ଜିତେନ୍ଦ୍ର ହରିପାଲ

ଉଇକିପିଡ଼ିଆ ରୁ
Jump to navigation Jump to search

ଜିତେନ୍ଦ୍ର ହରିପାଲ (ଜିତେନ୍ଦ୍ରିୟ ହରିପାଳ ନାମରେ ମଧ୍ୟ ପରିଚିତ) ଜଣେ ପଦ୍ମଶ୍ରୀ ସମ୍ମାନିତ ଗାୟକ ।[୧] ସେ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହେଇଥିଲେ । ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ "ରଙ୍ଗବତୀ"ର ଉପସ୍ଥାପନା କଲେ । ଜିତେନ୍ଦ୍ର ସମ୍ବଲପୁରର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ରଙ୍ଗବତୀର ପ୍ରଭୁତା ସଫଳତା ପରେ କୋଶଳୀ ଭାଷାରେ ୧୦୦୦ରୁ ଉର୍ଦ୍ଧ ଗୀତ ଗାଇଥିଲେ । ଆକାଶବାଣୀ କଳାକାର ହିସାବରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତମାନ ସୁଦ୍ଧା ଦାରିଦ୍ରତାର କଷାଘାତରୁ ମୁକ୍ତ ହେଇ ପରି ନାହାନ୍ତି । [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ। ଅର୍ଥାଭାବ ଯୋଗୁଁ ଜିତେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଅଧାରେ ବନ୍ଦ କରିଥିଲେ । ଜିତେନ୍ଦ୍ର ତାଙ୍କ ପିଲା ଦିନରୁ ହିଁ ଗୀତ, ପାରମ୍ପାରିକ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ସଙ୍ଗୀତ ବିଦ୍ୟାଳୟରେ ନା ଲେଖିବାକୁ ଅର୍ଥ ନ ଥିବାରୁ ସେ ସ୍କୁଲ ବାହାରେ ଛିଡ଼ା ହେଇ ଶିଖୁଥିଲେ । ଏପରିକି ବର୍ଷାରେ ଭିଜି ଭିଜି ବାହାରେ ଠିଆ ହେଇ ସଙ୍ଗୀତ ଆଖଡ଼ାରୁ ଶିଖୁଥିଲେ । ସେ ନିଜେ କହନ୍ତି ଯେ ସେ ସବୁ ରାଗ ବିଷୟରେ ଜାଣୁଥିଲେ ମଧ୍ୟ ରାଗର ନା ଜାଣୁ ନଥିଲେ । ଜିତେନ୍ଦ୍ରଙ୍କ ପୁଅ ଓ ପୁତ୍ରବଧୂ ମଧ୍ୟ ଗାୟକ ଗାୟିକା । ଏବେ ଜିତେନ୍ଦ୍ର ସପରିବାର ସମ୍ବଲପୁର ଷ୍ଟେସନ ପାଖ ଝୋପଡ଼ି ଘରେ ରହନ୍ତି ।

ବୃତିଗତ ଜୀବନ[ସମ୍ପାଦନା]

"ସଙ୍ଗୀତକୁ ନେଇ ଜୀବିକା ନିର୍ବାହ କରି ହେବ ନାହିଁ , ମନ ସିନା ଭରି ହେବ, ପେଟ ନୁହେଁ " ଏହା ଜିତେନ୍ଦ୍ରଙ୍କ ଉକ୍ତି । ବାଧ୍ୟ ହେଇ ଜିତେନ୍ଦ୍ର ଶ୍ରମିକ ଭାବେ ବା ଅନ୍ୟ ଯେ କୌଣସି କାର୍ଯ୍ୟ ମିଳିଲେ କରି ଥାଆନ୍ତି । ତାଙ୍କ ଗୀତ ରଙ୍ଗବତୀ ଏତେ ବିଖ୍ୟାତ ହେଇଥିଲେ ମଧ୍ୟ ସେ ବିଶେଷ କିଛି ଲାଭ ପାଇ ନଥିଲେ । ରେକର୍ଡ଼ କରିଥିବା କମ୍ପାନୀ ହିଁ ସବୁ ଲାଭ ଅର୍ଜନ କଲା ।

୧୯୭୧ରୁ ସେ ଆକାଶବାଣୀରେ 'ବି' ଗ୍ରେଡ କଳାକାର ଭାବେ ନିଯୁକ୍ତି ପାଇ ଅନେକ ଲୋକ ଗୀତ, କୋଷଳୀ ଆଞ୍ଚଳିକ ଗୀତ ଗାଇଥିଲେ । ରଙ୍ଗବତୀ ୧୯୭୬ରେ ରେକର୍ଡ଼ ହେଇଥିଲେ ବି ସ୍ଵତ୍ତ୍ଵାଧୀକାର ବିବାଦ ହେତୁ ୭୮/୭୯ ଯାଏ ମୁକ୍ତିଲାଭ ହେଇ ପାରି ନଥିଲା । ପରେ ସେ ଗୀତ ଖୁବ ଲୋକପ୍ରିୟ ହେଲା, ପରେ କଲିକତାର ରେକର୍ଡ କମ୍ପାନୀ ତାଙ୍କ ସରଳତାର ସୁଯୋଗ ନେଇ ୩ ବର୍ଷ ପାଇଁ ତାଙ୍କଠୁ ଚୁକ୍ତି ସ୍ୱାକ୍ଷର କରିନେଲା । ଚୁକ୍ତି କାରଣରୁ ଜିତେନ୍ଦ୍ର ଆଉ କୌଣସି ଅନ୍ୟ କମ୍ପାନୀ ତରଫରୁ ଗାଈ ପାରିଲେ ନାହିଁ । ତାଙ୍କର ଆର୍ଥିକ ଅବସ୍ଥା ସେଇଥି ପାଇଁ ଖରାପ ହେବାରେ ଲାଗିଲା ।[୩] ଓଡ଼ିଆ, ଭୋଜପୁରୀ, ବଙ୍ଗାଳୀ, ଛତିଶଗଡ ତଥା ଢକିଆ ଭାଷାରେ ତାଙ୍କର ଅନେକ ଗୀତ ରହିଛି ।

ପୁରସ୍କାର ଓ ସମ୍ମାନ ସବୁ[ସମ୍ପାଦନା]

ଆଧାର[ସମ୍ପାଦନା]