ସହଦେବ ସାହୁ

ଉଇକିପିଡ଼ିଆ‌ରୁ
ସହଦେବ ସାହୁ
ଭୁବନେଶ୍ୱରରେ ସହଦେବ ସାହୁ
ଭୁବନେଶ୍ୱରରେ ସହଦେବ ସାହୁ
ଜନ୍ମ ଓ ଜନ୍ମସ୍ଥାନ (1941-04-09) ୯ ଅପ୍ରେଲ ୧୯୪୧ (ବୟସ ୮୨)
ରେକାବିବଜାର,ଯାଜପୁର, ଓଡ଼ିଶା
ବୃତ୍ତିଭାରତୀୟ ପ୍ରଶାସନିକ ସେବା, ସାହିତ୍ୟିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସୃଷ୍ଟିର ଜାତକ ଓ ଜୀବନ ଘଡ଼ି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ସମ୍ମାନ
ୱେବସାଇଟ
ସହଦେବସାହୁ ଡଟ ଇନ

ସହଦେବ ସାହୁ (ଜନ୍ମ: ୯ ଅପ୍ରେଲ ୧୯୪୧) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ସାହିତ୍ୟିକ ଅଟନ୍ତି । ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ନିଜର ସାହିତ୍ୟ କୃତି ସୃଷ୍ଟିର ଜାତକ ଓ ଜୀବନ ଘଡ଼ି ପାଇଁ ସେ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସହଦେବ, ୧୯୪୧ ମସିହା ଅପ୍ରେଲ ୯ ତାରିଖରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗବତ ସାହୁ ଓ ମାତାଙ୍କ ନାମ ଶ୍ରୀୟା ସାହୁ ଥିଲା । ସେ ୧୯୫୭ ମସିହାରେ ଯାଜପୁର ଜିଲ୍ଲାର ପୁରୁଷୋତ୍ତମପୁର ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ[୧]ରେଭେନ୍ସା ମହାବିଦ୍ୟାଳୟରୁ ୧୯୫୯ ମସିହାରେ ଆଇଏସସି ପାସ କରିଥିଲେ । ଏହି ଉଭୟ ଶ୍ରେଣୀରେ ସେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୬୧ରେ ରାଜନୀତି ବିଜ୍ଞାନରେ ସ୍ନାତକ ଓ ୧୯୬୩ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

ସହଦେବଙ୍କ ପତ୍ନୀ ସୁମିତ୍ରା ଜଣେ ସାହିତ୍ୟିକା ଥିଲେ । ତାଙ୍କ ଦୁଇପୁତ୍ରଙ୍କ ମଧ୍ୟରୁ ଜ୍ୟେଷ୍ଠ ସୁବ୍ରତ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ[୨][୩] ଓ କନିଷ୍ଠ ସୁଜିତ ଜଣେ ସଫ୍ଟୱେୟାର କର୍ମୀ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ସହଦେବ, ଭାରତୀୟ ପ୍ରଶାସନିକ ସେବାରେ ୧୯୬୪ ମସିହାରେ ଯୋଗଦେଇ, ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ । ଏହି ସମୟରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସମେତ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ଅବସର ପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ (୦୧/୧୧/୨୦୦୦ - ୩୧/୧୦/୨୦୦୩) କାର୍ଯ୍ୟ କରିଥିଲେ ।[୪] ଏତଦ ବ୍ୟତୀତ ସେ ସାରଳା ସାହିତ୍ୟ ସଂସଦ, ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ, ଚିନ୍ତା ଓ ଚେତନା ଆଦି ସାହିତ୍ୟିକ ଓ ଅନ୍ୟ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି ।

ସାହିତ୍ୟ କୃତି[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ଏ ଦିଗ ସେ ଦିଗ - ୧୯୮୩
  • ଆକାଶ କଲ୍ୟାଣ - ୧୯୮୫
  • ଖଜୁରି ଗଛର ଶେଷ ପାହାଚ - ୧୯୯୧
  • କଣ୍ଟାବାଡ଼ - ୧୯୯୫
  • ସଲିଳ ସମାଧି - ୨୦୦୦

