ବୈଷ୍ଣବ ଚରଣ ସାମଲ
ବୈଷ୍ଣବ ଚରଣ ସାମଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚାରିଗାଁ, କେନ୍ଦ୍ରାପଡ଼ା | ୨୭ ଫେବୃଆରୀ ୧୯୩୯
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶୈଳୀ | ସମାଲୋଚନା ସାହିତ୍ୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ |
ଜୀବନ ସାଥି | ଯଶୋଦା ସାମଲ |
ସନ୍ତାନ | ୩ପୁଅ, ୧ଝିଅ |
ବୈଷ୍ଣବ ଚରଣ ସାମଲ (ଜନ୍ମ ୨୭ ଫେବୃଆରୀ ୧୯୩୯)[୧] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ।[୨] ଓଡ଼ିଆ ସାହିତ୍ୟିକ । ସେ ପ୍ରଧାନତ ସମାଲୋଚନା[୩], ଶିଶୁ ସାହିତ୍ୟ, କବିତା ଓ ରମ୍ୟ ରଚନା ଆଦି ରଚନା କରିଛନ୍ତି ।
ପ୍ରାରମ୍ଭିକ ଜୀବନୀ[ସମ୍ପାଦନା]
ବୈଷ୍ଣବ ଚରଣ ସାମଲ, ୧୯୩୯ ମସିହା ଫେବୃଆରୀ ୨୭ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଶ୍ରୀବତ୍ସ ସାମଲ ଓ ମା'ଙ୍କ ନାମ ଜେମାମଣି ସାମଲ । ୧୯୫୫ମସିହାରେ ସେ ପ୍ରଥମ କବିତା ଲେଖିଥିଲେ ନେତା କିଏ । ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ଲିଖିତ ପ୍ରଥମ ପ୍ରବନ୍ଧ ଥିଲା ମରୁତୀର୍ଥ । ତାଙ୍କ ଲେଖା, ସେ ସମୟର ବହୁ ପତ୍ରିକାରେ ପ୍ରକାଶ ପାଉଥିଲା । ସେହି ସବୁ ପ୍ରବନ୍ଧ ମଧ୍ୟରୁ କୋଡ଼ିଏଟି ପ୍ରବନ୍ଧକୁ ସଂକଳିତ କରି, ୧୯୭୧ ମସିହାରେ 'ଜଗନ୍ନାଥ ରଥ' ପ୍ରକାଶନ ସଂସ୍ଥା ତାଙ୍କର ପ୍ରଥମ ପୁସ୍ତକ ପ୍ରକାଶ କରିଥିଲେ । ପୁସ୍ତକଟିର ନାମ ଥିଲା କଳା ସଂସ୍କୃତି ଓ ସାହିତ୍ୟ । ସେହି ବର୍ଷ ତାଙ୍କର ପ୍ରଥମ କବିତା ପୁସ୍ତକ ସମୟରେ ଲିପି ମଧ୍ୟ ପ୍ରକାଶ ପାଇଥିଲା । ଅଧ୍ୟାପନାକୁ ବୃତି ଭାବରେ ଗ୍ରହଣ କରିଥିବା ବୈଷ୍ଣବ ଚରଣ, ୧୯୬୬ମସିହାରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରି, ୨୦୦୪ ମସିହାରେ 'ବିଶ୍ୱଭାରତୀ' କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପ୍ରଫେସର[୪] ଭାବରେ ସେବା ନିବୃତ ହୋଇଛନ୍ତି ।
ରଚନାବଳୀ[ସମ୍ପାଦନା]
ବୈଷ୍ଣବ ଚରଣ ବିଭିନ୍ନ ସମାଲୋଚନା ମୂଳକ ପ୍ରବନ୍ଧ ଓ ପୁସ୍ତକ ସହିତ ୯ଟି ରମ୍ୟ ରଚନା, ୭ଟି କବିତା ଓ ୮ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି ।
ସମାଲୋଚନା[ସମ୍ପାଦନା]
- ଓଡ଼ିଆ ଗଳ୍ପ: ଗତି ଓ ପ୍ରକୃତି(୧୯୭୪)[୫]
- ସୁରେନ୍ଦ୍ର ଗଳ୍ପମାନସ(୧୯୭୮)
- ଓଡ଼ିଆ କ୍ଷୁଦ୍ରଗଳ୍ପ: ସ୍ରଷ୍ଟାମାନସ(୧୯୬୮)
- ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ
ସମ୍ପାଦନା[ସମ୍ପାଦନା]
- ମହାପୁରୁଷା ହାଡ଼ିଦାସ ଗ୍ରନ୍ଥାବଳି
- ଗଣକବି ଗୋପାଳଦାସ ଗ୍ରନ୍ଥାବଳି
- ପଲ୍ଲୀକବି ନନ୍ଦକିଶୋର ଗ୍ରନ୍ଥାବଳି
ଗଳ୍ପ[ସମ୍ପାଦନା]
- ଏକାଏକା ନକ୍ଷତ୍ର
- ଶେଷ ଶୃଙ୍ଗାର
