ମନୋରଞ୍ଜନ ଦାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମନୋରଞ୍ଜନ ଦାସ
ଜନ୍ମ ୧୦ ମାର୍ଚ୍ଚ ୧୯୨୩(1923-03-10)
ଝରକୋଟା ପାଟଣା, ବୟାଳିଶ ମୌଜା, କଟକ ଜିଲ୍ଲା
ମୃତ୍ୟୁ ୧୭ ଫେବୃଆରୀ, ୨୦୧୩ (୮୯ ବର୍ଷ)
କଟକ
ବୃତ୍ତି ନାଟ୍ୟକାର
ଭାଷା ଓଡ଼ିଆ ଭାଷା
ଜାତୀୟତା  ଭାରତୀୟ
ଶିକ୍ଷା ସ୍ନାତକ (ଆଇନ‌)
ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟ
ବିଷୟ ନାଟକ, ଗପ, ଏକାଙ୍କିକା
ପୁରସ୍କାର ପଦ୍ମଶ୍ରୀ
ସନ୍ତାନ ପୂଣ୍ୟଶ୍ଳୋକ ଦାସ

ମନୋରଞ୍ଜନ ଦାସ (୧୦ ମାର୍ଚ୍ଚ ୧୯୨୩ - ୧୭ ଫେବୃଆରୀ ୨୦୧୩)[୧]ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।[୨]

ଜୀବନ କାଳ[ସମ୍ପାଦନା]

ମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ନାଟକ ପ୍ରତି ତାଙ୍କର ଆଗ୍ରହ ରହିଥିଲା ଏବଂ ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ଵସ୍ଥରୀୟ ନାଟ୍ୟଶାସ୍ତ୍ର ସହ ପରିଚିତ ହୋଇଥିଲେ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କ ଦ୍ଵାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ନିଜ ବନ୍ଧୁମାନଙ୍କୁ ନେଇ ସୃଜନୀ ନାମରେ ଏକ ଥିଏଟର ଗୋଷ୍ଠି ତିଆରି କରିଥିଲେ । ଭାରତର ସ୍ଵାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ଓ ଭାରତ ସ୍ଵାଧୀନତାର ଠିକ ତିନି ଦିନ ଆଗରୁ ତାଙ୍କ ନାଟକ 'ଅଗଷ୍ଟ ନଅ'ର ପ୍ରଦର୍ଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା । [୩]

ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୫୫ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[୪] ପରବର୍ତୀ ସମୟରେ, ସେ ଆକାଶ ବାଣୀର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଆକାଶ ବାଣୀ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ ।

୨୦୧୩ ମସିହା, ଫେବୃଆରୀ ମାସ ୧୭ ତାରିଖ ରାତି ୧୧ଟା ୪୫ ମିନିଟ୍ ସମୟରେ, କଟକର କଲେଜ ଛକ ନିକଟସ୍ଥ ବର୍ଦ୍ଧମାନ କମ୍ପେକ୍ସସ୍ଥିତ ନିଜ ବାସଭବରେ ମନୋରଞ୍ଜନ ବାବୁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।[୫] ତାଙ୍କ ଆତ୍ମଜୀବନୀ, 'ସ୍ମୃତି ସଂଳାପ', ଓଡ଼ିଆ ବ୍ୟତିତ ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇ ଖୁବ ଲୋକପ୍ରିୟ ହୋଇପାରିଛି । [୬]

ଆକାଶବାଣୀ ସମ୍ବାଦ ପରିବେଷଣ[ସମ୍ପାଦନା]

