ମନମୋହନ ଚୌଧୁରୀ

ଉଇକିପିଡ଼ିଆ‌ରୁ
ମନମୋହନ ଚୌଧୁରୀ
Born(1915-10-11)୧୧ ଅକ୍ଟୋବର ୧୯୧୫
Died୨ ଜୁନ ୨୦୦୩(2003-06-02) (ବୟସ ୮୭)
Nationalityଭାରତୀୟ
Occupationସର୍ବୋଦୟ ନେତା ଓ ସାହିତ୍ୟିକ
Notable workହାଟ-ବଜାରରେ ବ୍ରହ୍ମଜ୍ଞାନ
Spouseସୁମିତ୍ରା ଚୌଧୁରୀ
Parent(s)ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଚୌଧୁରୀ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ମନମୋହନ ଚୌଧୁରୀ (୧୧ ଅକ୍ଟୋବର ୧୯୧୫ - ୨ ଜୁନ ୨୦୦୩) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ସାହିତ୍ୟିକ ଥିଲେ ।[୧] ସେ ୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୯୭ ମସିହାରେ ଶାରଳା ପୁରସ୍କାର ପାଇଥିଲେ ।

ବାଲ୍ୟଜୀବନ[ସମ୍ପାଦନା]

ମନମୋହନ ଚୌଧୁରୀଙ୍କ ପିତା ଗୋପବନ୍ଧୁ ଚୌଧୁରୀ ଓ ମାତା ରମାଦେବୀ ଚୌଧୁରୀ ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୨] ପିଲାଦିନରୁ ହିଁ ମନମୋହନ, ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।[୩] ପିଲାଦିନେ ତାଙ୍କ ସାଙ୍ଗସାଥୀମାନେ ତାଙ୍କୁ "ଗାନ୍ଧୀ" ବୋଲି ଚିଡାଉଥିଲେ । ଥରେ ସେ ଖଦଡ଼ ପିନ୍ଧି ଏକ ବାହାଘରକୁ ମାର୍କୁଣ୍ଡି ହୋଇ ମଧ୍ୟ ଯାଇଥିଲେ । କୌଣସି ବିଧିବଦ୍ଧ ଶିକ୍ଷାଗ୍ରହଣ କରିନଥିଲେ ମଧ୍ୟ ମନମୋହନ ନିଜ ପ୍ରଚେଷ୍ଟାରେ ଏକାଧିକ ଭାରତୀୟ ଓ ବିଦେଶୀ ଭାଷା ଶିଖି ପାରିଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ, ମନମୋହନ ପିଲାବେଳରୁ ଦେଶପ୍ରେମୀ ଥିଲେ ।[୫] ସ୍ୱାଧୀନତା ଆନ୍ଦୋଳନରେ ସେ ପ୍ରତକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସର ଯୋଗଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ସେ କଂଗ୍ରେସ ଛାଡି ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ଜୀବନର ଶେଷ ଭାଗରେ ସେ ଗାଁ ସ୍ତରରେ କ୍ଷମତା ବିକେନ୍ଦ୍ରୀକରଣ କରିବା ପାଇଁ କାର୍ଯ୍ୟ କରୁଥିଲେ । ମହାତ୍ମା ଗାନ୍ଧୀ, ବିନୋବା ଭାବେ, ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ହରିହରରବିନ୍ଦ୍ରନାଥ ଠାକୁରଙ୍କ ସହ ତାଙ୍କର ବ୍ୟକ୍ତିଗତ ପରିଚୟ ଥିଲା ।

ସାହିତ୍ୟିକ ଜୀବନ[ସମ୍ପାଦନା]

ମନମୋହନ କେବେ ସ୍କୁଲ କଲେଜ ଯାଇନଥିଲେ ମଧ୍ୟ ହିନ୍ଦୀ, ବଙ୍ଗଳା, ଅହମୀୟା ଓ ଇଂରାଜୀ ଆଦି ଭାଷାକୁ ଶିଖି ପାରିଥିଲେ ।[୬] ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ସେ ତିରିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ପୁସ୍ତକ ଅନୁବାଦ ମଧ୍ୟ କରିଛନ୍ତି । ୨୦୦୩ ମସିହା ଜୁନ ୨ ତାରିଖରେ ମନମୋହନଙ୍କ ତିରୋଧାନ ଘଟିଥିଲା । [୭]

ରଚନାବଳୀ[ସମ୍ପାଦନା]

  • ହାଟ-ବଜାରରେ ବ୍ରହ୍ମଜ୍ଞାନ
  • ପରଶମଣୀର ସନ୍ଧାନେ
  • ବିଦେଶୀ ଯନ୍ତାରେ ଭାରତ
  • ଏକତ୍ର ଆହ୍ୱାନ
  • କ୍ରାନ୍ତି ଯାତ୍ରା
  • ଜନତା କା ରାଜ(ହିନ୍ଦୀ ପୁସ୍ତକ)
  • ଏକ୍ସପ୍ଲୋରିଙ୍ଗ ଗାନ୍ଧୀ(ଇଂରାଜୀ ପୁସ୍ତକ)
  • କସ୍ତୁରୀ ମୃଗ ସମ(ଆତ୍ମ ଚରିତ)
  • ସର୍ବୋଦୟ ପତ୍ରିକା(ସମ୍ପାଦନା)
  • ଭିଜିଲ୍(ଇଂରାଜୀ ପତ୍ରିକା ସମ୍ପାଦନା)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 253–. ISBN 978-81-260-0873-5.
  2. Aruṇa Kumāra Mahānti (2006). From bondage to freedom: memories of the freedom struggle in Orissa. Rupantar. ISBN 978-81-901759-4-4.
  3. http://odisha.gov.in/e-magazine/Orissareview/Aug2006/engpdf/1-5.pdf
  4. http://www.academia.edu/7807692/A_New_Morning_With_Chitta_Ranjan
  5. http://www.telegraphindia.com/1110131/jsp/orissa/story_13514763.jsp
  6. http://www.iopb.res.in/~maharana/Annapurna-Biography.pdf
  7. ସମ୍ବାଦ ୧୧/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬ରେ ପ୍ରକାଶିତ ଲେଖା "ସର୍ବୋଦୟ ଜ୍ୟୋତି ମନମୋହନ"