Jump to content

କୃଷ୍ଣଚନ୍ଦ୍ର ପ୍ରଧାନ

ଉଇକିପିଡ଼ିଆ‌ରୁ
କୃଷ୍ଣଚନ୍ଦ୍ର ପ୍ରଧାନ
ଜନ୍ମ ଓ ଜନ୍ମସ୍ଥାନ (1959-02-02) ୨ ଫେବୃଆରୀ ୧୯୫୯ (ବୟସ ୬୬)
କଖାରୁଣୀ, ଅଳଭା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ (ପ୍ରବନ୍ଧ ଓ ସମାଲୋଚନା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩
ପିତାମାତାହୃଦାନନ୍ଦ ପ୍ରଧାନ (ପିତା), ବାଲୁରୀ ଦେବୀ (ମାତା)

କୃଷ୍ଣଚନ୍ଦ୍ର ପ୍ରଧାନ (ଜନ୍ମ: ୨ ଫେବୃଆରୀ ୧୯୫୯) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ସେ ୨୦୧୩ ମସିହାରେ ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

କୃଷ୍ଣଚନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ କଖାରୁଣୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୪ରେ ସ୍ନାତକୋତ୍ତର, ୧୯୮୯ରେ ଏମ୍ ଫିଲ୍, ୧୯୯୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି ଲିଟ୍ ଡିଗ୍ରୀ ଲାଭ କରିଥିଲେ । ଅଧ୍ୟାପନା ବୃତ୍ତିକୁ ଆପଣେଇ ନେଇଥିବା କୃଷ୍ଣଚନ୍ଦ୍ର ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ଜଣାଶୁଣା ।[][] ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଦି ଓଡ଼ିଶାର ସୁନାମଧନ୍ୟ ବିଶ୍ୱବିଦ୍ୟାଳୟରେ ସେ ଦୀର୍ଘ ବର୍ଷ ଧରି ଅଧ୍ୟାପନା ଦାୟିତ୍ୱ ନିର୍ବାହ କରିବା ପରେ ଜଣେ ଅତିଥି ପ୍ରଫେସର ଭାବେ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲେ । ଓଡ଼ିଆ ସାହିତ୍ୟର ବବିଧ ଦିଗରେ ସେ ଉତ୍ସର୍ଗୀକୃତ ଭାବେ ଲେଖନୀ ଚାଳନା କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ବିକାଶଧାରା ଧାରା (ଆଦି ପର୍ବ ) ୧୯୯୨
  • ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ବିକାଶଧାରା ଧାରା (ଆଧୁନିକି ପର୍ବ ) ୧୯୯୩
  • ଓଡ଼ିଆ ସାହିତ୍ୟର ଇତିହାସ[]
  • ଲୋକସାହିତ୍ୟ ଓ ଲୋକସଂସ୍କୃତି[]
  • ଦେଶ ଓ ଭାଷାର କାରିଗର ଫକୀରମୋହନ
  • ଓଡ଼ିଆ ସାହିତ୍ୟରେ ଶୈବଧର୍ମ
  • ଓଡ଼ିଆ ରୀତି ସାହିତ୍ୟ-ପରମ୍ପରା ଓ ପୁରୋଦୃଷ୍ଟି
  • ଧର୍ମ ସାହିତ୍ୟ ଓ ସାହିତ୍ୟ ତତ୍ତ୍ୱ
  • ସମୀକ୍ଷାଲୋକ
  • ଓଡ଼ିଆ କବିତା ଅତୀତ ଓ ସାଂପ୍ରତିକ ଧାରା[]
  • ଆମ ସ୍ୱାସ୍ଥ୍ୟ ରକ୍ଷା ଆମ କର୍ତ୍ତବ୍ୟ
  • ବୌଦ୍ଧ ଧର୍ମ ଓ ଓଡ଼ିଆ ସାହିତ୍ୟ
  • ବିଶ୍ୱବିଦ୍ୟାଳୟ ପ୍ରବନ୍ଧମାଳା
  • ଲୋକ ସାହିତ୍ୟ : ତତ୍ତ୍ୱ ରୂପ ଓ କଳାରୂପ
  • ଗବେଷଣା ପ୍ରକରଣ : ସମ୍ପାଦନା ଓ ଅନୁବାଦ ପ୍ରବିଧି
  • ବ୍ୟାବହାରିକ ଓଡ଼ିଆ ବ୍ୟାକରଣ
  • କାବ୍ୟଭୂମିରେ ଫକୀରମୋହନ