ମନୋରଞ୍ଜନ ଦାସ ୧୯୪୮ ମସିହା ଜାନୁୟାରୀ ମାସରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରେ ସମ୍ବାଦ ବିଭାଗରେ ସହ ସମ୍ପାଦକ ଭାବରେ ଚାକିରୀରେ ଯୋଗଦାନ କରିଥିଲେ । ୨୮-୧-୧୯୪୮ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଥାପନା ହୋଇ ପ୍ରଥମ ପ୍ରସାରଣ ହୋଇଥିଲା ଏବଂ ସେହି ଦିନ ସଂଧ୍ୟା ୭-୧୫ରେ ଦିଲ୍ଲୀ ଆକାଶବାଣୀରୁ ପ୍ରଥମ ଓଡ଼ିଆ ଖବର ବୁଲେଟିନ ପ୍ରସାରିତ ହୋଇଥିଲା ଯାହାକି କଟକ ଆକାଶବାଣୀ ଦ୍ୱାରା ରିଲେ କରି ପ୍ରଚାର କରାଯାଇଥିଲା । ସେହି ପ୍ରଥମ ଦିଲ୍ଲୀ କେନ୍ଦ୍ରର ଓଡ଼ିଆ ଖବର ପଢିଥିଲେ ମନୋରଞ୍ଜନ ଦାସ [୭] । ତାର ମାତ୍ର ଦୁଇଦିନ ପରେ ତାଙ୍କୁ ଆକାଶବାଣୀରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ବିୟୋଗ ଖବର ଶୁଣାଇବାକୁ ପଡିଥିଲା । ସେତେବେଳେ ସେ ଥିଲେ ଦିଳ୍ଳୀ ଆକାଶବାଣୀର ପ୍ରଥମ ଓ ଏକ ମାତ୍ର ଓଡ଼ିଆ କର୍ମଚାରୀ । ମାତ୍ର ଉପରିସ୍ଥ ଅଧୀକାରୀଙ୍କ ଚକ୍ରାନ୍ତ ହେତୁ ସେ ବହୁତ ଶୀଘ୍ର ସେଠାରୁ ଇସ୍ତଫା ଦେଇ ଓଡ଼ିଶା ଚାଲି ଆସିଥିଲେ ।

ପରେ ୧୯୫୮ ମସିହାରେ ଯେତେବେଳେ କଟକ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପ୍ରସାରଣ ଆରମ୍ଭ ହେଲା, ସେତେବେଳେ ସେ ସେଠାରେ ସହ ସମ୍ପାଦକ ଭାବରେ ଯୋଗ ଦାନ କରିଥିଲେ[୮] । ଏହି ବିଭାଗରେ ସେ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ କଟକ ଆକାଶବାଣୀର ଡ୍ରାମା ବିଭାଗକୁ ସ୍ଥାନାନ୍ତର ହୋଇଥିଲେ ।

ରଚନାବଳୀ[ସମ୍ପାଦନା]

ନାଟକ[ସମ୍ପାଦନା]

  • ଜନ୍ମ ମାଟି (୧୯୪୩)[୯]
  • ଅଗଷ୍ଟ ନଅ (୧୯୪୭)[୧୦]
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
  • ବକ୍ସି ଜଗବନ୍ଧୁ (୧୯୪୮)
  • ଆଗାମୀ (୧୯୫୦)
  • ଅବରୋଧ (୧୯୫୧)
  • ମହାସମୁଦ୍ର
  • ସାଗର ମନ୍ଥନ (୧୯୬୪)
  • ବନହଂସୀ (୧୯୬୯)
  • ଅରଣ୍ୟ ଫସଲ (୧୯୭୦), ଅସମୀୟା ଭାଷାକୁ ଅନୁବାଦିତ [୧୧]
  • କାଠ ଘୋଡ଼ା (୧୯୭୩)
  • ଅମୃତସ୍ୟ ପୁତ୍ର (୧୯୭୨)
  • ଉର୍ମୀ (୧୯୭୪)
  • ଶବ୍ଦଲିପି (୧୯୭୬)
  • ନନ୍ଦିକାକେଶରୀ (୧୯୮୫), ଇଂରାଜୀ ଭାଷାକୁ ଅନୁବାଦିତ [୧୨]
  • ଛୋଟ ନାଟକ

