ନିମାଇଁ ଚରଣ ହରିଚନ୍ଦନ
ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ | |
---|---|
![]() ଆକାଶବାଣୀ କଟକ କେନ୍ଦ୍ରରେ | |
ଜନ୍ମ | |
ମୃତ୍ୟୁ | ୨୦ ଜୁଲାଇ ୧୯୮୩ | (ବୟସ ୮୨)
ଜାତୀୟତା | ![]() |
ବୃତ୍ତି | କଣ୍ଠଶିଳ୍ପୀ ଓ ସଙ୍ଗୀତବିଦ |
ଉଲ୍ଲେଖନୀୟ କାମ |
|
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ଜୀବନସାଥୀ | ଲକ୍ଷ୍ମୀପ୍ରିୟା ଦେବୀ |
ସନ୍ତାନ |
|
ପିତାମାତା |
|
ସମ୍ପର୍କୀୟ | |
ପରିବାର | ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶ |
ନିମାଇଁ ଚରଣ ହରିଚନ୍ଦନ (୧୯୦୧-୧୯୮୩) [୧] ହେଉଛନ୍ତି ଓଡ଼ିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା : ଓଡ଼ିଶୀ ବା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଜଣାଣ, ଭଜନ, ପୋଈ ; ଅନ୍ୟାନ୍ୟ ପାରମ୍ପରିକ ସଙ୍ଗୀତ ଯଥା ରାମଲୀଲା (ବିଶିଖୁଣ୍ଟିଆ, ସଦାଶିବ ବୈଶ୍ୟ, କେଶବ ପଟ୍ଟନାୟକ ଆଦି ବିବିଧ କବିଙ୍କ ରାମଲୀଳା), କୃଷ୍ଣଲୀଳା ; ପଲ୍ଲୀଗୀତ ଆଦି ଗାୟନରେ ପ୍ରବୀଣ ଥିଲେ । ପ୍ରାଚୀନ ସାହିତ୍ୟର ସୁପରିଚିତ ରଚନା, ଯଥା ବୈଦେହୀଶ ବିଳାସ, ବିଦଗ୍ଧ ଚିନ୍ତାମଣି, ବିଚିତ୍ର ରାମାୟଣ, ମଥୁରାମଙ୍ଗଳ, ଗୋପୀଭାଷା, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଇତ୍ୟାଦି ପ୍ରାୟ ସମସ୍ତ କାବ୍ୟକୃତିରୁ ଗୀତ ତାଙ୍କ କଣ୍ଠରେ ରେକର୍ଡ଼ ହୋଇଛି । ଏହା ଛଡ଼ା ସେ ଅନେକ ନୀତିଶିକ୍ଷା ଓ ସରକାରୀ ଉଦ୍ଦେଶ୍ୟରେ ଜନ ସଚେତନତା ଗୀତ ମଧ୍ୟ ଗାଇଛନ୍ତି ।
ବାଲ୍ୟଜୀବନ ଓ ସଙ୍ଗୀତ ଶିକ୍ଷା[ସମ୍ପାଦନା]
ନିମାଇଁ ଚରଣ ହରିଚନ୍ଦନ ୧୯୦୧ ଜୁଲାଇ ୯ ତାରିଖରେ କେନ୍ଦ୍ରାପଡ଼ାର ସୁପ୍ରସିଦ୍ଧ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ ଓ ମାତାଙ୍କ ନାମ ଇନ୍ଦ୍ରମଣି ଦେବୀ । ତାଙ୍କ ପିତାମହ ଥିଲେ ରାଧାଶ୍ୟାମ ନରେନ୍ଦ୍ର । ତାଙ୍କ ପିଲାଦିନ ଖୁବ ଦାରିଦ୍ରରେ ବିତିଥିଲା । ପିତା ରୁଗ୍ଣ ଥିଲେ । ଶୈଶବରୁ ହିଁ ନିମାଇଁଙ୍କର ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା । ପରିବାର ଚଳେଇବା ପାଇଁ, ନିମାଇଁ ଯାତ୍ରୀ ପରିବହନ ବ୍ୟବସାୟ କରିଥିଲେ ଓ ସେଥିରେ ଘୋର କ୍ଷତି ସହିଥିଲେ ।
୧୯୧୬ ମସିହାରେ ସେ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କଠାରୁ ମୃଦଙ୍ଗ ଓ ହାରମୋନିଅମ ସହ ଓଡ଼ିଶୀ ସଙ୍ଗୀତ ଶିକ୍ଷା (ଚଉପଦୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ଇତ୍ୟାଦି) ଆରମ୍ଭ କରିଥିଲେ । ନିମାଇଁଙ୍କ ଦାଦା ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ ଥିଲେ ସେକାଳର ବିଖ୍ୟାତ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଓ ଗବେଷକ । ନିମାଇଁଙ୍କ ଆଗ୍ରହକୁ ଦେଖି ଦାଦା ଗୋକୁଳଚନ୍ଦ୍ର ତାଙ୍କୁ ସଂଗୀତ ଶିକ୍ଷା ଦେବା ସହ ହାରମୋନିୟମ୍ ଭଳି ଆବଶ୍ୟକ ବାଦ୍ୟଯନ୍ତ୍ର ବଜାଇବା କଳା ବତାଇ ଦେଇଥିଲେ । ପରେ ପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓଙ୍କ ପିତା ଓସ୍ତାଦ ମାଧୋରାଓ ନିମାଇଁଙ୍କ ସଂଗୀତ ଶିକ୍ଷା ଦାୟିତ୍ୱ ନେଇଥିଲେ । ଗୁରୁ କୃପାରୁ ନିମାଇଁ କଲିକତା ଯାଇ ବାବାଜୀ ରାମଦାସଙ୍କଠାରୁ ଶାସ୍ତ୍ରୀୟ ସଂଗୀତ ଗାଇବା ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ । କଲିକତାରୁ ଫେରି ଆଠଗଡ଼ ରାଜସଭାର ରାଜ ସଂଗୀତଜ୍ଞ ଭାବେ ନିଯୁକ୍ତ ପାଇଥିଲେ । ରାଜା ତାଙ୍କୁ ବିଶାଳ କୋଠା ଓ ଶହେ ଏକର ଜମି ପ୍ରଦାନ କରିଥିଲେ । ରାଜ ପରିବାରର ଝିଅ ଲକ୍ଷ୍ମୀପ୍ରିୟାଙ୍କ ସହ, ସେ ବିବାହ ବନ୍ଧନରେ ଆବଦ୍ଧ ହୋଇ ହୋଇଥିଲେ ।
ସଙ୍ଗୀତ ସର୍ଜନା[ସମ୍ପାଦନା]
ନିମାଇଁ ହରିଚନ୍ଦନ ଗାଇଥିବା ଭଜନ ଗୁଡ଼ିକ ମୁଖ୍ୟତଃ ଜଗନ୍ନାଥଙ୍କ ଉପରେ ଆଧାରିତ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ସାଲବେଗ, ଗୋପାଳକୃଷ୍ଣ ପଟ୍ଟନାୟକ, ବନମାଳୀ ଦାସ, ଗୌରଚରଣ ଅଧିକାରୀ, ଅଭିମନ୍ୟୁ ସାମନ୍ତସିଂହାର, ସାରିଆ ଭିକ, ବଳରାମ ଦାସ, ଯଶୋବନ୍ତ ଦାସ, ଦନାଇ ଦାସ, ଭକ୍ତଚରଣ ଦାସ, ସୂର୍ଯ୍ୟମଣି ଜେମାଦେଈଙ୍କ ଭଳି ଅନେକ ପ୍ରାଚୀନ କବିଙ୍କ ରଚନାକୁ ସେ ନିଜ ଅଦ୍ୱିତୀୟ ଶୈଳୀରେ ଗାନ କରି ସଂଗୀତ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ରଖିଦେଇ ଯାଇଛନ୍ତି । ୧୯୩୩ ମସିହାରେ ତାଙ୍କ ସୁମଧୁର ସଂଗୀତ ଗୁଡ଼ିକୁ "ହିଜ ମାଷ୍ଟର୍ ର୍ସ ଭୟେସ୍ (HMV)" କମ୍ପାନୀ ରେକର୍ଡ଼ିଙ୍ଗ କରି ଓଡ଼ିଶାର ଅପହଁଚ ସ୍ଥାନରେ ପହଁଚାଇ ଦେଲା ଓ ସେ ହୋଇଗଲେ ବାଣୀକଣ୍ଠ ନିମାଇଁ ହରିଚନ୍ଦନ । ୧୯୩୪ରେ କଲିକତା ରେଡ଼ିଓ ଷ୍ଟେସନର ଆଗଧାଡ଼ିର କଳାକାର ହୋଇଗଲେ ବାଣୀକଣ୍ଠ । ୧୯୩୮ରେ ଶ୍ରେଷ୍ଠ ଓଡ଼ିଶୀ ସଂଗୀତ ଗାନ ପାଇଁ ତାଙ୍କୁ ମିଳିଲା ଉତ୍କଳ ସଂଗୀତ ସମାଜ ସ୍ୱର୍ଣ୍ଣ ପଦକ ଓ ଆଠଗଡ଼ ରାଜଦରବାର ସ୍ୱର୍ଣ୍ଣପଦକ । ୧୯୪୭ ଡିସେମ୍ବର ୨୮ ତାରିଖରେ ପ୍ରଥମ ଥର ପାଇଁ ଆକାଶବାଣୀ କଟକ କେନ୍ଦ୍ରରୁ ତାଙ୍କ ସଂଗୀତର ମୂର୍ଚ୍ଛନା ଶୁଣିବାକୁ ମିଳିଲା । ୧୯୫୪ ଦିଲ୍ଲୀ ଲାଲକିଲ୍ଲା ସଂଗୀତ ନାଟକ ଏକାଡ଼େମୀ ନିମନ୍ତ୍ରଣ କ୍ରମେ ସେଠାରେ ସେ ସଂଗୀତ ଗାନ କରି ସମଗ୍ର ଦେଶରେ ଓଡ଼ିଶୀ ସଂଗୀତ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଥିଲେ । ୧୯୬୭ରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ଆୟୋଜିତ ବିଷୁବ ମିଳନ ସମାବେଶରେ ତାଙ୍କୁ ସମ୍ମାନିତ କରାଯାଇଥିଲା । [୨]
