Jump to content

ଭୁବନେଶ୍ୱର ବେହେରା

ଉଇକିପିଡ଼ିଆ‌ରୁ
(ଭୁବନେଶ୍ଵର ବେହେରାରୁ ଲେଉଟି ଆସିଛି)
ଭୁବନେଶ୍ୱର ବେହେରା
ଜନ୍ମ ଓ ଜନ୍ମସ୍ଥାନ(1916-01-01)୧ ଜାନୁଆରୀ ୧୯୧୬
କାଶିବାହାଲ , କଳାହାଣ୍ଡି ଜିଲ୍ଲା
ମୃତ୍ୟୁ୧୬ ଅପ୍ରେଲ ୨୦୦୧(2001-04-16) (ବୟସ ୮୫)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିଗାଁର ଡାକ
ପୁରସ୍କାରସାରଳା ସମ୍ମାନ, ୧୯୯୦

ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧)[] ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକବିଜ୍ଞାନ ଲେଖକ ଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବେହେରା ତାତ୍କାଳିକ କଳାହାଣ୍ଡି ଜିଲ୍ଲାର କାଶିବାହାଲ ଗାଆଁରେ ୦୧ ଜାନୁଆରୀ ୧୯୧୬ରେ ଜନ୍ମିତ ।[] ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଭବାନୀପାଟଣାରେ ହୋଇଥିଲା ।[]

ଉଚ୍ଚଶିକ୍ଷା

[ସମ୍ପାଦନା]

ସେଠାରୁ ୧୯୩୫ ମସିହାରେ ଦଶମ ପାସ କଲା ପରେ ସେ ୧୯୩୯ ମସିହାରେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସସି (ଅନର୍ସ) ପାସକରିଥିଲେ । ସେ ପାଟଣାର ବିହାର କଲେଜ ଅଫ ଇଞ୍ଜିନିୟରିଂରୁ ୧୯୪୩ ମସିହାରେ ସିଭିଲ ଇଞ୍ଜିନିୟରିଂ ବିଭାଗରେ ବିଏସସି (ଇଞ୍ଜିନିୟରିଂ) ପାସକରିଥିଲେ ।[]

ଚାକିରି

[ସମ୍ପାଦନା]

ଓଡ଼ିଶା ସରକାରଙ୍କ ଏକ ଆପ୍ରେଣ୍ଟିସ କରିବା ପରେ ସେ ସେ ମହୀଶୂର ରାଜ୍ୟର କାର୍ଯ୍ୟ ଓ ଜଳସେଚନ ବିଭାଗ ଅଧୀନରେ ଜଗ ଜଳବିଦ୍ୟୁତ କେନ୍ଦ୍ରରେ ସହଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ଏହି ସମୂରେ କଳାହାଣ୍ଡି ରାଜଦରବାର ଅଧୀନରେ ୧୯୪୫ ମସିହା ଯାଏ ବିଶେଷ ଭାବେ ଜଳସେଚନ କାର୍ଯ୍ୟ ତଦାରଖ ମଧ୍ୟ କରୁଥିଲେ ।[]