ପ୍ରବନ୍ଧ[ସମ୍ପାଦନା]

  • ସମସ୍ୟା ଆଜି ଓ କାଲିର - ୧୯୭୬
  • ଅନ୍ୟର ଆଈନାରେ - ୧୯୯୮

ଭ୍ରମଣ କାହାଣୀ[ସମ୍ପାଦନା]

  • ଭିନ୍ନ ଦେଶ ଭିନ୍ନ ଦୃଷ୍ଟି - ୧୯୯୦

ଶିଶୁ ସାହିତ୍ୟ[ସମ୍ପାଦନା]

  • ସରଗର ଚାନ୍ଦ - ୧୯୮୫
  • ଦୈବୀ ପକ୍ଷୀ - ୧୯୮୯
  • ବୁଦ୍ଧି ହିନ ବଳ - ୧୯୯୧
  • ବୁଦ୍ଧି ପରୀକ୍ଷା ଭାଗ ୧ ଓ ୨ - ୧୯୮୪-୮୫
  • ଯେତେ ଦୂର ସେତେ ପାଖ - ୧୯୮୯
  • ଆଖିର ଲୁଚକାଳି - ୧୯୮୯
  • ଅଦ୍ଭୁତ ପ୍ରାଣୀ ଜଗତ ଭାଗ ୧ ଓ ୨ - ୧୯୯୧
  • ବିଜ୍ଞାନ ରହସ୍ୟ - ୧୯୮୯
  • ଏମିତି ବି ଉଦଭାବନ ହେଉଛି - ୧୯୯୧

ବିଜ୍ଞାନ ଭିତ୍ତିକ ସାହିତ୍ୟ[ସମ୍ପାଦନା]

  • ତାରକା ଯୁଦ୍ଧ ଓ ଅନ୍ୟାନ୍ୟ ପ୍ରବନ୍ଧ - ୧୯୮୬
  • ସୃଷ୍ଟିର ଜାତକ ଓ ଜୀବନଘଡ଼ି - ୧୯୯୫
  • ବିଜ୍ଞାନ ବୋଧ ଭାଗ ୧ ଓ ୨ - ୧୯୯୮/୨୦୦୦
  • ଚଳନ୍ତି ବିଜ୍ଞାନ - ୨୦୦୦
  • ଆଖିର ଲୁଚକାଳି - ୨୦୦୧
  • ବିଜ୍ଞାନ ଓ ସମାଜ, ପ୍ରଭାବ ଓ ପ୍ରତିକ୍ରିୟା - ୨୦୦୨
  • ଯନ୍ତ୍ରପାତିର କାହାଣୀ - ୨୦୦୨
  • ଇଣ୍ଟରନେଟର କାହାଣୀ, ଅରୁ ହ ଯାଏଁ - ୨୦୦୧
  • ସଚିତ୍ର ଇଣ୍ଟରନେଟ - ୨୦୦୯
  • ଆମେ ଅକାଳକୁ ଡାକି ଆଣୁଛୁ - ୧୯୯୬ (ନେସନାଲ ବୁକ ଟ୍ରଷ୍ଟ)
  • ପାଗଳ ଆମ୍ବ - ୧୯୯୭ (ନେସନାଲ ବୁକ ଟ୍ରଷ୍ଟ)
  • ମୀର ସ୍ପେସ ଷ୍ଟେସନ - ୨୦୦୨ (ନେସନାଲ ବୁକ ଟ୍ରଷ୍ଟ)

କବିତା[ସମ୍ପାଦନା]

  • ବରଗଛ ଓ ବସ୍ତି - ୧୯୯୫

ଅନ୍ୟ ଲେଖକଙ୍କ ସହିତ ସହ-ଲେଖନ[ସମ୍ପାଦନା]