ସୁନାମଧନ୍ୟ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା କଟକରେ ବାଣୀକଣ୍ଠଙ୍କ ସାନ୍ନିଧ୍ୟ ଲାଭ କରି ତାଙ୍କଠାରୁ ଅନେକ ପାରମ୍ପରିକ ଓଡ଼ିଶୀ ଗୀତ ଓ ରାଗ ସଙ୍ଗ୍ରହ କରିଥିବା କଥା ଉଲ୍ଲେଖ କରିଛନ୍ତି । ଗୁରୁ ପଣ୍ଡା ଚକ୍ରକେଳି, କୃଷ୍ଣକେଦାର, ଆନନ୍ଦ, ମଧୁମଙ୍ଗଳ, ନଳିନୀଗୌଡ଼ା, ମଧୁରାଗୁଜ୍ଜରୀ ଆଦି ପ୍ରାଚୀନ ମୌଳିକ ଉତ୍କଳୀୟ ରାଗରାଗିଣୀ ବାଣୀକଣ୍ଠଙ୍କଠାରୁ ଶିକ୍ଷା କରିଥିଲେ । ବାଣୀକଣ୍ଠ ବୋଲୁଥିବା କେତେକ ଗୀତକୁ ମଧ୍ୟ ସ୍ୱରଲିପି କରି ନିଜ ଗ୍ରନ୍ଥରେ ଉଦ୍ଧାର କରିଛନ୍ତି ।[୩]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ଜଗନ୍ନାଥଙ୍କ ରଥ ଯାତ୍ରାରେ ଚାମର ସେବା କରୁଥିବା ବାଣୀକଣ୍ଠ - ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୮
- ପଦ୍ମଶ୍ରୀ, ୧୯୭୬[୪]
- ବିଷୁବ ପୁରସ୍କାର, ୧୯୬୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ)
- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୫୪
- 'ବାଣୀକଣ୍ଠ' ଉପାଧି ଏଚ୍.ଏମ୍.ଭି କମ୍ପାନୀଦ୍ୱାରା ଭୂଷିତ
ପୁରୀର ଗଜପତି ମହାରାଜ, ନିମାଇଁ ହରିଚନ୍ଦନଙ୍କୁ ଶ୍ରୀମନ୍ଦିରରେ "ଚାମର ସେବା" ପ୍ରଦାନ କରିଥିଲେ । ୧୯୭୦ ମସିହାଠାରୁ, ସେ ପୁରୀରେ ହିଁ ରହି ମନ୍ଦିରରେ ଚାମର ସେବା କରୁଥିଲେ ଓ ଜଣାଣ ଗାଉଥିଲେ । [୫] ଜଗନ୍ନାଥଙ୍କ ପାଇଁ ସେ ଲେଖିଥିଲେ : 'ହେ ଜଗନ୍ନାଥ, ତୁମ ବାହୁଡ଼ାରେ ମୋତେ ବାହୁଡ଼ାଇ ନିଅ' । ତାଙ୍କ ଇଚ୍ଛା ପୂରଣ ହୋଇଥିଲା । ୧୯୮୩ ଜୁଲାଇ ୨୦ ତାରିଖ, ବାହୁଡ଼ା ଯାତ୍ରା ଦିନ ତାଙ୍କର ପରଲୋକ ହୋଇଥିଲା ।[୬]
ରେକର୍ଡ଼ ସୂଚୀ[ସମ୍ପାଦନା]
୧୯୩୩ଠାରୁ ୧୯୭୬ ମସିହା ପର୍ଯ୍ୟନ୍ତ ବାଣୀକଣ୍ଠଙ୍କଦ୍ୱାରା ଗ୍ରମୋଫୋନ କମ୍ପାନୀରେ ରେକର୍ଡ଼ିଂ ହୋଇଥିବା ସଙ୍ଗୀତର ତାଲିକା ତଳେ ଦିଆଗଲା । ଗୀତ ସହିତ କବି ବା ଲେଖକଙ୍କ ନାମ ସାରଣୀରେ ଦିଆଯାଇଛି ।[୭] ଏହି ସୂଚୀରେ ଓଡ଼ିଶୀ, ଚମ୍ପୂ, ଛାନ୍ଦ, ଭଜନ, ଜଣାଣ ପ୍ରଭୃତି ସମସ୍ତ ପ୍ରକାର ଗୀତ ଲକ୍ଷ୍ୟ କରାଯାଇପାରିବ । ଓଡ଼ିଶୀ ସଙ୍ଗୀତର ପ୍ରାୟ ସମସ୍ତ ପାରମ୍ପରିକ ନିଜସ୍ୱ ରାଗରେ ବିଭିନ୍ନ ଗୀତ ସେ ରେକର୍ଡ଼ କରିଛନ୍ତି, ଯଥା : ଆହାରୀ, ଆନନ୍ଦଭୈରବୀ, କାଫି, ତୋଡ଼ି, ଆରଭୀ, କାମୋଦୀ, ଖଣ୍ଡକାମୋଦୀ, ଶଙ୍କରାଭରଣ ଇତ୍ୟାଦି ।
କ୍ରମ | ଗୀତ | କବି | ସମୟ |
---|---|---|---|
1. | "ଆଜ ମୁଁ ଦେଖିଲି ଘନଶ୍ୟାମକୁ ଗୋ" | ରାମକୃଷ୍ଣ | |
2. | "ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ" | ଉପେନ୍ଦ୍ର ଭଞ୍ଜ | |
3. | "ଦିନୁ ଦିନ ନନ୍ଦ ତନୟ ନବ ନବ ପରା ଲୋ ମିତ" | ବନମାଳୀ ଦାସ | |