  • ସାରସ୍ୱତ ସାଧିକା ସୀତାଦେବୀ ଖାଡ଼ଙ୍ଗା
  • ଉତ୍ତର ଆଧୁନିକତା: ଏକ ପରିଚିତି
  • କଥା କଳ୍ପନାର ଦିଗ ଓ ଦିଗନ୍ତ
  • ଭାଷାର କଳା ଓ ଅନ୍ୟାନ୍ୟ ପ୍ରବନ୍ଧ
  • ସମ୍ୟକ ଅଲୋଚନା
  • ଓଡ଼ିଆ ଗଦ୍ୟ: ରୂପ ଓ ରୂପାନ୍ତର
  • ଓଡ଼ିଆ ଅଳଙ୍କାର ଓ ଛନ୍ଦ
  • ଆଲୋଚନା ଓ ସିଦ୍ଧାନ୍ତ
  • ଭାରତ ଚନ୍ଦ୍ର ନାୟକ
  • ପାଶ୍ଚାତ୍ୟ ସାହିତ୍ୟ ଓ ସମୀକ୍ଷା ତତ୍ତ୍ୱ
  • ପଶ୍ଚିମ ଓଡ଼ିଶାର ପର୍ବପର୍ବାଣୀ ଓ ଯାନିଯାତ୍ରା
  • ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି: ଏକ ସାଂସ୍କୃତିକ ଅନୁଶୀଳନ
  • ଭାରତୀୟ ପାଶ୍ଚାତ୍ୟ ମତବାଦ ଓ ସମାଲୋଚନା ତତ୍ତ୍ୱ
  • ଆଲୋଚନାର ଦିଗବଳୟ
  • ଲୋକ ସାହିତ୍ୟର ତାତ୍ତ୍ୱିକ ଓ କଳାତ୍ମକ ବିଭବ
  • ଯଦୁମଣି ମହାପାତ୍ର
  • ଆଲୋଚନା ପ୍ରସଙ୍ଗ: କାବ୍ୟ କବିତା ଓ କଥା ସାହିତ୍ୟ
  • ଆଲୋଚନା ବିମର୍ଷ: ପ୍ରାଚୀନରୁ ସାଂପ୍ରତିକ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ (ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ)
  • ସାହିତ୍ୟ ଶ୍ୱେତପଦ୍ମା ସମ୍ମାନ ୨୦୦୪
  • ପ୍ରଫେସର କାହ୍ନୁଚରଣ ମିଶ୍ର ସମୀକ୍ଷା ସମ୍ମାନ ୨୦୦୫
  • ରଙ୍ଗମଞ୍ଚ ସମ୍ମାନ ୨୦୧୦
  • କେନ୍ଦ୍ରାପଡ଼ା କଲେଜ ଆଲୁମିନି ସମ୍ମାନ ୨୦୧୨
  • ଭରଦ୍ୱାଜ ସମ୍ମାନ ୨୦୧୩
  • ଅଣୁକବି ବ୍ରହ୍ମାନନ୍ଦ ଦାସ ପୁରସ୍କାର ୨୦୧୪
  • ଚେତାବନୀ ପ୍ରଜ୍ଞା ସମ୍ମାନ ୨୦୧୪
  • ପଟ୍ଟାମୁଣ୍ଡାଇ ପୁସ୍ତକମାଳା ସମ୍ମାନ ୨୦୧୫
  • ଝଙ୍କାର ପ୍ରବନ୍ଧ ପୁରସ୍କାର ୨୦୧୭
  • ଗଙ୍ଗାଧର ମେହେର ସମ୍ମାନ ୨୦୧୭
  • ଆଦିକବି ସାରଳା ଦାସ ସାରସ୍ୱତ ସମ୍ମାନ ୨୦୧୮
  • ପ୍ରତିଭା ସ୍ୱୀକୃତି ୨୦୧୮
  • ବସୁମତୀ ସାହିତ୍ୟ ସଂସଦ ପୁରସ୍କାର ୨୦୧୮
  • ଡଃ ବିଜୟଗିରି ସ୍ମୃତି ସମ୍ମାନ ୨୦୧୯
  • କ୍ୟାପଟେନ ଗୋପୀନାଥ ମିଶ୍ର ସ୍ମାରକୀ ସମ୍ମାନ-୨୦୧୯
  • ସୁଧନ୍ୟା ପ୍ରବନ୍ଧ ସମ୍ମାନ-୨୦୨୦
  • ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୩
  1. http://odishasahityaakademi.org/English/sahitya-award13.php
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୫୫. ISBN 81-7400-331-2.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୨୪. ISBN 81-903352-1-9.
  4. ବାଗୀଶ. ୨୦୨୪.
  5. https://archive.org/details/odia-sahityara-itihasa-1850-1947-1995
  6. https://library.kksgovwc.org/view-book/38267[permanent dead link]
  7. https://www.vidyapuri.com/odia-kabita-atita-o-sampratika-dhara