ସେ ଭାରତ ସରକାରଙ୍କଦ୍ୱାରା ଯୁଦ୍ଧ ପରର ପୁନର୍ନିମାଣ ଅଧ୍ୟୟନ ନିଯୁକ୍ତ ହୋଇ ପରେ ଆମେରିକାର ଆଇଓଆ ବିଶ୍ୱବିଦ୍ୟାଳୟରୁ ୧୯୪୭ ମସିହାରେ ପିଏଚଡି ଲାଭ କରିଥିଲେ । ତାହାପରେ ସେ କଳାହାଣ୍ଡି ରାଜ୍ୟର ଇରିଗେସନ ଅଫିସର ଭାବେ ଯୋଗଦେଇଥିଲେ । ପରେ କଳାହାଣ୍ଡି ଓଡ଼ିଶା ସହ ୧୯୪୮ରେ ମିଶିଥିଲା । ହିରାକୁଦ ନଦୀବନ୍ଧ ନିର୍ମାଣରେ ସେ ୧୯୫୬ରେ କନିଷ୍ଠଯନ୍ତ୍ରୀ ଭାବେ ଯୋଗଦେଇ ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ୧୯୫୮ରେ ସେ ୟୁନିଭର୍ସିଟି କଲେଜ ଅଫ ବୁର୍ଲାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ ଯୋଗଦେଇଥିଲେ । ପରେ ୧୯୬୧ ମସିହାରେ ସେ ସେହି କଲେଜର ଅଧ୍ୟକ୍ଷ ହୋଇଥିଲେ । ୧୯୬୨ ଫେବୃଆରୀ ମାସରେ ସେ ରିଜିଓନାଲ ଇଞ୍ଜିନିୟରିଂ କଲେଜରେ ଯୋଗଦେଇ ୧୯୭୧ରେ ସେହି କଲେଜର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୭୧ରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ହୋଇ ୧୯୭୬ ମସିହା ଯାଏ ସେଠାରେ କାର୍ଯ୍ୟକରିଥିଲେ । ୧୯୭୭ରେ ଭାରତ ସରକାର ତାଙ୍କୁ ପଶ୍ଚିମ ଆଫ୍ରିକାର ଡେମୋକ୍ରାଟିକ ରିପବ୍ଲିକ ଅଫ ଲାଇବେରିଆକୁ ଜଣେ ବୈଷୟିକ ଶିକ୍ଷା ଉପାଦେଷ୍ଟା ଭାବେ ପଠେଇଥିଲେ । ପରେ ସେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ସଭ୍ୟ ଭାବେ ଯୋଗ ଦେଇଥିଲେ । ସେ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ସଭ୍ୟ ଭାବେ ଯୋଗଦେଇ ୧୯୮୧ ମସିହା ଯାଏ ସେଠାରେ କାମକରିଥିଲେ ।[]

ରଚନାବଳୀ

[ସମ୍ପାଦନା]

ସେ ମୋଟ ୭ଟି ବହି ଓ ଅନେକ ଗବେଷଣା ନିବନ୍ଧ ଲେଖିଥିଲେ ।

କବିତା

[ସମ୍ପାଦନା]
  • ଭୟ

ପ୍ରବନ୍ଧ

[ସମ୍ପାଦନା]
  • ଶୁଣ ପରୀକ୍ଷ (୧୯୭୬)
  • ଦଇବ ଦଉଡ଼ି
  • ସହାବସ୍ଥାନ(୧୯୭୯)

ଭ୍ରମଣ ସାହିତ୍ୟ

[ସମ୍ପାଦନା]
  • ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି (୧୯୭୯)

ଆତ୍ମଜୀବନୀ

[ସମ୍ପାଦନା]

ଭୁବନେଶ୍ୱର ବେହେରା ତାଙ୍କର ଏକମାତ୍ର ଆତ୍ମଜୀବନୀରେ ଗାଁର ଡାକରେ ତାଙ୍କ ସମ୍ପୂର୍ଣ୍ଣ ଜୀବନୀ ଉଲ୍ଲେଖ କରିଛନ୍ତି

ସମ୍ମାନ

[ସମ୍ପାଦନା]
  1. Orissa Society of Americas 32nd Annual Convention Souvenir: For Annual Convention Held in 2001 at Chicago, Illinois. Odisha Society of the Americas. pp. 23–. GGKEY:XRZX9HW3CCZ.
  2. Nayak, Abhipsa. "Remembrance of the Pathfinder: Professor Bhubaneshwar Behera". Monday Morning. Archived from the original on 10 August 2016. Retrieved 31 July 2016.
  3. "Prof. Bhubaneswar Behera, Irrigation Engineer". Project Monitor. Retrieved 31 July 2016.
  4. 1 2 3 4 "PROF. BHUBANESWAR BEHERA". Retrieved 11 January 2017.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 March 2017.
  6. "Sarala Award Recipients". IMFA. Retrieved 3 March 2017.