4. | "ଆଉ କେ ଅଛି କହିବାକୁ" | କୃଷ୍ଣଚନ୍ଦ୍ର ତ୍ରିପାଠୀ | |
5. | "କଳାକାହ୍ନୁ କୁହୁକ ଜାଣେ ଯେଣିକି ଚାହିଁଲେ ଦିଶଇ ତେଣେ" | ସୂର୍ଯ୍ୟମଣି ଜେମା | |
6. | "ଶ୍ରୀରାଧା ବାତୁଳୀ ପ୍ରେମ ରତ୍ନତୁଳି ଘେନ ଚିହ୍ନରା ଗ୍ରାହକମାନେ" | ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି | |
7. | "ମୀନନୟନୀ କ୍ଷୀଣ ହେବନି ମୋ ବିନା" | ଭାଗୀରଥି ରଣା | |
8. | "ଚାହାଁରେ ମିତ ନନ୍ଦସୁତ" | ସୂର୍ଯ୍ୟମଣି ଜେମା | |
9. | "ଗରଜିଲା ମେଘ ବରଷେ ନାହିଁ ଗୋ" | ନିକୁଞ୍ଜ କିଶୋର ଦାସ | |
10. | "ଭିନ୍ନେ ଆଜ ତୋ ରୀତିରେ ପଙ୍କଜନୟନା" | ପଦ୍ମନାଭ ପରିଚ୍ଛା | |
11. | "ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି" | ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି | |
12. | "ଖେଳାଖଞ୍ଜରୀଟଦୃଶା, ଖଟାଅ ମୋତେ ତା ବେହରଣ ଫୁଲ" | କବିସୂର୍ଯ୍ୟ ବଳଦେବ ରଥ, ରତ୍ନାକର ଚମ୍ପୂ | |
13. | "ଯୋଷାବରରେ ଯଥାର୍ଥରେ ଜାଣ ମୁଁ ତୋହରରେ" | କବିସୂର୍ଯ୍ୟ ବଳଦେବ ରଥ, ଯ ଗୀତ, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ | |
14. | "କେବେ ନ ଥିବା ରୁଷା ଆଜ କାହିଁକି" | ଗୋପାଳକୃଷ୍ଣ ପଟ୍ଟନାୟକ | |
15. | "ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉ ଅଛ ପତାକା" | ନିତ୍ୟାନନ୍ଦ ଦାସ | |
16. | "ଚକାନୟଙ୍କୁ ପତିତ କେହି ତକାଇ ଖର ନିଶ୍ୱାସ ପକାଇ" | ଚନ୍ଦନ ହଜୁରୀଙ୍କ ନାମରେ ଭଣିତ, ଯଦୁମଣି ମହାପାତ୍ର | |
17. | "ଦୂତୀ କର ଧରି ହରି ବୋଇଲେ କିଶୋରୀ" | ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି | |
18. | "ଏତେ ବଡ଼ ପରମାଦରେ" | ବୃନ୍ଦାବନ | |
19. | "କାନ୍ତ ଏ ବସନ୍ତ କାଳରେ" | କବିସୂର୍ଯ୍ୟ ବଳଦେବ ରଥ | |
20. | "ପ୍ରେମର ମୂଲ୍ୟ ଜାଣେ ସିନା" | ବିନାୟକ ମିଶ୍ର | |
21. | "ନୂଆନଟପଟଳୀମୁକୁଟ ହେ ନାହିଁ କି ଶ୍ରୀଅଙ୍ଗ ସୁଖ" | କବିସୂର୍ଯ୍ୟ ବଳଦେବ ରଥ, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ | |
22. | "ପଞ୍ଚବାଣ ବାଣ ବଞ୍ଚନାରେ" | ବିନାୟକ ମିଶ୍ର | |
23. | "ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦଜଳେ" | ନିତ୍ୟାନନ୍ଦ ଦାସ | |
24. | "କୃପାସିନ୍ଧୁ ବଦନ କରି ଅବଲୋକନ" | ଦୀନକୃଷ୍ଣ ଦାସ, ଆର୍ତ୍ତତ୍ରାଣ ଚଉତିଶା | |
25. | "ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ" | ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି | |
26. | "ଯେବେ ନବଘନ ଶ୍ୟାମ ବଂଶୀସ୍ୱନ ନିଶୀଥରେ ଥରେ ଶୁଣାଯିବ" | କବିସୂର୍ଯ୍ୟ ବଳଦେବ ରଥ | |
27. | "ଶ୍ୟାମଳ ଗାତ୍ରେ ମୋ ନେତ୍ର ପଡ଼ିଲାରେ" | ବନମାଳୀ ଦାସ | |
28. | "ସହି କି ବ୍ରତ କରି ପାଇଲୁରେ" | ଗୋପାଳକୃଷ୍ଣ ପଟ୍ଟନାୟକ | |
29. | "ଭଜମନ ବ୍ରଜବନ ଦ୍ୱିଜରାଜଙ୍କୁ" | ଗୋପାଳକୃଷ୍ଣ ପଟ୍ଟନାୟକ | |
30. | "କହଇ ମନ ଆରେ ମୋ ବୋଲ କର" | ଭକ୍ତଚରଣ ଦାସ, ମନବୋଧ ଚଉତିଶା | |
31. | "ରଙ୍କର ସଙ୍ଖାଳି" | ବିନାୟକ ମିଶ୍ର | |
32. | "ଦେଖ ନନ୍ଦ ନନ୍ଦନ ଗୋ" | ବୃନ୍ଦାବନ | |
33. | "କି ଶୁଣିଲି ଆଜ ନୂଆ କରି" | ଗୋପାଳକୃଷ୍ଣ ପଟ୍ଟନାୟକ | |
34. | "କି ନାମ ବୋଇଲୁ ତୁହି ଗୋ" | ଗୋପାଳକୃଷ୍ଣ ପଟ୍ଟନାୟକ | |
35. | "ହେ ରସ ସିନ୍ଧୁ" | ନିକୁଞ୍ଜ କିଶୋର ଦାସ | |
36. | "ମଧୁ ନଗର ନାଗରୀ" | ନିକୁଞ୍ଜ କିଶୋର ଦାସ | |
37. | "ଭଜମନ ସବୁରି ଦୁଃଖହର ହରିଙ୍କି" | ବିନାୟକ ମିଶ୍ର | |
38. | "ବରଜରାଜ ତନୁଜ" | ବିନାୟକ ମିଶ୍ର | |
39. | "କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ" | ଭକ୍ତଚରଣ ଦାସ, କଳାକଳେବର ଚଉତିଶା | |
40. | "ଗୋପିକା ବଚନ ଶୁଣି ଉଦ୍ଧବ କହନ୍ତି ବାଣୀ" | ଭକ୍ତଚରଣ ଦାସ, ମଥୁରା ମଙ୍ଗଳ | |
41. | "ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ" | ଉପେନ୍ଦ୍ର ଭଞ୍ଜ, ବୈଦେହୀଶ ବିଳାସ | |
42. | "ପ୍ରୀତିବତୀ ମତି" | ନିକୁଞ୍ଜ କିଶୋର ଦାସ | |
43. | "ନିର୍ମଳ ଚନ୍ଦ୍ର ମଣ୍ଡଳ ଶରଦେ ବିରାଜି" | ଉପେନ୍ଦ୍ର ଭଞ୍ଜ | |
44. | "ଆଜି କାଲି ମୁଁ" | ନିକୁଞ୍ଜ କିଶୋର ଦାସ | |
45. | "ମନ୍ତ୍ରୀ ମୁଖୁଁ ଶୁଣି କୋପେ ବିଂଶପାଣି" | ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣ | |
46. | "ମେଘ ଖଣ୍ଡପ୍ରାୟ ଆକାଶେ ରହିଣ" | ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣ | |
47. | "ନୀଳସିନ୍ଧୁ ତୀରେ" | ନିକୁଞ୍ଜ କିଶୋର ଦାସ | |
48. | "ଚକାଡୋଳା କିମ୍ପା ଡକା କିମ୍ପା ଡକା ନଶୁଣ ହେ" | ବିନାୟକ ମିଶ୍ର | |
49. | "ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି" | ଗୌରଚରଣ ଅଧିକାରୀ | |
50. | "ଆସ ଆସ ଆସ ମୋର" | କାଳୀଚରଣ ପଟ୍ଟନାୟକ | |
51. | "ବୋହୂ ଚାଲି ନ ଜାଣଇ ଲୋ ପାଦ ପଡ଼ୁଥାଇ ବଙ୍କା" | ରଘୁନାଥ ଦାସ | |
52. | "ଶୁଣ ହେ ସୁଜନ ଜନେ" | ରଘୁନାଥ ଦାସ | |
53. | "ପଥର ହେଲ ହେ ପ୍ରଭୁ ପଥରଟେକା" | ରାଧାମାଧବ | |
54. | "ତୁମ୍ଭ ଶୁଣିବାକୁ ମୋହ କହିବାକୁ ସମୟ ନାହିଁ ମୁରାରୀ" | ନିତ୍ୟାନନ୍ଦ ଦାସ | |