କବିତା[ସମ୍ପାଦନା]
- ସମୟର ଲିପି
- ପୁନଶ୍ଚ ମଣିଷ
- ଆଲୋକିତ ଅନ୍ଧକାର
- ଏକାକୀ ଇଶ୍ୱର
- ଅନ୍ୟ ଏକ ପୃଥିବୀ
- ବିକଳ୍ପ ସତ୍ତା
- ବିବର୍ତ୍ତିତ ପୃଥ୍ୱୀ
ରମ୍ୟରଚନା[ସମ୍ପାଦନା]
- ଆଜ ଦେଖିଲିରେ
- କହିବାକୁ ଲାଜ
- ଇଚ୍ଛନ୍ତି ଦାମ୍ଭିକେ
- ନାରୀର ମୁହଁ
- ସଞ୍ଜୟ ଉବାଚ
- ରଙ୍ଗସଭା
- ମାରିଚ ବାଣି ଓ ଅନ୍ୟାନ୍ୟ ପ୍ରବନ୍ଧ
ଅନ୍ୟାନ୍ୟ[ସମ୍ପାଦନା]
- ବିଶ୍ୱବିଦ୍ୟାଳୟ ପ୍ରବନ୍ଧମାଳା
- ପ୍ରବନ୍ଧ ରତ୍ନାବଳୀ
- ଶିଶୁ ସାହିତ୍ୟ, ଧର୍ମ ସାହିତ୍ୟ ଓ ସମାଲୋଚନା
- ସାହିତ୍ୟ ସମ୍ବାଦ
- ସମୀକ୍ଷାଲୋକ
- ଗଣକବି ସାହିତ୍ୟ ସମୀକ୍ଷା
- ସାହିତ୍ୟ ସମ୍ବାଦ(୧୯୮୧)
- ଦୃଷ୍ଟି ଓ ଦିଗନ୍ତ(୧୯୮୧)
- ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି
- ଜଣେ ବଣା ବାଟୋଇର କାହାଣୀ[୬]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ବିଷୁବ ପୁରସ୍କାର, ୨୦୧୭[୭]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨[୮] - (ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି ପାଇଁ)[୯]
- ସାରଳା ସମ୍ମାନ, ୨୦୧୪
- ଉତ୍କଳ ସାହିତ୍ୟ ସମାଜ ସମ୍ମାନ[୧୦]
- କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର
ଆଧାର[ସମ୍ପାଦନା]
- ↑ ପଣ୍ଡା, ହରିହର. "ବୈଷ୍ଣବ ସାମଲ". ନିତିଦିନ. Retrieved 15 April 2017.
- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ http://www.nbtindia.gov.in/writereaddata/attachment/thursday-may-08-20142-24-04-pmnewsletter-may-2014.pdf
- ↑ Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 873–. ISBN 978-81-269-0608-6.
- ↑ Bijaýa Kumāra Dāśa (1978). Indian Publishing in the Seventies: Released on the Occasion of World Book Fair III February 11-20, 1978. National Book Trust, India.
- ↑ "ବ୍ୟକ୍ତିତ୍ୱ". ନିତିଦିନ ୧୫/୦୪/୨୦୧୭ ପୃଷ୍ଠା ୯. Retrieved 26 December 2017.
- ↑ ସମାଜ ୧୧/୦୪/୨୦୧୭ ପୃଷ୍ଠା ୮ http://samajaepaper.in/pagezoomsinwindows.php?img=undefined&id=9242&boxid=114201712141569&cid=4&mod=1&pagenum=0. Retrieved 11 April 2017. Missing or empty
|title=
(help) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 4 March 2017.
- ↑ http://www.orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୩୧- ନଭେମ୍ବର ୧୫ ପୃଷ୍ଠା ୨. Retrieved 4 November 2015.