସ୍ତୁତ କରିଥିଲେ । ୧୯୭୦ରେ ସର୍ବଭାରତୀୟ ସିଭିଲ୍ ପରୀକ୍ଷାରେ ସେ ସଫଳ ହୋଇ ଏଲାୟଡ ସର୍ଭିସରେ ଯୋଗ ଦିଅନ୍ତି । ତାର ଠିକ୍ ଦୁଇବର୍ଷ ପରେ ମଦନ ମୋହନ ମହାନ୍ତିଙ୍କ ସହ ତାଙ୍କର ବିବାହ ଅନୁଷ୍ଠିତ ହୁଏ । ଚାକିରୀର ପ୍ରଥମ କିଛିବର୍ଷ ଭାରତୀୟ ପୋଷ୍ଟାଲ୍ ସର୍ଭିସରେ ରହିବା ପରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ସଂସ୍କୃତି ବିଭାଗରେ ଅବସ୍ଥାପିତ କରନ୍ତି । ଜଣେ ଶିଳ୍ପୀ ଭାବରେ ଓ ସରକାରୀ ଅଧିିକାରୀ ଭାବରେ ସେ ସଫଳତାର ସହ ନିଜ ଦାୟିତ୍ୱ ତୁଲାଇବାରେ ସଫଳ ହୁଅନ୍ତି । ରାଜ୍ୟ ସରକାରଙ୍କ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ସେ ଓଡ଼ିଶୀ ନୃତ୍ୟର ବ୍ୟାକରଣ ପ୍ରସ୍ତୁତ କରିବା ସହିତ ଅନେକ ନୂଆ ପଦେକ୍ଷପ ନେଇଥିଲେ ।
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ଜଣେ ବିଶିଷ୍ଟ ନୃତ୍ୟଶିଳ୍ପୀ ଭାବରେ ସେ ପୃଥିବୀର କୋଣ ଅନୁକୋଣରେ ନୃତ୍ୟ ପରିବେଷଣ କରିଛନ୍ତି । ନୃତ୍ୟ କ୍ଷେତ୍ରରେ ତାଙ୍କର ସାଧନା ଲାଗି ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୩), କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୪), ପଦ୍ମଶ୍ରୀ (୨୦୦୫), ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର, (୨୦୧୧ ), କାଳିଦାସ ସମ୍ମାନ (୨୦୧୬), ସମେତ ବହୁ ପୁରସ୍କାରର ସେ ଅଧିକାରିଣୀ ।
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୧[୮]
- ପଦ୍ମଶ୍ରୀ, ୨୦୦୫[୯]
- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୪[୧୦]
- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୩
- ଦ୍ୱିତୀୟ ନୃତ୍ୟଙ୍ଗଦା ସମ୍ମାନ [୧୧]
ଆଧାର[ସମ୍ପାଦନା]
- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 14 March 2013.
Born on September 10, 1946 to a family at Cuttack
- ↑ "Kumkum Mohanty". orissadiary.com. Retrieved 14 March 2013.
Kumkum Mohanty received her training in Odissi dance at Kala Vikash Kendra under the tutelage of Guru Kelucharan Mohapatra
- ↑ "Fest follows guruji's footsteps". telegraphindia.com. Retrieved 14 March 2013.
Kumkum is widely recognised for her immaculate abhinaya (a dance form) in Odissi.
- ↑ "Kumkum Mohanty". mapsofindia.com. Retrieved 14 March 2013.
Shrimati Mohanty is also the Special Secretary (Culture) to the Government of Orissa.
- ↑ "ମଦନ ମହାନ୍ତିଙ୍କ ପରଲୋକ". No. ସମ୍ବାଦ ୧୦।୦୨।୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 10 February 2022.
- ↑ ସମ୍ବାଦ ୧୭/୦୩/୨୦୧୫ ପୃଷ୍ଠା ୧୯
- ↑ "Kumkum Mohanty". Retrieved 19 March 2017.
- ↑ "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty, Oriya Orbit". orissadiary.com. 2011. Retrieved 14 March 2013.
Kumkum Mohanty to get Guru Kelucharan Mohapatra Award 2011.
- ↑ "Padma Awards Directory (1954-2009)" (PDF). Ministry of Home Affairs (India).
64 Smt. Kumkum Mohanty PS OR Art
{{cite web}}
: Text "Ministry of Home Affairs" ignored (help) - ↑ "SNA: Awardeeslist:: (Dance -Odissi)". sangeetnatak.gov.in. Retrieved 14 March 2013.
Kumkum Mohanty 1994
- ↑ "The Hindu : Other States / Orissa News : Kumkum Mohanty conferred 'Nrutyangada Samman'". hindu.com. 2011. Retrieved 14 March 2013.
Kumkum Mohanty was conferred the 2nd 'Nrutyangada Samman'