55. | "ଥିବା ଯାଏ ଜୀବ" | ନିକୁଞ୍ଜ କିଶୋର ଦାସ | |
56. | "ବନମାଳୀ ମୋତେ କେବେ" | ଦାମୋଦର ଛୋଟରାୟ | |
57. | "ରାଧେ ଗୋବିନ୍ଦ ଭଞ୍ଜ ନନ୍ଦନନ୍ଦନ ବଂଶୀବଦନ ବୃନ୍ଦାବନଚନ୍ଦ୍ର ଭଜ" | ଗୌରଚରଣ ଅଧିକାରୀ | |
58. | "ଥକାମନ ଚାଲ ଯିବା ଚକାନୟନ ଦେଖିବା" | ସାରିଆ ଭିକ | |
59. | "ରାମ ନାମ ଭଜ ମନ" | ନିକୁଞ୍ଜ କିଶୋର ଦାସ | |
60. | "ଭଗବାନ ବୋଲୁ ଯାହାକୁ" | ବିନାୟକ ମିଶ୍ର | |
61. | "ଭାଗବତ ଭଜନମାଳା" | ଯଶୋବନ୍ତ ଦାସ | |
62. | "ଧନ ଏ ଧୂଳି ଖେଳରେ" | ନିକୁଞ୍ଜ କିଶୋର ଦାସ | |
63. | "କଳାକୃଷ୍ଣ ହେ କଳା କମଳ ଆଖି" | ନିକୁଞ୍ଜ କିଶୋର ଦାସ | |
64. | "ଏଇ ଯା ଦେଖୁଛ" | କୃଷ୍ଣ ପ୍ରସାଦ | |
65. | "କରିଛି କି ମୁହିଁ ଗୁମାନ" | ଗୋପାଳକୃଷ୍ଣ ପଟ୍ଟନାୟକ | |
66. | "ଅନାଇଁ ନାହିଁ ନାଗର ମଣିକି" | କବିସୂର୍ଯ୍ୟ ବଳଦେବ ରଥ | |
67. | "ଗୁରୁଙ୍କ ଗହଣେ ମିଥିଳା କଟକେ" | ନିକୁଞ୍ଜ କିଶୋର ଦାସ | |
68. | "ମୁହିଁ ଦୀନ ଭିକାରୀ" | ବିନାୟକ ମିଶ୍ର | |
69. | "ପ୍ରୀତି ଯେତିକି ସୁଆଦ" | ବନମାଳୀ ଦାସ | |
70. | "ସହିରେ ସତେ କି" | ବିନାୟକ ମିଶ୍ର | |
71. | "ଆହେ ଦୀନବନ୍ଧୁ ଏବେ ବନ୍ଧୁପଣ ଜଣାପଡ଼ିଲା" | ରାଜେନ୍ଦ୍ର ହରିଚନ୍ଦନ | |
72. | "ଜୟ ଜୟ ପୀତବସନ ବନମାଳୀ" | ନିକୁଞ୍ଜ କିଶୋର ଦାସ | |
73. | "ସୀତୟା ଅଶୋକ ବନେ" | ରଘୁନାଥ ଦାସ | |
74. | "କୃଷ୍ଣ କଥା ଦିନେ" | ବିଦ୍ୟାଧର | |
75. | "କୋଳି କେ ନେବରେ ବହନ ହୋଇଣ ଆସ" | ଗୌରଚରଣ ଅଧିକାରୀ, କୃଷ୍ଣଲୀଳା | |
76. | "ଧରମ ନାମରେ ଯାହା" | ନିକୁଞ୍ଜ କିଶୋର ଦାସ | |
77. | "ମୁନି ମିଥିଳା ଗଲେ" | ନିକୁଞ୍ଜ କିଶୋର ଦାସ | |
78. | "କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ" | ବନମାଳୀ ଦାସ | |
79. | "କୋଇଲି ଲୋ କେଶବ ଯେ ମଥୁରାକୁ ଗଲା" | ମାର୍କଣ୍ଡ ଦାସ, କେଶବ କୋଇଲି | |
80. | "କୃଷ୍ଣ କଥା ଭାଳି ଗୋପୀ ସକଳ" | ଦନାଇ ଦାସ, ଗୋପୀଭାଷା | |
81. | "ବ୍ରଜେନ୍ଦ୍ର ନନ୍ଦନ ସହି ଏକା ଶ୍ରୀରାଧାର" | ଗୋପାଳକୃଷ୍ଣ ପଟ୍ଟନାୟକ | |
82. | "ବଡ଼ ମାୟାବୀ ଜୀବ ନୁହେଁ କାହାରି" | ଯଶୋବନ୍ତ ଦାସ | |
83. | "ଆରତ ତାରଣ ବାନା" | ରାଜେନ୍ଦ୍ର ହରିଚନ୍ଦନ | |
84. | "ଦୀନ ବାନ୍ଧବ ଦୟା ଯେବେ" | ପଦ୍ମନାଭ ନାରାୟଣ ଦେବ | |
85. | "ଜାନକୀ କାନ୍ତକୁ ଚାହିଁ ଯେ କୋମଳ ବଚନ କହି" | କେଶବ ପଟ୍ଟନାୟକ, ଅନେଶୋତ ରାମାୟଣ | |
86. | "କହ ହନୁ ମୋର କାନ୍ତର କୁଶଳ ଲକ୍ଷ୍ମଣର ସର୍ବ କୁଶଳ" | ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣ | |
87. | "ଆହା ଧନୁର୍ଦ୍ଧର ବୀରବର ଧନୁଶର ନ ଥିଲା କି କର" | ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣ | |
88. | "ସୁଖ ଦୁଃଖ ଦୁଇ ସହୋଦର ଭାଇ" | ବିନାୟକ ମିଶ୍ର | |
89. | "କେତେ କାଳ ଆଉ ନ ଭଜି ତୁ ରହୁ" | ଜାନକୀ ମିଶ୍ର | |
90. | "ଜଗବନ୍ଧୁ ତୁହି ବଡ଼ କପଟୀ" | ନିକୁଞ୍ଜ କିଶୋର ଦାସ | |
91. | "ନୀଳମଣି ହେ" | ନିକୁଞ୍ଜ କିଶୋର ଦାସ | |
92. | "କି ହେଲା ସଜନୀ" | ବନମାଳୀ ଦାସ | |
93. | "କାଳ କାଳ ଥିବ ରହି ହେ ନୀଳାଚଳବିହାରୀ" | ଜାନକୀ ମହାନ୍ତି | |
94. | "ଏଥୁ ଅନ୍ତେ ସୀତାଙ୍କୁ ପଚାରେ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
95. | "ବନଗିରି ଦଇବ କଲା ଏତେ ସରି" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
96. | "ସୀତାଙ୍କ ରୋଦନ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
97. | "ଜାନକୀଙ୍କ ବଚନେ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
98. | "ସୀତା ସୀତା ବୋଲି ଅବନୀରେ ପଡ଼ି ରାମ କରନ୍ତି ରୋଦନ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
99. | "କେତେହେକ ଦୂରେ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
100. | "ପକ୍ଷୀକି ଦହନ କଲେ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
101. | "ଶବର ଶବରୀ ବାଣୀ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
102. | "ସୀତା ହରାଇଣ ପ୍ରଭୁ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
103. | "ଶ୍ରୀରାମଙ୍କୁ ଦେଖି ସୁଗ୍ରୀ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
104. | "ରତ୍ନଚୂଡ଼ି ଦେଖି ରାମ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
105. | "ଶ୍ରୀରାମ ବୋଲନ୍ତି ମିତ୍ର" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
106. | "ଏହା ଶୁଣି ସୁଗ୍ରୀବ ଯେ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
107. | "ସୁଗ୍ରୀକି ଚାହିଁଣ ଯେ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
108. | "ବରଷା ଅନ୍ତେ ଶରଦ ପ୍ରବେଶ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
109. | "ଶୁଣି ତାରା ନାରୀ ଧୀରେ କଲାକ ଗମନ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
110. | "କେମନ୍ତେ ଶ୍ରୀରାମଙ୍କୁ ବାରତା ଦେଇ ଯିବା" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