  • କମ୍ପ୍ୟୁଟର ପରିଚୟ
  • ଆମ ଗଣତନ୍ତ୍ର
  • ଗଛଲତାର ସଂସାର

ଇଂରାଜୀ ପୁସ୍ତକ[ସମ୍ପାଦନା]

  • ରେସ୍ପନ୍ସିଭ ଆଡମିନିଷ୍ଟ୍ରେସନ (Responsive Administration)
  • ଏ ଗାଇଡ଼ ଟୁ ଷ୍ଟାମ୍ପ କଲେକ୍ଟିଂ (A Guide to Stamp Collecting)
  • ଆୱାର ନେସନାଲ ସିମ୍ବଲ: ଆନ ଓଭରଭ୍ୟୁ, ୨୦୦୧ (Our National Symbols: An Overview, 2001)
  • ଫୋକ ଟେଲ୍ସ ଅଫ ଓଡ଼ିଶା (Folk Tales of Orissa 2001)
  • ଟେଲସ ଫ୍ରମ ରାମାୟଣ (Tales From Ramayana)

ହିନ୍ଦୀ ପୁସ୍ତକ[ସମ୍ପାଦନା]

  • ଆକାଶ କୁସୁମ
  • ସୃଷ୍ଟି କି ଜନମପତ୍ରୀ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା), ୧୯୯୭ [୫]
  • ସାରଳା ସମ୍ମାନ, ୨୦୦୦
  • ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସମ୍ମାନ, ୧୯୯୫ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗୋପାଳ ଚନ୍ଦ୍ର ପଟ୍ଟନାୟକ ଲୋକପ୍ରିୟ ବିଜ୍ଞାନ ଲେଖକ ପୁରସ୍କାର, ୧୯୯୩ (ଓଡ଼ିଶା ବିଜ୍ଞାନ ପ୍ରଚାର ସମିତି ପ୍ରଦତ୍ତ)
  • ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ପୁରସ୍କାର, ୨୦୦୪ (ଭୁବନେଶ୍ୱର ପୁସ୍ତକମେଳା)
  • ପ୍ରଜ୍ଞାରତ୍ନ ସମ୍ମାନ - ୨୦୨୩ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୬]

ଆଧାର[ସମ୍ପାଦନା]

  1. "Toppers List" (PDF). www.bseodisha.nic.in/. Board of Secondary Education Odisha. Archived from the original (PDF) on 7 June 2021. Retrieved 7 June 2021. {{cite web}}: |archive-date= / |archive-url= timestamp mismatch; 10 ଜାନୁଆରୀ 2020 suggested (help)
  2. "ଓଡ଼ିଆ ପୁଅ ସୁବ୍ରତ ସାହୁ ହେଲେ ଛତିଶଗଡର ଅତିରିକ୍ତ ମୁଖ୍ୟ ଶାସନ ସଚିବ". www.nandighoshatv.com. ନନ୍ଦିଘୋଷ ଟିଭି. Archived from the original on 7 June 2021. Retrieved 7 June 2021.
  3. "ଛତିଶଗଡର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ବରିଷ୍ଠ ଆଇଏଏସ ସୁବ୍ରତ ସାହୁ". www.prameyanews7.com/. ପ୍ରମେୟ. Retrieved 7 June 2021.
  4. "ABOUT UNIVERSITY". www.ouat.nic.in/. ouat. Archived from the original on 7 June 2021. Retrieved 7 June 2021.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 8 June 2021.
  6. "ସହଦେବ ସାହୁ ପାଇବେ ପ୍ରଜ୍ଞାରତ୍ନ ସମ୍ମାନ". ସମ୍ବାଦ ୦୩/୦୫/୨୦୨୩ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. ଇଷ୍ଟର୍ଣ୍ଣ ମିଡ଼ିଆ. 3 May 2023. Archived from the original on 3 May 2023. Retrieved 3 May 2023.