ବନଜ ଦେବୀ
ବନଜ ଦେବୀ | |
---|---|
ଜନ୍ମ | ବେରବୋଇ, ଖୋର୍ଦ୍ଧା | ୧୦ ଅଗଷ୍ଟ ୧୯୪୧
ଜାତୀୟତା | ଭାରତୀୟ |
ପୁରସ୍କାର(ଗୁଡ଼ିକ) | ଶାରଳା ପୁରସ୍କାର |
ବନଜ ଦେବୀ (ଜନ୍ମ: ୧୦ ଅଗଷ୍ଟ ୧୯୪୧) ଜଣେ ଓଡ଼ିଆ ସାହିତ୍ୟିକା ।[୧] ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଭ୍ରମଣ କାହାଣୀ ଆଦି ବିଭାଗରେ ସେ ନିଜ ଲେଖନି ଚାଳନା କରିଛନ୍ତି । ତାଙ୍କ ଗଳ୍ପ ସଙ୍କଳନ "କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ" ପାଇଁ ସେ ୨୦୧୭ ମସିହାର ଶାରଳା ପୁରସ୍କାର ପୁରସ୍କାର ପାଇଥିଲେ ।[୨]
ଜୀବନୀ[ସମ୍ପାଦନା]
ବନଜ ଦେବୀ ୧୯୪୧ ମସିହା ଅଗଷ୍ଟ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବେରବୋଇଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ ହିଁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ କବିତାର ନାମ ଥିଲା "ବାପୁଜୀ" । ୧୯୬୫ମସିହାରୁ ସେ ଗଳ୍ପ ଲେଖିବା ଆରମ୍ଭ କରିଥିଲେ ।
ରଚନାବଳୀ[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
- ରାଧା
- ମରୁ ଝରଣା
- ବିଦଗ୍ଧ ବସନ୍ତ
- ନଦୀ ଓ ନୌକା
- ବସୁନ୍ଧରା କହେ
- ମନ ଭଉଁରୀ
- ସୁଅରେ ବଉଳ ଫୁଲ
- ପୂର୍ବାଶାର ପକ୍ଷୀ
- ବେଳା ଭୂଇଁ
ଗଳ୍ପ[ସମ୍ପାଦନା]
- କେତୋଟି ସବୁଜ ପତ୍ର
- ତାରା ଫୁଟିବାର ବେଳ
- ରାଗ ବେହାଗ
- ଗାୟତ୍ରୀର ପୁଅ
- ନୀଳମାଧବର ଗାଁ
- କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ
କବିତା[ସମ୍ପାଦନା]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧
- ଶାରଳା ପୁରସ୍କାର, ୨୦୧୭[୫]
ଆଧାର[ସମ୍ପାଦନା]
- ↑ Savitiri Rout (1972). Women Pioneers In Oriya Literature. Motilal Banarsidass Publishe. pp. 66–. ISBN 978-81-208-2546-8.
- ↑ https://www.dharitri.com/state-news?Dharitri=59c601c8746a8
- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୧-୨୪ ପୃଷ୍ଠା ୬. Retrieved 13 November 2017.
- ↑ http://sambad.in/news/state/story/78440.html
- ↑ http://www.newindianexpress.com/states/odisha/2017/sep/23/sarala-award-for-banaja-devi-1661396.html