ଅନ୍ୟ ଭାଷାରେ ଅନୁଦିତ ନାଟକ[ସମ୍ପାଦନା]

  • ଅରଣ୍ୟ ଫସଲ - The Wild Harvest:- [୧୩] - ପ୍ରକାଶକ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ କଲିକତା- ୧୯୭୯, ପରବର୍ତ୍ତୀ ପ୍ରକାଶକ - ସାହିତ୍ୟ ଏକାଡଏମୀ - ୧୯୯୩ [୧୪]

[୧୫]

  • କାଠ ଘୋଡା - "The Wooden Horse"- ଅନୁବାଦକ - ପ୍ରଫୁଲ୍ଲ ମହାଂତି , ୧୯୮୨[୧୬], [୧୭]
  • ଶବ୍ଦ ଲିପି - "A Game of Words"[୧୮][୧୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 7 January 2013. Manoranjan Das was born on March 10, 1923. 
  2. Amar Nath Prasad; Ajay Kumar Srivastava (1 January 2007). Indian Literature in English: Critical Assessments. Sarup & Sons. pp. 230–. ISBN 978-81-7625-765-7. Retrieved 19 February 2013. 
  3. K. Satchidanandan (1 January 2006). Authors Speak. Sahitya Akademi. pp. 13–. ISBN 978-81-260-1945-8. Retrieved 19 February 2013. 
  4. http://timesofindia.indiatimes.com/city/bhubaneswar/Playwright-Manoranjan-Das-dead/articleshow/18568328.cms
  5. http://newindianexpress.com/states/odisha/article1470171.ece
  6. Manoranjan Das (1 January 2002). A Dialogue with Memory. National Book Trust, India. ISBN 978-81-237-3938-0. Retrieved 19 February 2013. 
  7. MANORANJAN DAS, Translated by Arun Kumar Mohanty & Jatindra Kumar Nayak (2002). A Dialogue with Memory (Reprint 2014 ed.). Delhi: National Book Trust India. p. 97. ISBN 978-81-237-3938-0. 
  8. MANORANJAN DAS, Translated by Arun Kumar Mohanty & Jatindra Kumar Nayak (2002). A Dialogue with Memory (Reprint 2014 ed.). Delhi: National Book Trust India. p. ୧୮୧. ISBN 978-81-237-3938-0. 
  9. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1094–. ISBN 978-81-260-1194-0. Retrieved 19 February 2013. 
  10. Manoranjan Das; Aruṇa Kumāra Mahānti; J. K. Nayak (1998). August Na. Sahitya Akademi. pp. 6–. ISBN 978-81-260-0484-3. Retrieved 19 February 2013. 
  11. "ASSAMESE" (PDF). Sahitya Akademi. Retrieved 19 December 2015. 
  12. Das, Shruti. "Manoranjan Das' 'Nandika Kesari'". Muse India. Retrieved 19 December 2015. 
  13. "The Wild Harvest". Sahitya Akademi. 
  14. Das, Manoranjan (1993). The Wild Havest. New Delhi: Sahitya Akademi. ISBN 9788172014360. 
  15. "Meet The Author - Manoranan Das" (PDF). Sahitya Akademi. Sahitya Akademi. Retrieved 13 November 2016. 
  16. "The wooden horse : drama / Manoranjan Das ; translated from original Oriya by Praphulla Kumar Mohanty". Retrieved 13 November 2016. 
  17. The Wooden Horse. BHUBANESWAR: BOOKLAND INTERNATIONAL. 1997. 
  18. A GAME OF WORDS. BHUBANESWAR: PRACHI PRAKASHANA. 1997. 
  19. A DIALOGUE WITH MEMORY. NATIONAL BOOK TRUST OF INDIA. 
  20. ସମ୍ବାଦ ୧୯/୦୨/୨୦୧୩