111. | "ସଂଧ୍ୟାକାଳେ ହନୁବୀର" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
112. | "କେ ବୋଲଇ କେତେ ଗୋ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
113. | "ପ୍ରଭାତୁ ଉଠିଣ ସତୀ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
114. | "ଏହାଶୁଣି ଜାନକୀ ଯେ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
115. | "ଅକ୍ଷୟ ମରଣ ଶୁଣିଣ ରାବଣ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
116. | "ହନୁମନ୍ତ ବୋଲଇ" | ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ | |
117. | "ସେ ଡାଳେ ବସିଥିଲା ଶୁଆଶାରୀ" | ବାଇଧର ପାଠୀ | |
118. | "ଏ ଦୁନିଆ ଜଟିଳ" | ବାଇଧର ପାଠୀ | |
119. | "ବିବେକୀ ବିବେକ କର ଗୋ" | କେଶବ ପଟ୍ଟନାୟକ, ଅନେଶୋତ ରାମାୟଣ | |
120. | "ଜଗାକାଳିଆକୁ କାହିଁକି ଡାକ" | ରାଜେନ୍ଦ୍ର ହରିଚନ୍ଦନ | |
121. | "ନୀଳଚକ୍ରେ ଉଡ଼େ ନେତ ଲୋ" | ରାଜେନ୍ଦ୍ର ହରିଚନ୍ଦନ | |
122. | "ଜଗତରନାଥ କାଳିଆ ସାଆନ୍ତ" | କାଳୀଚରଣ ପଟ୍ଟନାୟକ | |
123. | "ବେଳଥାଉଁ ଡାକ" | ବିନାୟକ ମିଶ୍ର | |
124. | "ଦେଖ ଯା ଚକାଡୋଳାକୁ ଭୁଲନା କାଳୀଦଳାକୁ" | ବିନାୟକ ମିଶ୍ର | |
125. | "ବାୟାମନ ଚାଲ ଏଥର ବେଶୀ ବାଟ ନୁହେଁ ଶିରିକ୍ଷେତର" | ଦେବନାରାୟଣ ସିଂହ |
ଚିତ୍ର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Childhood | Nimai Harichandan". profile.odiamusic.com. Archived from the original on 12 May 2009. Retrieved 7 July 2013.
on 9th July, 1901
- ↑ ସଂଚାର, ପୃଷ୍ଠା-୧୪, ସୋମବାର, ୧୨ ଅଗଷ୍ଟ ୨୦୧୩
- ↑ ଓଡ଼ିଶୀ ରାଗ ଦର୍ପଣ, ଗୋପାଳ ଚନ୍ଦ୍ର ପଣ୍ଡା । ପ୍ରକାଶକ : ଶ୍ରୀମତୀ ଭଗବତୀ ପଣ୍ଡା, ଭୁବନେଶ୍ୱର - ୨୦୧୧-୧୨ ।
- ↑ ୧୯୭୬ର ପଦ୍ମଶ୍ରୀ ସମ୍ମାନ
- ↑ "'ବାଣୀକଣ୍ଠ' ନିମାଇଁଚରଣ". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୦୯/୦୭/୨୦୧୫ ପୃଷ୍ଠା ୪. 9 July 2015. Retrieved 9 July 2015.[permanent dead link]
- ↑ "'ବାଣୀକଣ୍ଠ' ନିମାଇଁ ହରିଚନ୍ଦନ". ସମ୍ବାଦ ୨୦/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 20 July 2016.[permanent dead link]
- ↑ ସ୍ମରଣିକା (ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଜନ୍ମ ଶତବାର୍ଷିକୀ ସମାରୋହ), ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ମେମୋରିଆଲ ଟ୍ରଷ୍ଟଦ୍ୱାରା ପ୍ରକାଶିତ, ୨୦୦୧ ।